ମୃଗେଶ ବୈଷ୍ଣବ ପାଣିଗ୍ରାହୀ : କବିତା : ସଂଧ୍ୟାରାଗ : ଦୁଇ

ସଂଧ୍ୟାରାଗ:ଦୁଇ।। ମୃଗେଶ ବୈଷ୍ଣବ ପାଣିଗ୍ରାହୀ ।। କବିତାମାନେଆଉ କବିତା ପରି ଦିଶୁନାହାନ୍ତି,ଦିଶୁଛନ୍ତି ଠିକ୍ ତୋ ପରି,ସେଇ ଢଳ ଢଳ ଆଖିଆଖିରେ ସମୁଦ୍ରେ ନୀରବତାସେଇ ଅଧିର ଓଠଓଠରେ ବର୍ଷ ବର୍ଷର ଆତ୍ମୀୟତାସେଇ ମୁଲାୟମ ହାତ ପାପୁଲିହାତ ପାପୁଲିରେ ମୋତେ ବାରମ୍ବାର ଆଙ୍କିବାର ଉନ୍ମାଦ ସେଇ ଅସ୍ଥିର ଅଳତା ଲଗା ପାଦପାଦରେ ଜନ୍ମ ଜନ୍ମାନ୍ତରର କାରୁଣ୍ୟ। ଏବେ ପକ୍ଷୀମାନେ ବିପକ୍ଷୀ…

ଅନିତା ପାଣି : କବିତା : ଅଝଟ ଜୀବନ

ଅଝଟ ଜୀବନ।। ଅନୀତା ପାଣି ।। ଜୀବନରେ ତୋତେ ଯେତିକି ବୁଝାଏସେତିକି ଅଝଟ ହେଉ,କେଉଁ ଅପନ୍ତରା ପଥେ ନେଇ ମୋତେଏକା କରି ଛାଡ଼ି ଦେଉ !ଯାହାକୁ ମୁଁ ବେଶୀ ଆପଣାର କୁହେସେହିଁ ତ ଦୂରେଇ ଯାଏ,ନିଜର ବୋଲି କି  କାହାକୁ କହିବିଏକାନ୍ତରେ ଭାବେ ହାଏ ? ଜୀବନର କିଛି ଅଛିଣ୍ଡା ଅଙ୍କରସୂତ୍ର ପାରିବୁ କି କହି,ସମାଧାନ…

ଆର୍ତ୍ତତ୍ରାଣ ମହାପାତ୍ର : କବିତା : ସ୍ବାଧୀନ ଭାରତ

ସ୍ବାଧୀନ ଭାରତ।। ଆର୍ତ୍ତତ୍ରାଣ ମହାପାତ୍ର ।। ସ୍ବାଧୀନତାର ସତସ୍ତରୀ ବର୍ଷ ପରେ ମଧ୍ୟତୁମେ ଆମ ଛାତିର ପଞ୍ଜରା ଉପରେବିଛାଇ ଚାଲିଛ କିସମ କିସମ ଘାସର ଗାଲିଚାଆମ ରକ୍ତର ଶିଉଳି ଉପରେ ତୁମ ସଉକର ଫୁଲବଗିଚାଆମ ଅୟୁତ ମଜୁରୀର ହାଡ଼ ଉପରେତୁମେ ଗଢ଼ିଚାଲିଛ ବହୁ ଇମାରତ୍ଆମ ଝାଳ ଓ ଲହୁ ପିଇତୁମର ପୃଥୁଳକାୟ ଚର୍ବିଳ ଦେହ ।…

ଲକ୍ଷ୍ମୀନାରାୟଣ ହୋତା : କବିତା : କାନ୍ଥ

କାନ୍ଥ।। ଲକ୍ଷ୍ମୀନାରାୟଣ ହୋତା ।। କାନ୍ଥର କାନ ଥିଲେ କ’ଣ ହେବ ?ମୁହଁ ଥିଲେ ତ କହିବ ଶୁଣାକଥା କାନ୍ଥ ପାଣି, ପବନ, ଗୁଳି ଖାଇମୂକ ପହରାଦାର ଚାହିଁଥାଏ ନିର୍ଲିପ୍ତ ଲୟରେଅଥଚ ଶୁଣାକଥାକୁ ଚାପି ରଖେଗହନ ମନର ଗୋପନଗଡ଼ରେ କାନ୍ଥ ଶୁଣେ କି ନା କେଜାଣିକହିବାରେ ଯେ ଅସମର୍ଥଏ କଥାଟି ସତସିଦ୍ଧ କାନ୍ଥ ଶୁଣିଛି ବନ୍ଧୁକର…

ପ୍ରତାପ କୁମାର ପଣ୍ଡା : ସାକ୍ଷାତକାରରେ ତାରିଣୀ ଚରଣ ସାହୁ

ସାକ୍ଷାତକାରରେ ତାରିଣୀ ଚରଣ ସାହୁଭେଟିଛନ୍ତି : ପ୍ରତାପ କୁମାର ପଣ୍ଡା ୧- ଆପଣ ମୁଖ୍ୟତଃ ଛନ୍ଦବନ୍ଧ କବିତା ଲେଖନ୍ତି। ଆପଣଙ୍କ କବିତାର ମନ୍ମୟ ଛନ୍ଦ ସହ ଆବେଗିକ ଆବୃତ୍ତି ଉଭୟ ପାଠକ ଓ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦିଏ କବିତା ସମେତ ପ୍ରବନ୍ଧ, ଆଲୋଚନା ତଥା ସମୀକ୍ଷାତ୍ମକ ବିଶ୍ଳେଷଣ ମଧ୍ୟ ବେଶ୍ ମନନଶୀଳ ହେଲେ, ଆପଣ ନିଜକୁ…

ତ୍ରିନାଥ ସିଂହ : ଆଲୋଚନା : “ନିଃଶବ୍ଦ ଉଚ୍ଚାରଣ” ଓ କବି ସସ୍ମିତା ପଣ୍ଡା

ଆଲୋଚନା : “ନିଃଶବ୍ଦ ଉଚ୍ଚାରଣ” ଓ କବି ସସ୍ମିତା ପଣ୍ଡା।। ତ୍ରିନାଥ ସିଂହ ।। ତାଙ୍କର ଏକ ପ୍ରବନ୍ଧ ‘କବିର ମିଛ’ରେ ସୁଖ୍ୟାତ ଭାରତୀୟ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଛନ୍ତି, “କବିତା ଦରଦେଖା ସ୍ବପ୍ନଗୁଡ଼ିକର ଅନୁପଲବ୍ଧ ତାତ୍ପର୍ଯ୍ୟକୁ ଧ୍ୱନିଦାନ କରେ, କେତେବେଳେ ଏକାକୀ ମଣିଷର ତ କେତେବେଳେ ବୃହତ ସମାଜର”। କବି ସସ୍ମିତା ପଣ୍ଡାଙ୍କ…

ସମ୍ବାଦ – ବିସମ୍ବାଦ : ଫେବୃଆରୀ ୨୦୨୫

ସମ୍ବାଦ-ବିସମ୍ବାଦ : ଫେବୃଆରୀ ୨୦୨୫ କବି ତାରିଣୀ ଚରଣ ସାହୁଙ୍କୁ ରାଉରକେଲା ପୁସ୍ତକମେଳା ପୁରସ୍କାର ଶିଳ୍ପ ରାଜଧାନୀ ରାଉରକେଲାର ପୁରାତନ ଅନୁଷ୍ଠାନ ଆଦର୍ଶ ପାଠାଗାର ଦ୍ବାରା  ଆୟୋଜିତ ରାଉରକେଲା ପୁସ୍ତକମେଳାର ଉଦ୍‌ଯାପନୀ ଉତ୍ସବରେ ଆର୍‌ଏସ୍‌ପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ମୁଖ୍ୟ ଅତିଥି, କାର୍ଯ୍ୟକାରୀ ସଭାପତି ତଥା ପାଠାଗାରର ଉପଦେଷ୍ଟା ଅଭୟ କୁମାର…

ପ୍ରତାପ କୁମାର ପଣ୍ଡା : କବିତା : ରାତ୍ରି ବି ଆମର

ରାତ୍ରି ବି ଆମର।। ପ୍ରତାପ କୁମାର ପଣ୍ଡା ।। ଦିନେ ଯେଉଁ ତେଜୋମୟ ନୟନରୁ ନିଃସୃତ ସ୍ଫୁଲିଙ୍ଗଆଲୋକିତ କରୁଥିଲା ସକଳ ସୃଷ୍ଟିକୁ,ନିଭୃତ କୋଣରୁ ତା’ର ନିଃସ୍ୟନ୍ଦିତ  ଲୋତକର ଧାରଜାଳି ପୋଡ଼ି ଦିଏ ଆଜି ପ୍ରତିଟି ଘଟକୁ । ଯେବେଠାରୁ ଦେହରୁ ତା’ ବସ୍ତ୍ର ସବୁ ନେଲେଣି ଉତାରିଦେଶ ଆଉ ଦେଶ ନାହିଁ ହେଲାଣି ମଶାଣି ,ରାତ୍ରି…