ସମ୍ପାଦକୀୟ : ଅକ୍ଟୋବର ୨୦୨୪

ସମ୍ପାଦକୀୟ: ୟା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତାନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ।: ଯେଉଁ ଦେବୀ ସର୍ବଭୂତରେ ଶକ୍ତି ସ୍ୱରୁପରେ ବିଦ୍ୟମାନ, ତାଙ୍କୁ ପ୍ରଣାମ, ପ୍ରଣାମ, ବାରମ୍ବାର ପ୍ରଣାମ। ଶକ୍ତି ହିଁ ଏ ବ୍ରହ୍ମାଣ୍ଡର ମୂଳ କାରଣ ଓ କାରକ, ଯାହା ବିନା ଏ ସଚରାଚର ଅସାର। ସେ ଜଳରେ ଶୀତଳତା, ଅନଳରେ ଦାହକତା,…

ବିଷ୍ଣୁପଦ ସିଂହଦେଓ : ସ୍ବତନ୍ତ୍ର କବିତା : ଚଲ୍ ଗୋ ପରବ୍ ଦେଖବା

ସିଂହଭୂମିଆଁ ଲୋକଭାଷାର କବିତା: ଚଲ୍ ଗୋ ପରବ୍ ଦେଖବା।। ବିଷ୍ଣୁପଦ ସିଂହଦେଓ ।। ଚଲ୍ ଦାଦା ନାନା   ଚାଣ୍ଡେ ଯିବା ସିନାଇଚାରେ ପରବ୍  ହେଉଛି ,ଖଡ଼କେଈ ନଦୀ    ପାହରୋ  ଜଲଦିନାଗରା ଢୋଲ୍ ଗା ବାଜୁଛି  || ୧ ପରବ୍ ଟାଣ୍ଡିରେ   ଦକାନ୍  ହାଟ୍-ରେବେଜାଇଁ  ସାମାନ୍  ଆସିଛି,ଘର୍-କରନାର ନାନା ଦରକାରଖେଳ୍-ନା  କୁଣ୍ଢେଇ  ଭରିଛି ||୨ ମେଢ୍-ଗା ଦେଖ୍-ବା ଜୁହାର୍…

କବି ହରିହର ମିଶ୍ର : କବିତା : ନିମିତ୍ତ

ନିମିତ୍ତ।। ଶ୍ରୀ ହରିହର ମିଶ୍ର ।। ସବୁ କରୁଥାଏ ଆଉ କିଏମୁଁ ନିମିତ୍ତ ମାତ୍ର । ଘାଟିରୁ ଉଠାଇ ନିଏ ଘାଟିକୁଯେଉଁଠିକି ଆଖି ପାଏ ନାହିଁଗଡ଼େଇ ଆଣେ ସେମିତି ଗାଡ଼ି ମୋରଯେଉଁଠାରୁ ଯାଇଥିଲି ମୁହିଁ । ରାସ୍ତାରେ ସ୍କୁଲ ଯିବା ପିଲାପରି କେବେକନ୍ଦେଇ କନ୍ଦେଇ ନିଏସ୍କୁଲ ଫେରନ୍ତି ହୋ ହାଲ୍ଲା ପିଲାଙ୍କ କଳରବରେମୋତେ ଭୁଲାଇ ଫେରାଇ…

ପ୍ରଦୀପ କୁମାର ପଣ୍ଡା : କବିତା : ଆଭୂଷଣ

ଆଭୂଷଣ।। ପ୍ରଦୀପ କୁମାର ପଣ୍ଡା ।। ଈଶ୍ବରଙ୍କ ଚେହେରା କେମିତି ଦିଶେ..!ମାଛ କଇଁଛ ସିଂହ ସବୁ ପୁରୁଣା ଘୁଣଖିଆ ବହି ପରିକେଉଁଠି ଲାଳସା କେଉଁଠି ଭୟ କେଉଁଠି ଆତଙ୍କ।ଈଶ୍ବର ବୋଲି ଯାହାଙ୍କ ଫଟୋଟଙ୍ଗା ହୋଇଥାଏମୋର ବୈଠକ ଘରେସେ କାହିଁକି ଧରିଥାନ୍ତି ଧନୁ, ତ୍ରିଶୂଳ ବା ଚକ୍ରବୁଝିପାରିଲିନି ଏଯାଏଁ…ସେ କଣ ଯୁଦ୍ଧଖୋର..!!ଈଶ୍ବର କାହିଁକି କାହାକୁ ମାରନ୍ତିକ୍ଷୀର ବାହାନାରେ…

ଗୋଲକ ବିହାରୀ ଆଚାର୍ଯ୍ୟ : କବିତା : ଦେବୀ

ଦେବୀ।। ଗୋଲକ ବିହାରୀ ଆଚାର୍ଯ୍ୟ ।। ।। ପ୍ରଥମ ରୂପ : ବୋଉ ।। ମୋ ଆଦ୍ୟ କ୍ରନ୍ଦନର ଓଁକାରରେଶଙ୍ଖଧ୍ୱନି, ହୁଳହୁଳି,ମଙ୍ଗଳ ଆବାହନୀକ୍ଷୀର ଟିକେ ଆଶାରେ ତୋ ଛାତିରେ ମୁଁହ ଗୁଞ୍ଜିଲା ବେଳେ ସଂସ୍ଥାପନର ସକଳ ମୁଦ୍ରା, ମୋ ଅଳି ଅର୍ଦ୍ଦଳି ଅବିଚାର ଓ ଅନ୍ୱେଷାରେତୋ ପୂଜାର ଷୋଡ଼ଶୋପଚାର ମା । କେମିତି ଆଉ ପୂଜିବି, ଭରା…

ଆନନ୍ଦ ଚନ୍ଦ୍ର ସାହୁ : କବିତା: ଯଥେଷ୍ଟ ନୁହେଁ

ଯଥେଷ୍ଟ ନୁହେଁ।। ଆନଂଦ ଚଂଦ୍ର ସାହୁ ।। ଖଜ୍‌ବଜ୍‌ ଶବ୍ଦ ଓ ଭାବ….ଯଥେଷ୍ଟ ନୁହେଁ ମୋର୍‌ ଆୟୁଷ୍କାଳସବୁଙ୍କୁ ଭୋଗିବା ଓ ବଂଚିବା । ହୁଏତ’ହଜାରେ ଜନ୍ମ ନେବାକୁ ବି ପଡ଼ିପାରେ ମତେନଚେତ୍‌ ଅସମ୍ଭବ ସଭିଂକୁ ଛୁଇଁବା । ଅଥଚ ମୁଁ ଥକିବିନିବାରମ୍ବାର ଜନ୍ମିବାକୁ ଯଦି ସୁଯୋଗ ମିଳେଏତିକି ତ’ଛାତିରେ ହାତ ଦେଇ କହିଦେଇ ପାରିବି ।…

ଦିପୁନ୍ ପୁହାଣ : କବିତା : ଝିଅମାନେ ଯାଇଛନ୍ତି ରାତି ଦଖଲରେ

ଝିଅମାନେ ଯାଇଛନ୍ତି ରାତି ଦଖଲରେ….।। ଦିପୁନ୍ ପୁହାଣ ।। ସାଙ୍ଗରେ ଆଲୁଅର ଟୁର୍ ଗାଇଡ୍ସାଙ୍ଗରେ ଆଦିମ ଏକ ଡରର ଆକଟଓ ବନ୍ଧ ଭାଙ୍ଗି ବହିଯିବାର ଅବାଧ ଇଚ୍ଛାଟିଏ ବି ଅଛି ସାଙ୍ଗରେ କଦମ୍ବ କି ବଇଁଶୀ ସୁରରେ ନୁହେଁଜହ୍ନ କି ତାରାର ମାୟାରେ ଆଦୌ ନୁହେଁ ଝିଅମାନେ ଯାଇଛନ୍ତି ତଲାସିବାକୁଏକ ପ୍ରାଗୈତିହାସିକ ସନ୍ତ୍ରାସର ଠିକଣାଯାହା ଲୁଚେଇ…

କୌଶିକ ଗିରି : କବିତା : ନ୍ୟାୟ ଖୋଜାରେ ଦ୍ବିତୀୟ ଈଶ୍ବରମାନେ

ନ୍ୟାୟ ଖୋଜାରେ ଦ୍ବିତୀୟ ଈଶ୍ବର।। କୌଶିକ ଗିରି ।। ଦ୍ବିତୀୟ ଈଶ୍ବରମାନେ ଅନ୍ଧାର ଜାଳିଖୋଜୁଛନ୍ତି ନ୍ୟାୟକୁଯିଏ ମିଳେ ନାହିଁ ସଚ୍ଚୋଟପଣରେ ତଥାପି ସେମାନେ ତାକୁ ଖୋଜିବେଅପ୍ରମାଣିତ ପ୍ରମାଣ ଦ୍ବାରାସନ୍ତ୍ରାସବାଦର ଛାତି ଚିରି ରକ୍ତ ନିଗାଡ଼ିବେଅନ୍ୟାୟର ନାଦବିନ୍ଦୁକୁ ଅନାବୃତ୍ତ କରିସେଥିରେ କଳା ବୋଳିବାକୁ ଚେଷ୍ଟା କରିବେ ସେମାନେ ଏବେ ଆତ୍ମସାତ କରିଲେଣି ଯେଯିଏ ପୁନର୍ଜନ୍ମ ଦେଇପାରେସେ ନ୍ୟାୟ…