ଭଗବାନ ପଣ୍ଡା ଭଗତ : କବିତା : ନାରୀଟିଏ

ନାରୀଟିଏସ୍ବପ୍ନ ଖୋଜୁଛିସ୍ବାଧୀନତାର ମଶାଲ ଜାଳିରାଜପଥର କୋଳାହଳରେ ତା’ ପଛରେ ଘୁରି ବୁଲୁଛିଦୁର୍ଦ୍ଦଷ ଧର୍ମାନ୍ଧ ମାନଙ୍କଶୀତଳ ମୃତ୍ୟୁରକୋମଳ ଫାଶଟେଦେଶ ଦେଶାନ୍ତର ହେଇ କଲମକୁ ବଲମ କରିଶବ୍ଦକୁ ବୋମା କରିଯୁଦ୍ଧଂଦେହୀ ର ଡ଼ାକରା ଦେଇସତ୍ୟ ଓ ମଣିଷର ପୂଜା କରୁଥିବା ନାରୀଟିକୁ ଧରି ପେଶ କରିବେଧର୍ମ ଦରବାରରେ ଧର୍ମ ରକ୍ଷକ ବୋଲିଡେଙ୍ଗୁରା ପିଟୁଥିବାଧର୍ମାନ୍ଧ ମାନେ ତା’ରବିଚାର କରିବେ ଧର୍ମ…

ସମ୍ବାଦବିସମ୍ବାଦ : ସେପ୍ଟେମ୍ବର ୨୦୨୪

ଅମ୍ଳାନ ଚନ୍ଦ୍ର:ରମେଶ ଚନ୍ଦ୍ର : ବଣାଇଁଗଡ଼ ସ୍ଥିତ ରାଜା ଧରଣୀଧର କ୍ଲବ ଠାରେ ସୁସାହିତ୍ୟିକ, କବି ଓ ନାଟ୍ୟକାର ସ୍ବର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ବେହେରା ଏକାଧାରରେ ଜଣେ ନାଟ୍ୟକାର, କବି, ପ୍ରାବନ୍ଧିକ, ସମାଜସେବୀ ଓ ଅଭିନେତା ଥିଲେ । ଆୟୋଜିତ ଏହି ସ୍ମୃତିଚାରଣ ସଭାରେ…

ସମ୍ପାଦକୀୟ : ଅଗଷ୍ଟ ୨୦୨୪

ଭାଷାକୁ ଭିତ୍ତିକରି ୧୯୭୧ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ଏହି ଦକ୍ଷିଣଏସୀୟ ଦେଶ ବାଂଲାଦେଶ ଆଜି ଦଙ୍ଗାଗ୍ରସ୍ତ ଓ ଗୃହଯୁଦ୍ଧରେ ଲିପ୍ତ। ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସରକାରୀ ଚାକିରୀରେ ସଂରକ୍ଷଣର ବ୍ୟବସ୍ଥାକୁ ବିରୋଧ କରି ବିକ୍ଷୋଭ ଆରମ୍ଭ କରିଥିବା ଛାତ୍ର ଓ ଯୁବଗୋଷ୍ଠୀ — ଏବେ ରାଜନୈତିକ ତଥା ଧର୍ମଭିତ୍ତିକ ଘୃଣା ଓ ରକ୍ତପାତକୁ ଓହ୍ଲେଇ…

ପ୍ରତାପ କୁମାର ପଣ୍ଡା : ଆଲୋଚନା : କବିର ଭାବଭୂମିରେ କବିତା

ମାନବୀୟ ଅନୁଭବ, ମୂଲ୍ୟବୋଧ ଓ ସୃଜନଶୀଳ ଭାବନାର ଆବେଗିକ ଏବଂ କଳାତ୍ମକରୂପର ଶାବ୍ଦିକ ପରିପ୍ରକାଶର ସାବଲୀଳ ପ୍ରବାହ କେବେ କବିତା, କେବେ ଗଳ୍ପ ତ କେବେ ସାହିତ୍ୟର ଅନ୍ୟାନ୍ୟ ବିଭବ। ଏହି ବିଭବ ମାନଙ୍କର ଗର୍ଭରେ ଅତୀତ, ଉତ୍ତାଳ ସ୍ରୋତରେ ବର୍ତ୍ତମାନ ଏବଂ ଦୃଷ୍ଟିରେ ଭବିଷ୍ୟତ। ସାହିତ୍ୟର ମୂଳଚେରଟି ସମାଜରେ, କିନ୍ତୁ ସମାଜର ନବପଲ୍ଲବିତ ଶାଖାସମୂହରେ…

ସଦାନନ୍ଦ ତ୍ରିପାଠୀ : ଗଳ୍ପ : ମୁକ୍ତି

ନିଜକୁ, କେହି ଜଣେ ଅନ୍ୟମଣିଷ ଭଳି, ସେ ନିଜେ ହିଁ ପଚାରୁଥିବା ପ୍ରଶ୍ନଟି ସରଳ। କିନ୍ତୁ ଜୀବନକୁ ନେଇ ଯେତେ ଯୁକ୍ତି, ତାହା ସବୁ ଅଦ୍ଭୁତ ଓ ଜଟିଳ। —         ତୁମେ କାହିଁକି ସୁଖୀ ହୋଇପାରିଲନି, ସୁଭଦ୍ରା ? ସୁଭଦ୍ରା ତା’ କାହାଣୀ କହିବ । କାହାଣୀ ବୋଇଲେ, ସବୁ ଘଟଣା; ତା’ ଅନୁଭୂତି। ନିଜ…

ଗୌତମବୁଦ୍ଧ ଦାସ : ଅଳ୍ପ ଗଳ୍ପ : ଅଛୁଆଁ

ସ୍ପେସାଲ ଚା ଏମିତି ଆଗରୁ କେବେ ହୋଇ ନ ଥିଲା। ଛଅଦିନ ହେଲା ସାରା ଦେଶ ବନ୍ଦ, ତେଣୁ ତା’ ଦୋକାନ ବନ୍ଦ, ଖଟି ବି ବନ୍ଦ । ଚା’ଦୋକାନୀ ପାଗ୍‌ଲା ଘରେ ରହି ରହି ସତକୁସତ ପାଗଳ ହେବାକୁ ବସିଲାଣି। ଷ୍ଟେସନ୍ ଛକରେ ପାଗ୍‌ଲାର ଚା’ ଦୋକାନ ସବୁଦିନ ଖୋଲା ରହେ। ସ୍ପେସାଲ୍ ଚା’…

ବିପିନ୍ ନାୟକ : କବିତା : ଶବ୍ଦର ଅପସରୀ

ପ୍ରତିଥର ଫେରିଯିବାକୁ ଇଚ୍ଛାହୁଏତୋ’ ମୋହିନୀ ମାୟାରକୁଞ୍ଜ ଭିତରକୁ,ସ୍ପର୍ଶାତୁରତାର କୁହୁଡ଼ି ଭିତରେ ଲୁଚିଥିବାସୁକୁମାର ସ୍ନେହର ସୁଡ଼ଙ୍ଗକୁ । ପ୍ରତିଥର ଫେରିଯିବାକୁ ଇଚ୍ଛାହୁଏପାରଦର ଢଳ ଢଳ ମାଛଟିଏ ହେଇତୋ’ ନୀଳାଭ ଆଲିଙ୍ଗନରଗଭୀର ସମୁଦ୍ରକୁ, ତୋ’ର ଭୂମି, ଭୂମାବରଣ, ବାରଣଅଶ୍ରୁ, ଅସମ୍ମତିରବିଚିତ୍ର ଇନ୍ଦ୍ରଧନୁକୁଆଉଁସି, ଅଣ୍ଡାଳିଛୁଇଁ, ଛେଚି, କଚାଡ଼ିଖଣ୍ଡଖଣ୍ଡ କରି ଭାଙ୍ଗିଦେବାରନପୁଂସକ ଚେଷ୍ଟାରେନିଜକୁ ରକ୍ତାକ୍ତ କରିବାକୁଇଚ୍ଛାହୁଏ ପ୍ରତିଥର,ତୋ’ର ଦେହୀ, ବିଦେହୀରବିଡ଼ମିତ ବିପ୍ରଲମ୍ଭରେମୁଁ…

ବିଜୟ ରାୟ : କବିତା : ଡାକଟିଏ ଡରଡର ଡଅଁରର

ମୋଟେ ଛିଡ଼ୁନଥିବାଗୋଟେ ପ୍ରେମପଛରୁ ହାତଧରି ଭିଡ଼ିଧରେ ! ଏଇଠୁ ବିଦାୟ ବୋଲିକହିହୁଏନା କେବେ। ରକ୍ତରେ ନିଆଁଲାଗେଢେର ଢେର ନିବାରଣ, ନିରାକରଣ ସତ୍ତ୍ୱେ; ଜଙ୍ଗଲୀ ନିଆଁ ପରିଚରି ଚରି ଯାଏ ଚମତଳେ ! ଶିଶୁଟିଏ ପରି ଏ ବର୍ଦ୍ଧନଗଛଟିଏ ପରି ଏ ବର୍ଦ୍ଧନସମୁଦ୍ରଟିଏ ପରି ଏ ବର୍ଦ୍ଧନଦୁହିଁଙ୍କ ଅଳିନ୍ଦ ଭିତରେ,ବହୁଥିବା ଯେମିତି ମୁନ୍ଦେଅମ୍ଳଜାନ ! ଖରାର ଖୁରାମାଡ଼ତାନାମରା…