ସୁଶାନ୍ତ କୁମାର ନାୟକ : କବିତା : ପଚିଶିବର୍ଷ ପରେ ପ୍ରିୟମ୍ବଦା

ସୂର୍ଯ୍ୟ ଏବେ ପଶ୍ଚିମାଭିମୁଖୀ…ଆଉ ବେଳନାହିଁକରିବାକୁ ଜୀବନ ଗଣିତର ‌ହିସାବ ! ଆସ ପ୍ରିୟମ୍ବଦା…ନିର୍ଦ୍ଦିଷ୍ଟ ସୀମାରେ ପହଁଞ୍ଚିବା ପୂର୍ବରୁପାଇବା ଓ ହରେଇବାର ଦୁଇ କୂଳେ ଠିଆହୋଇ ପରଖିନେବାପାପ ଆଉ ପୁଣ୍ୟ ମଧ୍ୟରେ ଥିବାସମ୍ପର୍କର ଋଜୁତା। ପ୍ରିୟମ୍ବଦା…ନୀଳଜହ୍ନର ନୀଳଜ୍ୟୋତ୍ସ୍ନାରେଚିକମିକ୍ କରୁଥିବା ନୀଳନଈ କୂଳେ ବସିଆମ ଭିତରେ ଡେଣା ଫଡ଼ ଫଡ଼ କରୁଥିବାଅସହାୟ ପକ୍ଷୀମାନଙ୍କୁ ଉଡ଼େଇଦେବାସୁଦୂର ଦିଗନ୍ତକୁ…ନଦୀଘାଟରେ ପଡ଼ିଥିବା ଦଦରାନାଆ…

ରଶ୍ମି ସାହୁ : ଆଲୋଚନା : ବିଜୟ ରାୟଙ୍କ “ସ୍ବପ୍ନ ମଲାଟ” ଓ ତହିଁରେ ନୀରବତାର ସୌନ୍ଦର୍ଯ୍ୟ

କିଛି କଳ୍ପନାର ରଙ୍ଗ କିଛି ଯନ୍ତ୍ରଣାର ଛିଟା ଆଉ ବେଶ୍ କିଛି ବାସ୍ତବିକତାର ସ୍ୱରର ବେଗ ଓ ଆବେଗକୁ ଉଦରସ୍ଥ କରି ଧୀର ସୁଧୀର ଭାବେ ଦୃଶ୍ୟମାନ ଚରିତ୍ର, ବିଜୟ ରାୟ। ସେ ସ୍ବପ୍ନମାନଙ୍କୁ  ଅନ୍ଧାରର ଆଢୁଆଳରେ ଭାବପ୍ରବଣତାର ମଲାଟ ମଡ଼େଇ ବଦଳାଇ ଦିଅନ୍ତି ତା’ର ଭାଗ୍ୟରେଖା। ଉଚ୍ଚାରଣରେ ଶବ୍ଦମାନଙ୍କର ଦାମ୍ଭିକତା ଓ ବହଳପଣର ମଧୁରତା…

ସମ୍ବାଦବିସମ୍ବାଦ : ଜୁନ ୨୦୨୪

୨୦୨୪ର ଯୁବ ସାହିତ୍ୟ ପୁରସ୍କାର ପାଇବ ଓଡ଼ିଆ ଗଳ୍ପପୁସ୍ତକ “ହୁ ବାଇଆ” ଓ “ଗଳ୍ପ କଳିକା”କୁ ବାଲ୍ ସାହିତ୍ୟ ପୁରସ୍କାରଆଜି ଗୁଜରାଟର ନର୍ମଦା ଜିଲ୍ଲାରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀ ର କାର୍ଯ୍ୟନିର୍ବାହୀ ବୈଠକରେ ସାହିତ୍ୟ ଏକାଡେମୀ ଦ୍ଵାରା ପ୍ରଦତ୍ତ ଚଳିତ ୨୦୨୪ ମସିହା ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବସାହିତ୍ୟ ପୁରସ୍କାର ଘୋଷଣା…

ସମ୍ପାଦକୀୟ

ସୁନାମଧନ୍ୟ ଓଡ଼ିଆ କଥାକାର ସୁପ୍ରିୟା ପଣ୍ଡାଙ୍କ ସୌଜନ୍ୟରୁ କିଛିଦିନ ତଳେ ସୁଖ୍ୟାତ ଭାରତୀୟ ଲେଖିକା ଅମ୍ରିତା ପ୍ରୀତମଙ୍କର ଏହି କବିତା The Will of Amrita Pritam ପଢ଼ିବାର ସୁଯୋଗ ପାଇଲି ଏବଂ ଚମତ୍କୃତ ହେଲି, ଜଣେ କବିର ଅଭିଳାଷ ଓ ଅବବୋଧ ଭିତରେ ସାନିଘାଣ୍ଟି ହେଇ ରହିଥିବା ମହତ୍ତର ମାନବୀୟ କ୍ଷୋଭ ତଥା ‘ବସୁଧୈବ…

ଅମରେଶ ବିଶ୍ବାଳ : ଗଳ୍ପ : ପଶାପାଲି ।

          ଚିନ୍ତାମଣି ମତେ ଚିହ୍ନେଇ ଦେଲା- “ଇଏ ଆମ ବ୍ଲକର ନୂଆ ଭିଏଲଡବ୍ଲୁ । ରାସନ କାର୍ଡଧାରୀଙ୍କୁ ସରକାର ଦେଇଥିବା ହଜାରେ ଲେଖାଁ ଟଙ୍କା ବାଣ୍ଟିବାକୁ ଆସିଛନ୍ତି ।“ ଗାଁ ରାଜନୀତିର ପଶାପାଲିରେ ବାବୁ ଚିନ୍ତାମଣି ଜଣେ ସଫଳ ଗୋଟି ଚାଳକ । ଗଲା କୋଡ଼ିଏ ବର୍ଷ ଧରି ସେ ସରକାରୀ ଡିଲର ପଦଟି ହାତେଇ…

ପ୍ରଦୀପ କୁମାର ରାୟ : ସାଇପଡ଼ିଶା : ବିଖ୍ୟାତକବି ବନାମ ତରୁଣକବି ।

କୋଲକାତାର ଶ୍ରୀରାମପୁର ସହର । ଏକ ବିରାଟ ସାହିତ୍ୟସଭା ଓ କବି ସମ୍ମିଳନୀ ଅନୁଷ୍ଠିତ ହେଉଥାଏ । ଶ୍ରୀରାମପୁର ଲାଇବ୍ରେରୀ ହଲ୍‌ରେ ପ୍ରବଳ ଜନସମାଗମ । ସଭାର ମୁଖ୍ୟଅତିଥି ଭାବରେ ଯୋଗଦେବେ ବଙ୍ଗଳାର ସୁବିଖ୍ୟାତ କବି, ପ୍ରେମେନ୍ଦ୍ର ମିତ୍ର । ସଭା ଆରମ୍ଭ ହେବାର ସମୟ ଅତିକ୍ରାନ୍ତ ହୋଇସାରିଛି, କିନ୍ତୁ ସଭା ଆରମ୍ଭ କରାଯାଇ ପାରୁନାହିଁ;…

ଶୁଭଶ୍ରୀ ଶୁଭସ୍ମିତା ମିଶ୍ର : କବିତା : ଯେଉଁ ଦେଶ ବିଷୟରେ କବିତା ଲେଖିଥାନ୍ତି ।

ଯେଉଁଦେଶ ବିଷୟରେ ମୁଁ କବିତା ଲେଖିଥାନ୍ତି ସେଇ ଗୋଟିଏ ସ୍ବପ୍ନ ମରୁଭୂମିରେ ବଦଳିଗଲା ଦେଖୁ ଦେଖୁ ମୁଁ ଅସହାୟ ଠିଆ ହେଇଥିଲି ସେଇ ମରୁଭୂମିରେ ଏକ୍ଲା ! ମୋ ଦେଶର ରାଜା ଜଣେ ଭଦ୍ରଲୋକର ଛଳନା କରି ତ୍ରିରଙ୍ଗାକୁ ବାଣ୍ଟିଦେଲେ ତିନୋଟି ଭାଗରେ ଗେରୁଆରଙ୍ଗ କାଳେ ହଜିଯିବ ରଙ୍ଗବାକ୍ସରୁ ସେଥିପାଇଁ ସବୁଜରଙ୍ଗରେ ସେମାନେ ଧଳାରଙ୍ଗ ମିଶେଇ…

ଶର୍ମିଷ୍ଠା ସାହୁ : କବିତା : ସାରା ଆକାଶ ମୋର ।

ଏ ସାରା ନୀଳଆକାଶ ମୋର । କିନ୍ତୁ ମୋ ଆଖିରେ, ମୋ ହୃଦୟରେ ନୀଳରଙ୍ଗର ପ୍ରବେଶ ନିଷିଦ୍ଧ । ରେ ବାୟୁ ! ତୁ ବିପରୀତ ଦିଗରେ ପ୍ରବାହିତ ହ’ । ଆକାଶମୁହାଁ ନ ହେଉ ଏବେ ମୋ ଶରୀର । ମୋ ଆଖି ଦେଖୁ…. ଗଭୀର ଅନ୍ତରରେ ପ୍ରବାହିତ ଲାଭାସ୍ରୋତ । ପ୍ରାକ୍ ଐତିହାସିକ…

ନର୍ମଦା ନୀଳୋତ୍ପଳା : କବିତା : ସର୍ଜିକାଲ୍ ଷ୍ଟ୍ରାଇକ୍ ।

ନିଘଞ୍ଚ ନିଆଁର ପାଟିରେ ପହଁରୁଥୁଲେ ଦଳ ଦଳ ଶ୍ୟାମଳ ପତଙ୍ଗ ହାଡ଼ରେ ଶୁଭୁଥିଲା ହାତୁଡ଼ିର ପାଦଶବ୍ଦ । ସୈନିକର ଛାତିଠାରୁ ଚଉଡ଼ା ନଥିଲା ବେଶୀ ସୀମାନ୍ତର ଛାତି । ବଳିଷ୍ଠ ହୃଦୟର ସମର୍ପଣରେ ଶୁଖୁଥିଲା ତାର ବାଡ଼ରେ ଟୋପା ଟୋପା ରକ୍ତର ନମୁନା । ଚିହିଁକି ଉଠୁଥୁଲା ବନ୍ଧୁକ ଗୁଳିରେ କଅଁଳୁଥୁବା କୁନି କୁନି ଘାସର…