Home » Magazine » ସାଇପଡ଼ିଶା – ବାଂଗଲାଦେଶ : ଇମତିଆଜ୍ ମହମୁଦ୍ : କବିତା : କବି ପୁତ୍ର

ସାଇପଡ଼ିଶା – ବାଂଗଲାଦେଶ : ଇମତିଆଜ୍ ମହମୁଦ୍ : କବିତା : କବି ପୁତ୍ର

ଅନୁବାଦ : ତ୍ରିନାଥ ସିଂହ

ମୋ’ ମାଆ ପାଇଁ ଟୋକିଓ ସହରଟା କିଣିଦେବାକୁ

ମୋର ଭାରି ଇଛା ।

ହେଲେ କେତେ ଖର୍ଚ୍ଚ ହେବ କିଏ ଜାଣେ !!

ଜିନିଷ ପତ୍ରର ଯାହା ଦାମ୍ –

ପା’ଏ ରସୁଣର ଦାମ୍ କୋଡ଼ିଏ ଟଙ୍କା…

ବିଶ୍ବାସ ହୁଏନି ।

ବାପା ରାଗରେ ଆଉ ବଜାର ଯାଉନାହାନ୍ତି ।

ତାଙ୍କର ବଯସ ବଢ଼ୁଛି

ଦେହ ବି ଖରାପ ହେଉିଛି

ମୁମ୍ବାଇ ନେଇ ଥରେ ଚେକ୍ଅପ୍ କରେଇ ଆଣିଲେ ହୁଅନ୍ତା !!

ମୁମ୍ବାଇ ଯିବାକୁ କେତେ ଖର୍ଚ୍ଚ ହୁଏ, କିଏ ଜାଣେ !!

ମୋର ତ କାଗଜ କିଣିବାକୁ ବି ପଇସା ନାହିଁ ।

ତଥାପି ପବନରେ ଲେଖିଦିଏ –

‘ବାପା ଯେମିତି ଶହେବର୍ଷ ବଞ୍ଚିରହନ୍ତି’ ।

There are 2 comments

Leave a Reply

Your email address will not be published. Required fields are marked *