ଚିନ୍ତାମଣି ମହାଳିକ : ବିଶ୍ବାସ ଅବିଶ୍ବାସ : ସ୍ମୃତି ତ ନୁହଇଁ କେବେ ଫିଙ୍ଗିବାର

ପ୍ରଭୁ ଜଗନ୍ନାଥ ସର୍ବ କାରଣର କାରଣ । ଅଗତିର ଗତି – ବ୍ରହ୍ମାଣ୍ଡ ଠାକୁର । ସମଗ୍ର ଜୀବ ଜଗତ ତାଙ୍କରି ଆୟତାଧୀନ । ତେଣୁ  ସେ ଜଗନ୍ନାଥ । ସବୁର ସମାହାର ସିଏ । ଯେମିତି ସବୁ ରଙ୍ଗ ମିଶିଗଲେ କଳାରଙ୍ଗ ହୋଇଯାଏ । ସେଇ କଳା ଠାକୁର, ସବୁ କଳାର ସମାହାର ।…

ସାଇପଡ଼ିଶା – ବାଂଗଲାଦେଶ : ଇମତିଆଜ୍ ମହମୁଦ୍ : କବିତା : କବି ପୁତ୍ର

ଅନୁବାଦ : ତ୍ରିନାଥ ସିଂହ ମୋ’ ମାଆ ପାଇଁ ଟୋକିଓ ସହରଟା କିଣିଦେବାକୁ ମୋର ଭାରି ଇଛା । ହେଲେ କେତେ ଖର୍ଚ୍ଚ ହେବ କିଏ ଜାଣେ !! ଜିନିଷ ପତ୍ରର ଯାହା ଦାମ୍ – ପା’ଏ ରସୁଣର ଦାମ୍ କୋଡ଼ିଏ ଟଙ୍କା… ବିଶ୍ବାସ ହୁଏନି । ବାପା ରାଗରେ ଆଉ ବଜାର ଯାଉନାହାନ୍ତି ।…

ସମ୍ବାଦ ବିସମ୍ବାଦ

# ଗଙ୍ଗାଧର ମେହେର : ପ୍ରକୃତି କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧଦିବସ ଏପ୍ରିଲ, ଚାରିତାରିଖ ଦିନ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ମହାଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ସାହିତ୍ୟକୃତି ଉପରେ ବିଶେଷ ଆଲୋଚନା ହେବା ସହିତ କବିତା ପାଠୋତ୍ସବମାନ ଅନୁଷ୍ଠିତ ହୋଇଥିଲା। କବି ଗଙ୍ଗାଧର ମେହେର ୧୮୬୨ ମସିହା ଅଗଷ୍ଟ ୯ ତାରିଖରେ…

ସମ୍ପାଦକୀୟ….

।। ତ୍ରିନାଥ ସିଂହ ।। ‘ଚଉକାଠ’ର ପ୍ରଥମ ସଂସ୍କରଣ ଉପରେ ପ୍ରାପ୍ତ ମନ୍ତବ୍ୟ ଓ ଶୁଭେଚ୍ଛାବାର୍ତ୍ତା ବେଶ୍ ଉତ୍ସାହପ୍ରଦ, ଯାହା ‘ଚଉକାଠ’ ପରିବାରକୁ ଆଗକୁ ବଢି଼ବା ପାଇଁ ସାମର୍ଥ୍ୟ ଦେବା ସହ ନାନାଦି ପରୀକ୍ଷାନିରୀକ୍ଷା ପାଇଁ ଅନୁପ୍ରେରିତ କରିବ । ପୁନଃ କହିରଖୁଛୁ,  ‘ଚଉକାଠ’ ଏକ ମୁକ୍ତମଞ୍ଚ ଉଭୟ ଲେଖକ ଓ ପାଠକଙ୍କ ସମେତ ଜ୍ଞାନୀଗୁଣୀ,…

ଗଳ୍ପ : ବ୍ରେକ୍ ଅପ୍

।। ମୋନାଲିସା ମିଶ୍ର ।। ମୁଁ କବାଟଟିକୁ ଭାଙ୍ଗିବି ବୋଲି ମାନସିକ ଭାବେ ପ୍ରସ୍ତୁତ ହେଇ ଜୋରରେ ପେଲି ଦେଲାବେଳକୁ ଦେଖିଲି, କବାଟଟି ଖାଲି ଆଉଜା ହେଇଅଛି । ଆଶ୍ଚର୍ଯ୍ୟ ! କେମିତି କବାଟଟି ବନ୍ଦ ହେଇନି ଯେ ! କିନ୍ତୁ ରୁମ୍ ଭିତରେ ପଶୁ ପଶୁ ସୋନୀକୁ ଠିକ୍ ଯେମିତି ଅବସ୍ଥାରେ ଦେଖିବି ବୋଲି…

କବିତା : ଝାଳ

।। ମୀନକେତନ ପଶାୟତ ।। ସେମାନେ କ’ଣ ଜାଣିଛନ୍ତି ମୁକ୍ତା ପରି ମୋର ବୁନ୍ଦାଏ ଝାଳ ଅପରୂପ ସୌନ୍ଦର୍ଯ୍ୟର ଭରନ୍ତି ଭଣ୍ଡାର ଜହ୍ନ ପରି ଗୋଲଗାଲ ମୁହଁରେ ଝୁଲୁଥାଏ ମୋ ଟିକିଝିଅର ସୂକ୍ଷ୍ମ-ସ୍ବପ୍ନିଳ-ଓଠ ଶ୍ରମର ସମୁଦ୍ରିଏ ସ୍ୱେଦରେ ଗଢ଼ା ତା’ ଢଳଢଳ ଚିକ୍କଣ ଦେହ । ମୋ ବୁନ୍ଦାଏ ଝାଳରେ ସିନା ତୁମ ସୁରମ୍ୟ ସୌଧ…

କବିତା : ଘରଡ଼ିହ

।। ଯାଦବେନ୍ଦ୍ର ସାହା ।। କିଛି ଚିହ୍ନା ଚିହ୍ନା ମୁହଁ ରାସ୍ତାରେ ରାଲିର ଭିଡ଼ ଭିତରେ ଆମ ମଏଧାନୁ ବି ଜଣେ, ସବୁ ଅବୁଝା ଭିତରେ ବୁଝି ପାରିବା ଆଉ ବୁଝିବା ଭିତରେ ନ ବୁଝିବାର ଅଭିନୟ କରିବା ଆମ ମଏଧାନୁକୁ ବେଶ ଜଣା । ସୂର୍ଯ୍ୟ ଉଇଁବା ଓ ଅସ୍ତ ଯିବା ଭିତରେ ରହୁଥିବା…

କବିତା : ତୃତୀୟ ପ୍ରହର ଲାଗି…

।। ପ୍ରଣତି ବେହେରା ।। ଖଇଫୁଟା ତାତିରେ ଡହକୁଚି ଦେହ ରଚ୍ ରଚ୍ ହେଇ ଖସିପଡ଼ୁଛି ହାଡ଼ସନ୍ଧିରୁ ପଲସ୍ତରା । ମନରୁ ମସ୍ତିଷ୍କଯାଏଁ ଚରିଯାଉଚି ଅଦୃଶ୍ୟ ଶତ୍ରୁର ଆତଙ୍କ । ଦୁଆର ସେପାଖେ କଳା ମଚ୍ମଚ୍ କାଳପୁରୁଷ ଏପାଖରେ ଶାନ୍ତ-କାନ୍ତ ଶୁଭ୍ର ବସନରେ ଈଶ୍ବରମାନଙ୍କ ସତର୍କ ପ୍ରହରା । ଅନ୍ଧାରର ଆବର୍ତ୍ତରେ ଚାଲିଚି ଏଣେ ଛଦ୍ମବେଶୀ…

କବିତା : ମାଟି ମଣିଷ

।। ପ୍ରଦୀପ ବନ୍ଧ ।। ସକାଳର ସଜଫୁଲ ପରି କାକର ବି ପିନ୍ଧିଚି ଖଣ୍ଡେ କୁହୁଡି ରଙ୍ଗର ଚାଦର ଘାସଫୁଲ ବି ଫୁଲେଇ ହେଉଛି ଗଲା ରାତିରେ ଆକାଶ ବୋଧେ  ଖୁସିଥିଲା ବାସ୍ନାୟିତ ପୃଥ୍ବୀ ଖାଲି ମହମହ ବାସ୍ନାରେ ମାଟି ବାସେ ଅତର ଅତର ସଅଳ ସଅଳ ଆଜି ଧୁମ୍ ମିଠା ଖରା ମତୁଆଲା ପବନରେ…