କବିତା ସଂକଳନ “ଚେତନାର ତରୁଡ଼ାଳେ”ର ଅନାବରଣ ଉତ୍ସବ :
ଗାଳ୍ପିକ ଭାବରେ ସୁପରିଚିତ ରାଉରକେଲାର ଜଣାଶୁଣା ସାହିତ୍ୟିକ ସଂଜୀବ କୁମାର ଭୋଇଙ୍କର କବିତା ସଂକଳନ “ଚେତନାର ତରୁଡ଼ାଳେ” ରାଉରକେଲା ସ୍ଥିତ ଗୋପବନ୍ଧୁ ପାଠାଗାର ସଭାଗୃହରେ ସ୍ବସ୍ତି ବ୍ୟାନରରେ ଲୋକାର୍ପିତ ହୋଇଯାଇଛି । ପୁସ୍ତକଟିକୁ ଲୋକାର୍ପଣ କରିବା ଅବସରରେ ଶ୍ରୀ ମହେନ୍ଦ୍ର ପଟ୍ଟନାୟକ, ପ୍ରାଧ୍ୟାପକ ଶଙ୍କର ତ୍ରିପାଠୀ, କବି ଅଶ୍ୱିନୀ ରାୟ ଓ କବି ରାଜୀବ ପାଣି କବିତାଗୁଡ଼ିକର ବିଭିନ୍ନ ଦିଗ ଓ ଭାବ ଉପରେ ସୁନ୍ଦର ଆଲୋଚନା କରିଥିଲେ । ଆଲୋଚନା ପର୍ବ ଉତ୍ତାରେ ସହରର ଦଶଜଣ କବି ସଙ୍କଳନରୁ ଦଶଗୋଟି କବିତା ଆବୃତ୍ତି କରି ସଭାଗୃହକୁ ଚମତ୍କୃତ କରିଦେଇଥିଲେ ।

