ସମ୍ପାଦକୀୟ : ଜୁନ ୨୦୨୪
ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭକାମନା। ରଜ ଏକ କୃଷି ଭିତ୍ତିକ ପର୍ବ। ରୀତି ଅନୁଯାୟୀ ଜ୍ୟେଷ୍ଠମାସ ଅନ୍ତେ ଆଷାଢ଼ମାସର ଆଗମନୀର ସୂଚନା ଏଇ ରଜପର୍ବ; ଯାହା ବାଟ କଢ଼େଇଆଣେ ପହିଲିବର୍ଷାକୁ ଧରିତ୍ରୀପୃଷ୍ଠକୁ । ପହିଲି ବାରିପାତରେ ମହ ମହ ମାଟିବାସ୍ନାରେ ମହକିଉଠେ ପବନ, ଭେଳା ଭେଳା…









