Home » Magazine » ତମାଳବନର ଛାଇ Magazine ତମାଳବନର ଛାଇ କ’ଣ ବସିପଡ଼ିଲୁ ଯେ ! ଆଖି ଭାରିଭାରି ଲାଗୁଛି କି ? କ୍ଲାନ୍ତି ତ ନାହିଁ ଚାଲୁ ଚାଲୁ ଅଟକିଗଲୁ ଯେ’ !! ଏମିତି ଛାଇ, ଚରିଗଲାଣି ତୋ ଦେହସାରା । ସଖୀଗୋ’, ଚାଲ ଫେରିବା ଘରକୁ ଦୁଃଖ ଦରମିଶା ତେଲଲୁଣରେ କଟିଗଲାଣି ତ କଟିଯାଉ ବାକିଦିନ, ରାତିକୁ ଦେ ନା ତୁ ରାଣ ଏଠୁ ଶିକୁଳି ଫିଟା, ଭାବବନ୍ଧନ ଅଡ଼ୁଆସୂତା । ଏମିତି ଛାଇ, ଏଇ ଅଛି ଏଇ ନାହିଁ ଉପରକୁ ଚନ୍ଦନ, ଭିତରେ ଦହନ ଯିଏ ରସିଛି ନା ସ୍ପର୍ଶ, ନା ହସ ନା ଧ୍ବନି, ନା ଚାହାଁଣି ନା ଧୂଳି, ନା ମିଛ ଆଉଁସା କିଛି ବି ମିଳେନା ଲୋ’ ସଖୀ । ଏତେ ହସୁଛୁ ଯେ’ ଲାଜବତୀ ଫୁଲ ମହକରେ ମେଘୁଆ ଲାଗୁଛି ତୋ ପ୍ରୀତି, ସଖୀରେ କ୍ଷଣକରେ ମୋହିଦେବ ସେ’ ଅଗୁରୁବୋଳା ଦେହଦାହ ନୁହେଁ, ଦିଆଦେଇ ନୁହେଁ, ଭାବର ଗୋପନ ଇଏ । ହାଏରେ ମଦାଳସା, ଅଜଣା ଶିହରଣରେ ତୁ ଉର୍ମିଅଧୀରା ସୁମୁରୁଥିବୁ ଦେହେକ, ପାଇବୁନି ଧରା ପିଟିଛାଟି ହେବୁ ତମାଳବନରେ ଏଠି ରାତି ବି ମହତ ସାରେ ଲୋ’ ସଖୀ । ଆମେ ପା ଯାଉଥିଲେ ଆମ ବାଟରେ ତୁ ଅଟକିଗଲୁ ଯେ ! କି ଲେଖିବୁ ଆଲେଖିକା ଅବୁଝାନାୟିକା ! ଶ୍ୟାମଳଛାଇକୁ ଅନାନା ଲୋ’ ଜମା, କ୍ଷୀରଧୁଆ ତନୁତୋର, ରହିବନି ତୋରାପଣ, ମାଛଆଖିରେ ପଶିଯିବ ମାନପତ୍ରୀ ଶର, ଫୁଲମାନେ ଖସିବେ, ବଉଦ ଠିଆହେବ, ପବନ ଘେରା ମାରୁଥିବ । ତୁ ଲାଗିବୁ ନବପ୍ରିୟା ହେମ ତନୁଲତା ଏଠି ସେଠି ହାତ ବୁଲେଇବୁ, କାହିଁ ରସିଆକଦମ୍ବ ? ତା’ ଛାଇଫାଶରେ ପଡ଼ନା ଛାଇମଞ୍ଚରେ ଛାଇବର୍ଣ୍ଣା ହେବୁ । ଆ’ ଫେରିଯିବା ଘରକୁ ଦଗାଦିଆକୁ ଦେ ନା ମନ, ପାଖକୁ ଡାକିଆଣିବ, କତିରେ ବସେଇବ, ଲୁହ ଟାଣୁଥିବ ସେ ତମାଳବନ । Post navigation arrow-leftPrevious PostPreviousଶୀର୍ଷକarrow-rightNext PostNextନିରବତା
Magazineଚଉକାଠ : MAY, 2025 ସମ୍ପାଦକୀୟ : ମଇ, ୨୦୨୫ ସମ୍ପାଦକୀୟ…. ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ…
Magazineଚଉକାଠ : MAY, 2025 ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର ମିଛ ଯାଦୁକର।। ସଞ୍ଜୀବ କୁମାର ଭୋଇ ।। “ ମିଛ ଯାଦୁକର… ତୁମେ ମିଛ ଯାଦୁକର … ।” ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା…
ତେଲଲୁଣର ସଂସାରେ ଥାଇ ଜୀବନ ଆଉ ସମ୍ପର୍କର ବାସ୍ତବତାକୁ ସଖୀ ହେଇ ହେଜେ଼ଇ ଦେଉଥିବା ଆଉ ହାତଧରି ବାଟ କଢ଼େଇ ନେଉଥିବା ଏ କବିତା ” ତମାଳବନର ଛାଇ” ଅତ୍ୟନ୍ତ ମାର୍ମିକ । କବିଙ୍କୁ ଆନ୍ତରିକ ଅଭିବନ୍ଦନ । Reply
There are 3 comments
ତମାଳବନର ଛାଇ
ଚମତ୍କାର ସୃଷ୍ଟି
ଅଭିନନ୍ଦନ ଭାଇ
ନମସ୍କାର
ଚମତ୍କାର କବିତା ପ୍ରିୟ କବି।
ସବୁଥର ପରି ଏଥର ବି କବିତାରେ ତୁମ ଭାବବଳୟର ଉଡାଣ ଆକାଶ ଛୁଉଁଚି….
ତେଲଲୁଣର ସଂସାରେ ଥାଇ ଜୀବନ ଆଉ ସମ୍ପର୍କର ବାସ୍ତବତାକୁ ସଖୀ ହେଇ ହେଜେ଼ଇ ଦେଉଥିବା ଆଉ ହାତଧରି ବାଟ କଢ଼େଇ ନେଉଥିବା ଏ କବିତା ” ତମାଳବନର ଛାଇ” ଅତ୍ୟନ୍ତ ମାର୍ମିକ । କବିଙ୍କୁ ଆନ୍ତରିକ ଅଭିବନ୍ଦନ ।