

ଚିକମିକ
ପାଣିର ଢେଉରେ
ଦେଖ ଛଳ ଛଳ ମାଛ ,
ଚିଲିକାର
ସ୍ବଛ ଜଳରାଶିରେ
ଜୀବନକୁ ଭେଟିବ ଆସ…
ଏଠି ଭୋକ ଅଛି
ଭେକ ଅଛି
ତମାମ ସମୟ ମଧୁମାସ,
ଐଶ୍ୱର୍ଯ୍ୟର ବିପଣିରେ
ରତ ରତ ରତି
ପ୍ରସବ ଯନ୍ତ୍ରଣା
ହୋଇଯାଏ ଶେଷ…
ସକାଳ ପାହୁ ପାହୁ
ନବବଧୂ ଚିଲିକା,
ସୁନାରେ ମଣ୍ଡିହୋଇ
ସିନ୍ଥିରେ ସିନ୍ଦୂର ନାଏ,
ରାତିରେ
ରୁପାପାଟ ପିନ୍ଧି
ଅପରୂପା
ପ୍ରେୟସୀ ହୋଇଯାଏ…
ଏଠି ଚଢ଼େଇ ସହ
ମନ ଉଡ଼େ ,
ଢେଉ ସହ ନାଚେ ଇଚ୍ଛା,
ବିସ୍ତିର୍ଣ୍ଣ ଜଳରାଶିରେ
ହଜିଯାଏ ହୃଦୟ ,
ପ୍ରତିମଣିଷ
ହୋଇଯାଏ ରଜା…
ସତରେ
ସ୍ୱର୍ଗ ନ ଦେଖିଲେ ନାହିଁ,
ମଧୁମୟ ପୃଥିବୀକୁ
ଦେଖିବ ଆସ,
ଏଠି କେତେରଙ୍ଗର
ଜୀବନ ଉଡୁଛି ,
ବିଚିତ୍ର ଚିଲିକାକୁ
ଥରେ ଭୋଗିବାକୁ ଆସ…
There are 2 comments
ବହୁତ ଭଲ ଲାଗିଲା” ଚିଲିକା” କବିତା
ହୃଦୟସ୍ପର୍ଶୀ
ଧନ୍ୟବାଦ କବି
ନମସ୍କାର
ଚିଲିକା ଉପରେ କବିଙ୍କର ବର୍ଣ୍ଣନା ନିଶ୍ଚୟ ସକାରାତ୍ମକ ଓ ଆକର୍ଷଣୀୟ। ଆପଣଙ୍କ ସୁଚିନ୍ତିତ ମତାମତ ବି ନିଶ୍ଚିତ ରୂପେ ହୃଦଗ୍ରାହୀ।