ସମ୍ପାଦକୀୟ : ଜୁନ ୨୦୨୪

ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭକାମନା। ରଜ ଏକ କୃଷି ଭିତ୍ତିକ ପର୍ବ। ରୀତି ଅନୁଯାୟୀ ଜ୍ୟେଷ୍ଠମାସ ଅନ୍ତେ ଆଷାଢ଼ମାସର ଆଗମନୀର ସୂଚନା ଏଇ ରଜପର୍ବ; ଯାହା ବାଟ କଢ଼େଇଆଣେ ପହିଲିବର୍ଷାକୁ ଧରିତ୍ରୀପୃଷ୍ଠକୁ । ପହିଲି ବାରିପାତରେ ମହ ମହ ମାଟିବାସ୍ନାରେ  ମହକିଉଠେ ପବନ, ଭେଳା ଭେଳା…

ସୁପ୍ରିୟା ପଣ୍ଡା : ଗଳ୍ପ : ହାତୀ ଓ ଲଣ୍ଠନ

ସମସ୍ୟାରେ ପଡ଼ିଛନ୍ତି ଉଦୟ ରାଉତ । ଦି’ ମାସ ପରେ ନିର୍ବାଚନ, ବୋଧହୁଏ ସେ ଟିକେଟ୍ ପାଇଯିବେ। ହେଲେ ସେଥ‌ିପାଇଁ ଲାଗିବାକୁ ପଡ଼ିବ। ପ୍ରତିଦିନ ସହର ଯାଇ ଦଳର ମୁଖ୍ୟ କାର୍ଯ୍ୟାଳୟରେ ଧାରଣା ଦେବାକୁ ପଡ଼ୁଛି। ଏଇ ଅବସ୍ଥାରେ ଏଇ ଗାଁ କଥା ବୁଝିବ କିଏ ? ତାଙ୍କୁ ବେଳ ନିଅଣ୍ଟ। କେଉଁ ଅଡ଼ୁଆ ଲଗ୍ନରେ…

ଶ୍ରୀଦେବ : କବିତା : ପୋଡ଼ାରୋଟି

ଏମାନଙ୍କୁଫାଳେ ହେଲେ ବି ତ ଦିଅ,ହେଉପଛେ ଅଧାପୋଡ଼ା ଭୋକର ଲୁହ ନଖସୁ ଆକାଶୁଟାଙ୍ଗରଭୂଇଁର ମର୍ଯ୍ୟାଦା ବଞ୍ଚୁଖଣ୍ଡିଏ ଖଣ୍ଡିଏ ଜ୍ବଳନ୍ତା ଜଙ୍ଗଲ ଛାଇରେ ମାଟି ଭିଜିଲେ ଥରକୁ ଥରକାଦ ହେଇଯିବ ବି ବିଶ୍ବବାଟଘାଟ ଆପାଦମସ୍ତକ,କି ନିଆଁ ଲାଗିଯିବସାରା ସବୁଜକ୍ଷେତ ପେଟତଳେ ଚିତ୍ର ଦିଶୁଥୁବକଲରାପତିଆ ଫାଟଚିହ୍ନ,ବସାବାନ୍ଧି ସାରିଥିବେବ୍ରତବାଛନ୍ଦ ବୁଢ଼ିଆଣୀପୋକଜୋକ ଅହଂକାରୀ ଜହ୍ନ ||

ଦେବାଶିଷ ଚକ୍ରବର୍ତ୍ତୀ : କବିତା : ନିମଗଛ

ମଳୟ ପରଶରେ ନିମ ବିଚନ୍ଦନ ପାଲଟେ ବୋଲିକଥାଟାଏ ରଟେଇ ଆସିଛକାଇଁ କେଉଁ କାଳରୁ…କେତେ ଅଗଣତା ଫଗୁଣ ଗଲାଣିୟା ଭିତରେ, ହେଲେଭାଗ୍ୟହୀନତାର ପିତାପଣକୁକେହି ପୋଛି ଦେଇ ପାରିଛି କିଆମ କପାଳରୁ ? ଅପନ୍ତରାରେ ଜନ୍ମ ଆମରଅଥଚ ଆମର ଫୁଲ, ଫଳ, ପତରକିଏ ସାଧୁନି ତୁମ ଉପକାର ?ହେଲେ ସାବାସି ତ ଦୂରର କଥାଆହା ପଦଟିଏ ପଇଟିଛି କି…

ଲକ୍ଷ୍ମୀନାରାୟଣ ହୋତା : କବିତା : ଆଉକିଛି ଆୟୁଷ ଦେ’ ଜୀବନ

ଆଉ କିଛି ଆୟୁଷ ଦେ’ ଜୀବନ  ଭେଦିବାର ଅଛି ପ୍ରେମଡଅଁରଭୋଗିବାର ଅଛି କିଛି ଉଦାସପଣଯେ’ଯାଏ ଭାଗଶେଷ ଶୂନ୍‌ ନହୋଇଛିଆହୁରି ଭାଗ ଭାଗ ହେବାର ଅଛିପ୍ରିୟଜନଙ୍କ ଲାଗି  ll ଫେରେଇ ଦେବାର ଅଛି ଅସଲରେ ଯାହା ନାହିଁ କି କେବେ ନଥିଲା,କାଳେ କିଛି ପାଶୋର୍‌ ଯାଇଥିବଯାହାକୁ ଯା’ ଦେବାର ଥିଲା ll ଆଉ କିଛି ଆୟୁଷ ଦେ’…

ତ୍ରିଲୋଚନ ସ୍ବାଇଁ : କବିତା : ପ୍ରେମ

ନୀରିମାଖି କୃଷ୍ଣଚୂଡ଼ା ନିଦାଘ ବୈଶାଖକୁଭଲପାଏ ବୋଲି ତଡହ ଡହ ଖରାବେଳେଛିଡ଼ା ହୋଇଥାଏ ରାସ୍ତାକଡ଼େସୁସଜ୍ଜିତ ରୂପବିନ୍ୟାସରମଞ୍ଜୁଳବେଶରେ । ରାଧାକୃଷ୍ଣଙ୍କ ଅନାବିଳ ପ୍ରେମଏତେ ମଧୁର ଆଉ ଗଭୀର ଯେଯୁଗଯୁଗାନ୍ତରେ ବି ସେ ମହକ ମହକିଉଠେଏ ଧରା ପୃଷ୍ଠରେ, କବିର କବିତା ପଂକ୍ତିରେ । ଚାନ୍ଦର ମୁଖ ଦର୍ଶନ କରୁ କରୁପୋଖରୀର ନୀଳନୟନା ନୀଳକଇଁଖୁସିରେ ଅଧିର ହୋଇ ପ୍ରସ୍ପୁଟିତ ହୁଏସତେ…

ସତ୍ୟରଞ୍ଜନ ପ୍ରହରାଜ : କବିତା : ଶୂନ୍ୟଦେହ

କବିତା ଲେଖ୍ କବିତା…ସେଇଠି ଅଛୁ ତୁ, ଅଛି ଗୋଟେ ପୃଥିବୀସେଠି କଥା କହନ୍ତି ମୁକ, ମୁଢ଼କହନ୍ତି କେମିତି କଟିଗଲା ସେମାନଙ୍କ ଜିଭ ଆଉ ମୁଣ୍ଡକେମିତି ଅନ୍ଧହେଲେ ରାଜାନିଜ ଜାଲରେ ପଡ଼ିଗଲା ବୁଢୀ ବୁଢିଆଣୀମଲାମଣିଷ ବୁଲୁଥିଲେ ଜୀବନ ପୋଷାକ ପିନ୍ଧିସକାଳରୁ ସଞ୍ଜ ଲେଖ୍ ସେମାନଙ୍କ କଥା…ଛୁଆଗୁଡ଼ା ଖୋଜୁଥୁଲେ ରଶି ଆଉ କନିଅର ଫଳବୁଢ଼ାବୁଢ଼ୀ ଦୀପଟିଏ ଜାଳିମନେପକାଉଥିଲେ ପିଲାଙ୍କ…

ମିତା ପଟ୍ଟନାୟକ : କବିତା : ଇଛାମୃତ୍ୟୁ

ତୁମେ କି ଜାଣ ନାହିଁଆମେ ବଞ୍ଚୁଥିବା ଜୀବନଚର୍ଯ୍ୟାପ୍ରତିମୁହୂର୍ତ୍ତରେ ବଦଳୁଥିବା ଇଚ୍ଛାର ମାନଚିତ୍ର..!! ସବୁ ଖାପଛଡ଼ା ମନେହୁଏଯେତେବେଳେ ଉଚ୍ଚାରିତ ହୁଏଏକା ଆସିଥିଲୁ, ତୁ ଏକା ହିଁ ଯିବୁ…! ଜୀବନ ପୁସ୍ତିକାର ମୁଖବନ୍ଧଆଉ ଶେଷଫର୍ଦ୍ଦ ତ ଲେଖି ଆଣିଥିଲିଅଦେଖା ଇଶ୍ୱରଙ୍କ ପାଠଶାଳାରୁ…ବାକି ଯାହା ମଝିପୃଷ୍ଠା ଥିଲାତାରି ପାଇଁ ଯେତେ ସବୁ ଘର୍ମାକ୍ତ ପ୍ରସ୍ତୁତି : ଆତଯାତ ହେଉଥିବା ଅସୁମାରୀ…