ପ୍ରଣତି ବେହେରା : କବିତା : ସାବରମତୀର ସନ୍ଥ

ସକାଳର ଶିଶିରସ୍ନାତ ଫୁଲଗୁନ୍ଥା ହାର ଭଳିତୁମେ ଗୁନ୍ଥି ହେଇ ରହିଛ ଏମିତି ଯେତୁମ ସତେଜତାରେ ଏତେ ଟିକିଏ ବି ଦାଗ ଦିଶେନିସ୍ମୃତିର ସାବରମତୀରେ… ସାବରମତୀ ଏକ ପବିତ୍ର ତୀର୍ଥଭୂମିକାଟି ପିନ୍ଧ କୁଟି ଖାଅ ତୁମର କର୍ମଯୋଗସତ୍ୟ ପ୍ରତି ଆଗ୍ରହ ତୁମର ହଠଯୋଗଅହଂର ଯୁଦ୍ଧଭୂମିରେ ତୁମେ ଥିଲ ସେନାପତି ଅହିଂସାରତୁମେ ତୁମ ସଂକଳ୍ପର ଭିନ୍ନତମ ଗୀତାସାର ।…

ହରମୋହନ ମିଶ୍ର : କବିତା : ମାଟି ପାଇଁ ପଦେ

ନୀଳ ଗଗନରେ ଜାଗିଛି ଚନ୍ଦ୍ରତାରା,ବସୁଧା ବୁକୁରେ ମିଳନ ଛନ୍ଦଭରା,ସ୍ୱପ୍ନେ ଉଛୁଳା ଯାହାର ସବୁଜଶିରୀଧୂସର ମାଟିର ଶ୍ୟାମଳୀ କନ୍ୟା,ଛୁଟାଇ ଚାଲିଛି ରୂପର ବନ୍ୟା,ତନୁରେ ରଙ୍ଗ ଭରି ।୧। ସ୍ତବ୍ଧ ଅଧୀର ସ୍ପର୍ଶ ବିଭୋର ଯିଏ,ପ୍ରାଣ ସଞ୍ଚାରି ନିର୍ଜୀବ ଜଡ଼ ଦେହେ,ଉଚ୍ଛ୍ୱାସ ତୋଳି ଲଜ୍ୟାଶୀଳାର ପ୍ରେମେସିଏ ତ ପାରିଛି ବର୍ଷଣ କରି,ମନ୍ଦାକିନୀର ଅମୃତବାରି,ସହଜେ ମର୍ତ୍ତ୍ୟ ଭୂମେ।୨। ସର୍ବଂସହା ସେ…

ରଶ୍ମି ସାହୁ : କବିତା : ନିଜ ପରି କେହି ଜଣେ ଯିବା ପରେ

ତୁମେ ଯିବା ପରେ ହିଁଅନେକ ଥର ଫେରିଛଦେହରେ ନୁହେଁ ବିଦେହ ଧରିମାନଚିତ୍ରରେ ନୁହେଁ ମୋହରେଇଶ୍ଵରଙ୍କ ପରି ଝୁଲିପଡସକାଳର ଅନ୍ୟମନସ୍କତାରେମେଘ ଫେରିଲେ ନୁହେଁବୈଶାଖର ପରବର୍ତ୍ତୀ ତାତିରେଅବସୋସରୁ ନିଗିଡ଼ି ପଡ଼ୁଥିବାକେଇ ବୁନ୍ଦା ଶବ୍ଦ ପରି। ଦୀର୍ଘ ନିଶ୍ୱାସରେ ଯନ୍ତ୍ରଣା ବଢ଼ିଲେତୁମେ ବୟସ୍କ ଦୁଃଖ ପରିସାମ୍ନାରେ ଠିଆହୁଅଗୋଟେ କାହାଣୀ ପରି,କାହାଣୀର ବି ହାତ ଗୋଡ଼ ଅଛିସେ ପାଖେଇ ଆସେଖୁବ୍ ପାଖକୁଏତେ…

ପ୍ରତିଭା ଖିଲାର : କବିତା : କେମିତି ଅଛ ତୁମେ ଦେବୀଦତ୍ତ !

ତୁମେ ଦେଖି ପାରୁଛ ଦେବୀଦତ୍ତ  !ରାସ୍ତା କଡ଼ରୁ ଧାଡି ଧାଡ଼ି ଅପେକ୍ଷାର ଗଛସବୁତୁମକୁ ନପାଇକେମିତି ତଳକୁ ମୁଁହପୋତିଫେରିଯାଉଛନ୍ତି ପଛକୁ, ଦେଖି ପାରୁଛ !ସଞ୍ଜ ଅନ୍ଧାରରେଗୋଟି ଗୋଟି ସ୍ଵପ୍ନର ତାରା ସବୁତୁମକୁ ଝୁରି ଝୁରିନିଜ ଆଲୁଅର ମାୟା ଭୁଲିକେମିତି ଆଉଜି ପଡୁଛନ୍ତିତୁମ ଚଲାବାଟକୁ ତୁମେ କ’ଣ ଜମାରୁ ବୁଝିନ !ତୁମ ଅବର୍ତ୍ତମାନରଲୁଣିଆ ଲୁହସବୁ ମୋ ପାଇଁ କେମିତିଗୋଟେ ଗୋଟେ…

ଅମିୟ ରଞ୍ଜନ ମହାପାତ୍ର : କବିତା : ଅଲଗା ଆରମ୍ଭ…

ଆ’, ଜାଳ ଦେଇ ସେକିବା ନିଆଁଦିଆସିଲି କାଠିରେ ଏତେ ଲୁହ ଓ ଝାଳ ଯେଜଳେଇବା କ’ଣ ସହଜ କଥା ! ଘାଆ ଉପରୁ ମାଛି ଘଉଡ଼େଇବାକୁ ମନା କରୁଛି ସହରକିଛି ହଇଜା ବି ଲୋଡ଼ା ନା ଔଷଧ ଓ ଡାକ୍ତରୀ ଶିଳ୍ପ ପାଇଁଜାଣିନ କି, ପ୍ରଜାପତିଙ୍କ ଡେଣାରେ ଚିନିଶିରା ବୋଳିମହୁଚାଷ କରୁଥିବା ମିଠା ଦୋକାନୀମାନେ ପରାଏବେ…

ସୁରଞ୍ଜନ ପାତ୍ର : କବିତା : ନୀଳ ସଞ୍ଜର ଉପପାଦ୍ୟ

ଦୀର୍ଘମିଆଦୀ ଦୁଃଖର ପିଠିରେଛିଣ୍ଡି ପଡୁଛି ସମ୍ଭାବ୍ୟ ଆକାଶପାହାଡ଼ ସମୁଦ୍ର ସବୁଠି ଉଡୁଛିଦେଶର ଜୀବାଶ୍ମସୁଖର ହରିତ୍ ଦାଢ଼ରେନୀରବେ ଶୋଇଛିସୁନାର ସକାଳ। ପାଳଭୂତର କଙ୍କାଳ ତଳେକଲବଲ ଧାନଫୁଲର ଖୁସିଚାଷୀର ଅସ୍ଥି ମଜ୍ଜା ଖପୁରୀ ଓପଦ୍ମ ପାଦର ଆୟୁଷ । ଭୋକର କେନ୍ଦରାରେଗୁମୁରି ମରୁଛି ମାଟିଉତ୍ତରା ପବନର ଡେଣାରେଝୁଲୁଛି ମଲାମେଘପଥର ଫାଙ୍କେ ନିରୁଦ୍ଦିଷ୍ଟଡଙ୍ଗରର ସ୍ୱପ୍ନ। ସୁଖର ଉପସଂହାରମୁହୂର୍ତ୍ତ ମୁହୂର୍ତ୍ତେ ଗୁନ୍ଥୁଛିଲୁହ…

ସମ୍ବାଦବିସମ୍ବାଦ

୭୮ତମ ସ୍ଵାଧୀନତା ଦିବସ ପାଳନ ଓ ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ସ୍ମରଣ କରି ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ, ପ୍ରତିବର୍ଷ ପରି ସି.ଆଇ.ଟି.ୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ରାଉରକେଲାର ଭଞ୍ଜଭବନ ପ୍ରେକ୍ଷାଳୟରେ ଅହୋରାତ୍ର ସାମୂହିକ ଜାଗରଣ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ସ୍ଵାଧୀନତା ସଂଗ୍ରାମ, ବୀରସହୀଦ ଓ ଦେଶଭକ୍ତିକୁ ନେଇ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମମାନ ଆୟୋଜିତ କରାଯାଇଥିଲା।…

ସମ୍ପାଦକୀୟ : ଜୁଲାଇ ୨୦୨୪

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ତତ୍ ପରବର୍ତ୍ତୀ ଘୋଷଯାତ୍ରା ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭକାମନା, ଶୁଭଇଚ୍ଛା ଓ ଶୁଭଅଭିନନ୍ଦନ। ଘୋଷଯାତ୍ରା ପାଇଁ ଏବର୍ଷ ରଥନିର୍ମାଣ ବେଳେ ରଥ ପାଇଁ ଉଦ୍ଦିଷ୍ଟ କାଠର  ଅଭାବର ଅନ୍ୟ ଅନ୍ୟାନ୍ୟ କାରଣ ମଧ୍ୟରୁ ଜଙ୍ଗଲକ୍ଷୟ ଯେ’ ଏକ ପ୍ରମୁଖକାରଣ ଏବଂ ଏହା ଏକ ଜ୍ବଳନ୍ତ ସମସ୍ୟା, ଏହାକୁ ଆମେ କେହି…