ସିଂହଭୂମିଆଁ ଲୋକଭାଷାର କବିତା: ଚଲ୍ ଗୋ ପରବ୍ ଦେଖବା
।। ବିଷ୍ଣୁପଦ ସିଂହଦେଓ ।।
ଚଲ୍ ଦାଦା ନାନା ଚାଣ୍ଡେ ଯିବା ସିନା
ଇଚାରେ ପରବ୍ ହେଉଛି ,
ଖଡ଼କେଈ ନଦୀ ପାହରୋ ଜଲଦି
ନାଗରା ଢୋଲ୍ ଗା ବାଜୁଛି || ୧
ପରବ୍ ଟାଣ୍ଡିରେ ଦକାନ୍ ହାଟ୍-ରେ
ବେଜାଇଁ ସାମାନ୍ ଆସିଛି,
ଘର୍-କରନାର ନାନା ଦରକାର
ଖେଳ୍-ନା କୁଣ୍ଢେଇ ଭରିଛି ||୨
ମେଢ୍-ଗା ଦେଖ୍-ବା ଜୁହାର୍ କର୍-ବା
ଦୁଃଖସୁଖ କହି ଆସ୍-ବା ,
ଦେବୀ ଦୁରଗାର ଠପେଇ ଦୟାର
ଆଶାରେ ଗୁହାରି କର୍-ବା ||୩
ଜିଲ୍-ପି ମିଠେଇ ପେଡ଼ା ଖଜା ନେଇ
ଚାନାଭାଜା ମୁଢ଼ି ଘୁଘନି ,
ଖାଇବା ମଜାରେ ମେଲାର୍ ପାଖରେ
ପରେ ମେଲା ବୁଲା ହେବନି ||୪
ଦେବୀ ଆସିଛନ୍ ଦୟା କରିଛନ୍
ଭଲଦିନ୍ ଚାଣ୍ଡେ ଆସ୍-ବ,
ଅସତ୍ ଭର୍-ସା ପରକେ ଈର୍-ଷା
ଛାଡ଼ିଦେଲେ ଦୁଃଖ ସର୍-ବ ||୫
ବିଦେଇ ଦିନ୍-ରେ ଭଷାଣ ବେଳ୍-ରେ
ଆଖିପାଣି ଝରେ ଝର୍ ଝର୍ ,
ପଛ୍-କେ ଚାହାଁନ୍ ଧୀରେ ଯାଉଥାନ୍
ହାତ୍ ଦେଖେଇ ଥର୍ ଥର୍ || ୬
ମାଁ ଗୋ ତୋର୍ ବିନା ଛେଉଁଣ୍ଡିଆ ସିନା
ଆର ବରଷ ଚାଣ୍ଡେ ଆସ୍-ବ
ଜଗିଥିମୁ ବାଟ୍ ମାଁ ପାଉଡୀ ପାଟ୍
ଦଶ ଦେଶ ଦୁଃଖ ନାଶ୍-ବ ||୭
ପାଦଟାକା: ଚାଣ୍ଡେ- ଶୀଘ୍ର, ପାହରୋ- ପାରିହୁଅ, ଟାଣ୍ଡି- ପଡ଼ିଆ, ବେଜାଇଁ- ବହୁତ, ମେଢ଼- ମୃଣ୍ମୟମୂର୍ତ୍ତି, ଠପେଇ- ଟୋପାଏ, ଈର୍-ଷା- ଈର୍ଷା, ସର୍-ବ- ସରିବ, ଶେଷହେବ, ଛେଉଣ୍ଡିଆ- ଅନାଥ, ନାଶ୍-ବ- ନାଶିବ
ଷଢେଇକଳା ଖରସୁଆଁ, ଝାଡ଼ଖଣ୍ଡ ମୋ-9234660617