ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଅଶେଷ ଶୁଭକାମନା। ରଜ ଏକ କୃଷି ଭିତ୍ତିକ ପର୍ବ। ରୀତି ଅନୁଯାୟୀ ଜ୍ୟେଷ୍ଠମାସ ଅନ୍ତେ ଆଷାଢ଼ମାସର ଆଗମନୀର ସୂଚନା ଏଇ ରଜପର୍ବ; ଯାହା ବାଟ କଢ଼େଇଆଣେ ପହିଲିବର୍ଷାକୁ ଧରିତ୍ରୀପୃଷ୍ଠକୁ ।
ପହିଲି ବାରିପାତରେ ମହ ମହ ମାଟିବାସ୍ନାରେ ମହକିଉଠେ ପବନ, ଭେଳା ଭେଳା ମେଘର ମେଖଳାରେ ଚିତ୍ରିତ ହେଇଉଠେ ଆକାଶ… ସବୁଆଡ଼େ ଏକ ଅନନ୍ୟ ନିଆରା ପରିବେଶ, ଏକ ଅନନ୍ୟ ନିଆରା ଦୃଶ୍ୟର ମୋହନୀୟ ପରିପାଟୀ। ଅଥଚ ଏ ବର୍ଷ ସେଇ ଦୃଶ୍ୟ, ସେଇ ପରିବେଶ, ସେଇ ଆକାଶ କି ସେଇ ପରିପାଟୀର କାଣିଚାଏ ସ୍ପର୍ଶ ନାହିଁ କୋଉଠି। ଗଣମାଧ୍ୟମର ପରଦାରେ ଝଲସି ଉଠୁଛି କେତୋଟି ଶବ୍ଦ: ଏଥର ଗମ୍ ଗମ୍ ରଜ।
ଅସହ୍ୟ ତାତିରେ ଗୁଳୁଗୁଳଉଛି ସସାଗରାଧରା। ଅସହ୍ୟ ଝାଞ୍ଜିରେ ସନ୍ତୁଳିହେଉଛି ଗଛ, ବୃଚ୍ଛ, ମଣିଷ, ପଶୁ ଓ ଚଢ଼େଇ ବିଚରା। କ୍ରମବର୍ଦ୍ଧିଷ୍ଣୁ ଭାବରେ ପ୍ରକୃତିର ଏଇ ପଟ୍ଟପରିବର୍ତ୍ତନ ଓ ଅସନ୍ତୁଳନତା ପାଇଁ ଯଦି କାହାକୁ ଦାୟୀ କରାଯାଏ, ତେବେ ସେ ହେଉଛି ଏଇ ମଣିଷଜାତି ଓ ପ୍ରକୃତି ଉପରେ ତା’ର ଅହେତୁକ ଅତ୍ୟାଚାର।
ଏ ବର୍ଷର ଏଇ ଅକଳ୍ପନୀୟ ଉତ୍ତାପବୃଦ୍ଧିକୁ ନେଇ କେହି କେହି କଟାକ୍ଷ କରନ୍ତି ଏ ବର୍ଷର ରାଜନୈତିକ ଉଷ୍ମତା ଓ ନିର୍ବାଚନୀ ତାତିକୁ; ଯାହା ସରଗରମ କରିରଖିଛି ଏହି ଉପମହାଦେଶର ଗାଆଁ ଗାଆଁ, ପଲ୍ଲୀ ପଲ୍ଲୀ… ରାଜ୍ୟ ରାଜଧାନୀମାନଙ୍କ ଠାରୁ ନୂଆଦିଲ୍ଲୀ ଓ ବିଧାନସଦନରୁ ସଂସଦଭବନ ପର୍ଯ୍ୟନ୍ତ। ଏଥର ଦେଶର ରାଜନୈତିକ କାନଭାସରେ ଅନେକ ପରିବର୍ତ୍ତନର ଛିଟା ଓ ଛଟା ଭରିଦେଇଛି ଏଇ ୨୦୨୪ ନିର୍ବାଚନୀ ଋତୁ। ସଂସଦଭବନରେ ବଢ଼ିଯାଇଛି ବିରୋଧୀଦଳର ଚଉକି ସଂଖ୍ୟା… ରାଜ୍ୟରେ ପରିବର୍ତ୍ତନ ହେଇଛି ୨୪ ବର୍ଷ ୩ ମାସ ୮ ଦିନ ବିଶିଷ୍ଟ ଦୀର୍ଘଫର୍ଦ୍ଦର ନବୀନ ସରକାର… ଶାସନକୁ ଆସିଛି ମୋହନ ମାଝୀ ସରକାର।
ଏଇ ୨୪ ବର୍ଷ ଦୀର୍ଘ ସରକାର ଓଡ଼ିଶାକୁ ବହୁତ କିଛି ଦେଇନି ସତ, ମାତ୍ର ଯାହା ଦେଇଛି ତାହା ଅବିସ୍ମରଣୀୟ ନିଶ୍ଚୟ, ତାହା ବହୁମାତ୍ରାରେ ସୁଦୃଢ଼ ଓ ସମୃଦ୍ଧ କରିଛି ଓଡ଼ିଶାର ଭିତ୍ତିଭୂମିକୁ, ଓଡ଼ିଶାର ଆର୍ଥିକ ଓ ସାମାଜିକ ମେରୁଦଣ୍ଡକୁ, ସମୃଦ୍ଧ କରିଛି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟର ଚିତ୍ରପଟ୍ଟକୁ; ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବାର ସାମର୍ଥ୍ୟ ଓ ଦୃଷ୍ଟିଭଙ୍ଗିକୁ ବି — ଯାହାକୁ କାଳ କାଳ ଧରି ମନେରଖିବ ଓଡ଼ିଶା ଓ ଯାହା ଉଦାହରଣୀୟ ମାଇଲଖୁଣ୍ଟ ହେଇ ରହିଯିବ ବିଶ୍ୱର ସାମାଜିକ, ଆର୍ଥିକ ଓ ରାଜନୈତିକ ଦୃଷ୍ଟିପଟଳରେ ବି। ନବ ନିର୍ବାଚିତ ମୋହନ ସରକାର ସେଇ ବିକାଶ ଉନ୍ମୁଖୀ ଗତି ଓ ପ୍ରଗତିକୁ, ଶକ୍ତି ଓ ସାମର୍ଥ୍ୟକୁ ନବ୍ୟଚେତନାର ନବଉନ୍ମେଷ ଓ ଅଗ୍ରଗତି ଦେବ — ଏହିପରି ଆଶା ଓ ବିଶ୍ଵାସର ଆସ୍ଥାଟିଏ ରଖାଯାଉ ସମୟ ପାଖରେ ।
ଓଡ଼ିଶାର ଏକ ସୁନାମଧନ୍ୟ ସାହିତ୍ୟପତ୍ରିକା “ସାହିତ୍ୟ ଦର୍ପଣ”ର ଗତ ପୂଜାସଂଖ୍ୟାରେ ଏହି ଭଳି ଏକ ପ୍ରଶ୍ନ ପଚରା ଯାଇଥିଲା ଯେ, ଅନେକ ପ୍ରସଙ୍ଗରେ ଲେଖକମାନେ ନୀରବ। ଯାହା ଫଳରେ ଆମର ବ୍ୟବସ୍ଥା ଭିତରେ ଦେଖାଯାଉଥିବା ବିସଂଗତି ଆମର ସମୁଦାୟ ସାମାଜିକ ବ୍ୟବସ୍ଥାକୁ ଅନେକ ସମୟରେ ଭୁଲ ବାଟରେ ନେଇଯାଉଛି। ଯାହାଦ୍ବାରା ସାମାଜିକ ବୈଷମ୍ୟ ବୃଦ୍ଧି ପାଉଛି। ଏ କ୍ଷେତ୍ରରେ ଆମର ଲେଖକମାନଙ୍କର କଣ କିଛି ଉତ୍ତରଦାୟିତ୍ଵ ନାହିଁ..??
ଏବଂ ଏହି ପ୍ରଶ୍ନର ଉତ୍ତରଟି ଥିଲା ଅବିକଳ ଏହିପରି, ଯେ… ସାମାଜିକ ଉନ୍ନତି, ସମାଜ ସଂସ୍କାର, ସମାଜ ବିଜ୍ଞାନ, ସାମାଜିକ ବ୍ୟବସ୍ଥା, ସାମାଜିକ ବିସଙ୍ଗତି, ସାମାଜିକ ନ୍ୟାୟ — ଏ ସବୁ କ୍ଷେତ୍ରରେ ଲେଖକର ଉତ୍ତରଦାୟିତ୍ଵ ନିଶ୍ଚୟ ରହିଛି। ଅନେକ ପ୍ରସଙ୍ଗରେ ଆଜି ଲେଖକମାନେ ନୀରବ ରହୁଛନ୍ତି — ଯାହା ନିଶ୍ଚିତ ରୂପେ ସାମାଜିକ ବ୍ୟବସ୍ଥା ପ୍ରତି ବିପଜ୍ଜନଜ। ଲେଖକମାନେ କ୍ରମଶଃ ସ୍ୱାର୍ଥ୍ୟବାଦୀ ଓ ଭୟାଳୁ ହୋଇଯାଉଛନ୍ତି… କାଳେ ତାଙ୍କ ଲେଖା ବିବାଦୀୟ ହେଇଯିବ, କାଳେ ରାଜନୈତିକ ଆକ୍ରୋଶର ସାମ୍ନା କରିବାକୁ ପଡ଼ିବ, କାଳେ ପୁରସ୍କାର ତାଲିକାରୁ ନାଆଁ କଟିଯିବ… ଏମିତି ଅନେକ କାରଣକୁ ନେଇ ଅନେକ ଲେଖକ ନୀରବ ଓ ତଟସ୍ଥ। କାଦୁଅକୁ ଯିବି କାହିଁକି ନା’ ଗୋଡ଼ ଧୋଇବି କାହିଁକି..!
ଏହି ପ୍ରଶ୍ନ ଓ ଏହାର ଉତ୍ତର ନିଶ୍ଚିତ ରୂପେ ଏକ ଇଙ୍ଗୀତ ଓ ଆହ୍ବାନ ବି ଲେଖକୀୟ ଧର୍ମ ପ୍ରତି। କାରଣ ଦେଶଗଠନ ଓ ସାମାଜିକ ସୁବ୍ୟବସ୍ଥାର ନିର୍ମାଣରେ ଲେଖକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ଶାସନ ଏବଂ ପ୍ରଶାସନ ପରି। ଏଇଠି ମନେପଡୁଛି ଆମ ସମୟର ଜଣେ ଉତ୍ତୁଙ୍ଗ କାବ୍ୟସ୍ୱର କବି ବିପିନ ନାୟକଙ୍କ ଗୋଟିଏ କବିତା ପଂକ୍ତି …
ମୋ ‘ ପ୍ରଚଣ୍ଡ କାମନାର
ଲେଲିହାନ ଶିଖାରେ
କାମାର୍ତ୍ତ ହୁଅନ୍ତୁ ସବୁ ନଂପୁସକ
ଯେତେ ସବୁ ଭଣ୍ଡ ପ୍ରବଞ୍ଚକ…
ମୋ ଅକପଟ ଆଚରଣରୁ
ନେଇଯାଆନ୍ତୁ ଚେନାଏ ଆଲୋକ..!
ଓଡ଼ିଆ କବିତାର ସେଇ ବନ୍ଦ ଘରର ବାସ୍ନା କବି ବିପିନ ନାୟକଙ୍କ ଏଇ ଶାଣିତପଂକ୍ତି ସହ ଭାରତୀୟ ସାହିତ୍ୟର ଆଉ ଏକ ଦାମ୍ଭୀକ ସ୍ୱର କବି ଅମ୍ରିତା ପ୍ରିତମଙ୍କର ଏଇ କବିତା ପଂକ୍ତିଟିକୁ ବି ମନେ ପକେଇବା…
Give my tears
to all the poets.
Every drop
will give birth a poem…
I promise.
Make sure
you catch the youth
of the country,
everyone
And inject them
with my indignation.
They will need it,
come the revolution.
ମୋର ରୋଷ ଆଉ କୋପକୁ
ଭରିଦିଅ ସେମାନଙ୍କ ଭିତରେ
ଇଞ୍ଜେକସନ ପରି।
ଏହା ନିହାତି ଲୋଡ଼ା ସେମାନଙ୍କୁ…
ଆସୁ… ଆସୁ ଗୋଟିଏ କ୍ରାନ୍ତି …
ଗୋଟିଏ ବିପ୍ଳବ।
ପୁନଃ ରଜ ଅଭିନନ୍ଦନ ସହ ନମସ୍କାର।

There are 20 comments
ସମ୍ପାଦକୀୟ ସମ୍ପାଦନା ଖୁବ୍ ମନ ଛୁଆଁ। ତାତି, ଗୁଳୁଗୁଳି,ରଜତ୍ସୋବ, ନିର୍ବାଚନ, ନିର୍ବାଚନୀ ଫଳାଫଳ, ନୁଆ ସରକାରଙ୍କ ଉପରେ ନୂଆ କିଛି ପାଇବାର ଆଶା ଓ ଭରଷା, ଲେଖକମାନଙ୍କର ଭୟ ବା ସ୍ବାର୍ଥ ଜୁଡୁବୁଡୁ ମାନସିକତାକୁ ନେଇ ସମ୍ପାଦକୀୟ ପୃଷ୍ଠା ଉଥଳପୁଥଳ।
ସାଦର ଧନ୍ୟବାଦ।
ଭାଇ,
ନମସ୍କାର ଓ ରଜ ଅଭିନନ୍ଦନ।
ପଢ଼ିଲ ଓ ମନ୍ତବ୍ୟ ଦେଲ ସେଇ, ମୋ ପାଇଁ ଓ ଚଉକାଠ ପାଇଁ ବହୁତ।
ଏହି ଭଲପାଇବା ଓ ଏଇ ଅନାବିଳ ସ୍ନେହ ସବୁବେଳେ ରହିଥାଉ।
🙏🙏❤️🙏🙏
Khub sundar.manachuan.
ଅଶେଷ ଧନ୍ୟବାଦ ମାଡ଼ମ୍,
ଆପଣଙ୍କ ସହୃଦୟତା ପାଇଁ।
🙏🙏🙏
ସାମ୍ପ୍ରତିକ ଓଡିଶାର ସ୍ଥିତି ସହ କିଛି କବିତା ପଙ୍କ୍ତି ବେଶ ଉପଭୋଗ୍ୟ ସମ୍ପାଦକୀୟ ଲେଖା।
Whats app ରେ ପହଞ୍ଚିଛି ଏହି ମନ୍ତବ୍ୟ। ରବିନାରାୟଣ ବାବୁଙ୍କୁ ଆନ୍ତରିକ ଧନ୍ୟବାଦ ସହ ଶୁଭେଚ୍ଛା।
………………………….
ରଜସଂଖ୍ୟା ଚଉକାଠ ବହୁତ ଭଲ ଲାଗିଲା। ଚମତ୍କାର ଗପ ହାତୀ ଓ ଲଣ୍ଠନ। ଗଳ୍ପ ପଠନର ଶୈଳୀ ଓ ସ୍ଵର ମନ୍ତ୍ରମୁଗ୍ଧ କରୁଛି। ଉଚିତ ଭାବର ଉପସ୍ଥାପନା ଗଳ୍ପଶ୍ରୋତାଙ୍କୁ ମୁଗ୍ଧ କରୁଛି। କବିତା ସବୁ ବି ଭଲ ହେଇଛି। ସତ୍ୟରଞ୍ଜନ ପ୍ରହରାଜଙ୍କ
କବିତା superb. ମଧୁରମ୍ ମଧୁରମ୍… ଅତୁଳନୀୟ 👌👌👌।
ସମ୍ପାଦକୀୟ nice…।
ରବିନାରାୟଣ ପାଣିଗ୍ରାହୀ
ଚେରୁଆପଡ଼ା, ସମ୍ବଲପୁର
ନମସ୍କାର ସାର୍
ଆପଣଙ୍କୁ ତଥା” ଚଉକାଠ” ପରିବାରର ସମସ୍ତ ସଦସ୍ୟଙ୍କୁ ରଜ ଅଭିନନ୍ଦନ।
ଆଜିର ସମ୍ପାଦକୀୟ ସମ୍ପୁର୍ଣ୍ଣ ସ୍ବତନ୍ତ୍ର।
ରାଜନୈତିକ ପାଣିପାଗ ଠାରୁ ବଦଳୁଥିବା ପ୍ରକୃତିର ନିୟମ ପର୍ଯ୍ୟନ୍ତ ବେଶ୍ ଶିକ୍ଷଣୀୟ ଉପସ୍ଥାପନା।
ଏଭଳି ନିର୍ଭିକ ସ୍ବର ସବୁବେଳେ ଆବଶ୍ୟକ କରେ ଏ ସମାଜ
ଧନ୍ୟବାଦ ସାର୍
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
🙏🙏
ଅଶେଷ ଶୁଭେଚ୍ଛା ଓ ଶୁଭକାମନା।
ସମ୍ପାଦକୀୟ ଭଲ ଲାଗିଛି ଜାଣି ଅତ୍ୟନ୍ତ ଆନନ୍ଦ ଅନୁଭବ ହେଲା। ପାଠକୀୟ ଭଲପାଇବା ହିଁ ଚଉକାଠକୁ ବାରମ୍ବାର ଜୀବନ୍ୟାସ ଦେଉଥାଏ।
🙏❤️🙏
ଚଉକାଠ ରଜସଂଖ୍ୟା ଉପରେ ଆପଣଙ୍କର ଏଇ ସଂକ୍ଷିପ୍ତ ଅଥଚ ସାମଗ୍ରିକ ଆକଳନ ଆମକୁ ଉତ୍ସାହିତ ଓ ଅନୁପ୍ରେରୀତ କରିଛି। ଏଣୁ ଅଶେଷ ଧନ୍ୟବାଦ ଜାଣିବେ। ରଜ ଅଭିନନ୍ଦନ ବି।
ରବିନାରାୟଣବାବୁଙ୍କୁ ତାଙ୍କର ଏଇ ସଂକ୍ଷିପ୍ତ ଓ ସାମଗ୍ରୀକ ଆକଳନୀୟ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା।
ସଂପାଦକୀୟ ପୃଷ୍ଠାରେ ସ୍ଥାନିତ ହୋଇଅଛି ଖୁବ୍ ସୁନ୍ଦର ଆପଣଙ୍କର ସଂପାଦକୀୟ ବିବରଣୀ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ଓ ଓଡିଶାର ଗଣପର୍ବ ରଜ ସଂକ୍ରାନ୍ତିରେ ପ୍ରସ୍ତୁତ ପିଠା ର ମହକରେ ମହମହ ବାସିଉଠୁଛି ଚଉକାଠ ର ପ୍ରତିଟି ପୃଷ୍ଠା, କବି ବିପିନ ନାୟକ ଙ୍କ ଚମତ୍କାର କବିତାର ପଂକ୍ତି ତଥା କବୀ ଅମ୍ରିତା ପ୍ରୀତମଙ୍କ ଭାବ ସ୍ପର୍ଶ ପଂକ୍ତି ହୃଦୟ ଜିନିଛି। ରାଜନୀତି କଥା ନୂଆଁ ସରକାର ଙ୍କ ଉପରେ ଅନେକ ଆଶା ଭରଷା ସ୍ୱର ପହିଲି ବର୍ଷାର ମାଟି ଗନ୍ଧ ପରି ଚହଟି ଉଠୁଛି। ଖୁବ୍ ଭଲ ଲାଗିଲା ଉପସ୍ଥାପନ ଓ ଚଉକାଠ ର ରଜ ସଂକ୍ରାନ୍ତି ବିଶେଷାଙ୍କ। ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।
ଆପଣଙ୍କ ମନ୍ତବ୍ୟ ଆମକୁ ଉତ୍ସାହିତ ଓ ଅନୁପ୍ରେରିତ କରିବ ନିଃସନ୍ଦେହରେ।
ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା।
ସର୍ବପ୍ରଥମେ ନମସ୍କାର ଜାଣିବେ 🙏
ସଂପାଦକୀୟ ଅତ୍ୟନ୍ତ ଭାବଗର୍ଭକ ଓ ପ୍ରାସଂଗିକ ହୋଇଛି.
ପରିବର୍ତ୍ତିତ ଜୀବନ ଓ ଜଗତ, ସାମାଜିକ ଅସଂଗତି ଏବଂ ଏଇ ସବୁ ମଧ୍ୟରେ ମଣିଷର ଯାବତୀୟ ଜଂଜାଳ ଓ ସଂଘର୍ଷ ତଥା ନ୍ୟାଯ୍ୟ ଅଧିକାର ପ୍ରଭୃତି ସକଳ ପ୍ରସଂଗକୁ ଚମତ୍କାର ଭାବରେ ଉପସ୍ଥାପିତ ହୋଇଛି ସଂପାଦକୀୟରେ..
ପ୍ରତିଟି ଲେଖା ଅନ୍ତରଛୁଆଁ ହୋଇଛି..ପତ୍ରିକାକୁ ଆହୁରି ସରସ ସୁନ୍ଦର ଓ ଉପାଦେୟ କରିବା ପାଇଁ ପତ୍ରିକାର ପୂରା ଟିମ୍ ର ଉଦ୍ୟମ ପ୍ରତିଟି ସଂଖ୍ୟାର ବିଷୟ ଚୟନ ଓ ପାରିପାଟୀରୁ ବାରି ହେଉଛି..ଆପଣଙ୍କ ପ୍ରୟାସ ଆଦୃତିର ଶିଖର ଛୁଉଁ..ଏତିକି କାମନା..
ସର୍ବୋପରି ମୋ କବିତାଟିଏ ସ୍ଥାନୀତ କରିଥିବାରୁ ଏବଂ ସାହିତ୍ୟର ଯାତ୍ରା ପଥରେ ଜଣେ ଛୋଟିଆ ସତୀର୍ଥ ସାରଥୀ ଭାବେ ବିବେଚନା କରିଥିବାରୁ ଆପଣଙ୍କୁ ମୋର କୃତଜ୍ଞତା ଜଣାଉଛି.
* ଲକ୍ଷ୍ମୀନାରାୟଣ ହୋତା
ସଂବଲପୁର
୯୪୩୭୨୨୦୬୮୫
ଏକ ସୁନ୍ଦର ଓ ମନଛୁଆଁ କବିତା ଚଉକାଠ ପୃଷ୍ଠାକୁ ଭେଟିଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।
ଆପଣଙ୍କ ସୁଚିନ୍ତିତ ମନ୍ତବ୍ୟ ଓ ଶୁଭକାମନା ଚଉକାଠର ମାର୍ଗ ପ୍ରଶସ୍ତ କରିବ ନିଶ୍ଚୟ।
ସଧନ୍ୟବାଦ ଶୁଭେଚ୍ଛା ଓ ସମ୍ମାନ ପ୍ରିୟ କବି।
ଆପଣଙ୍କର ସାହିତ୍ୟକର୍ମ ଅଧିକ ସ୍ୱଚ୍ଛ ଓ ତୀକ୍ଷ୍ଣ ହେଉ, ଏହା ଚଉକାଠର କାମ୍ୟ।
ସମ୍ପାଦକୀୟ ସମ୍ପାଦନା ମନମୁଗ୍ଧକର l ଏହିଭଳି ସୁନ୍ଦର ସୁନ୍ଦର ତଥ୍ୟ ଆଗକୁ ଆସିବାର ଆଶା ରଖୁଛୁ l ତ୍ରିନାଥ ସାରଙ୍କୁ ଧନ୍ୟବାଦ ସହ ନମସ୍କାର ଜଣାଉଛି l 🙏
ଚଉକାଠ ପଢୁଛନ୍ତି ଓ ମନ୍ତବ୍ୟ ବାଢ଼ିଛନ୍ତି, ଏଥି ନିମନ୍ତେ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଉଛୁ। ଆପଣଙ୍କର ସାହିତ୍ୟକର୍ମ ଅଧିକ ସ୍ୱଚ୍ଛ ଓ ତୀକ୍ଷ୍ଣ ହେଉ, ଏହା ଚଉକାଠର କାମ୍ୟ।
ପ୍ରଣମ୍ୟ କାଳଜୟୀ ସାହିତ୍ୟିକ, ବର୍ତ୍ତମାନର ଧୂରୀଣ ଏବଂ ନବପ୍ରଜନ୍ମର ପ୍ରବୀଣ ସାହିତ୍ୟସାଧକ ତଥା ସର୍ବୋପରି ସାହିତ୍ୟମୋଦୀ ପାଠକେ,
ଆପଣମାନଙ୍କର ଅକୁଣ୍ଠ ଓ ଅଖଣ୍ଡ ସହଭାଗିତାରେ ଉଭୟ ପାଠ୍ୟ ଓ ଶ୍ରୁତ ଡିଜିଟାଲ ସାହିତ୍ୟପତ୍ରିକା “ଚଉକାଠ” ଏଯାବତ୍ ୧୭ଟି ଦେଶରେ ପ୍ରାୟ ୧୫୦୦୦ ପାଠକଙ୍କ ଦ୍ଵାରା ଆଦୃତ ଓ ଶ୍ରଦ୍ଧାଭାଜନ ହୋଇପାରିଛି, ଯାହା “ଚଉକାଠ” ପାଇଁ ଏକ ଅନନ୍ୟ ଓ ନିଆରା ଉପଲବ୍ଧି।
ସମ୍ପାଦନା ହେଉ କି ପ୍ରକାଶନ କି ବୈଷୟିକ ରୁଚିସମ୍ପନ୍ନ ପରିପାଟୀ… ଏ ସବୁକୁ ମାଧ୍ୟମ କରି “ଚଉକାଠ” ଅହରହ ପ୍ରୟାସ କରିଆସୁଛି ସ୍ରଷ୍ଟାଙ୍କ ସୃଷ୍ଟିକୁ ଯଥାର୍ଥ ରୂପେ ପାଠକୀୟ ଦରବାରରେ ଉପସ୍ଥାପିତ କରିବା ପାଇଁ। ସାହିତ୍ୟ ଓ ସାହିତ୍ୟମୋଦୀ ପାଠକଙ୍କ ମଧ୍ୟରେ ବାଧକ ସାଜୁଥିବା ଦୁରତ୍ୱକୁ ଅତିକ୍ରମ କରିବାର ଲକ୍ଷ୍ୟ ନେଇ ସାହିତ୍ୟ ପାଖରେ ପାଠକକୁ ନୁହଁ, ପାଠକ ପାଖରେ ସାହିତ୍ୟକୁ ପହୁଞ୍ଚାଇବାର ପ୍ରୟାସ ନିହିତ ଅଛି ଏହି ଚଉକାଠର ଡିଜିଟାଲ ପ୍ରାରୂପରେ।
ତେଣୁ କରି ବୋଧେ, ବ୍ୟସ୍ତବହୁଳ ଦିନଚର୍ଯ୍ୟା ଭିତରେ ଥାଇ ବି ଏତେସଂଖ୍ୟକ ସାହିତ୍ୟମୋଦୀ ପାଠକ ମୋବାଇଲ ଫୋନ୍ ଖୋଲି ସାହିତ୍ୟର ଖୋଲାଅଗଣାରେ ଵିଚରଣ କରିପାରୁଛନ୍ତି ।
ଉଭୟ ପାଠ୍ୟ ଓ ଶ୍ରୁତ ମୋବାଇଲ ଫୋନ୍ ପ୍ରାରୂପରେ ପ୍ରସ୍ତୁତ ଡିଜିଟାଲ ସାହିତ୍ୟ ପତ୍ରିକା “ଚଉକାଠ” ପ୍ରତି ଆପଣ ସଭିଙ୍କ ନିରନ୍ତର ଭଲପାଇବା ଆମକୁ ଉତ୍ସାହିତ ଓ ଆନନ୍ଦିତ କରୁଛି।
ନମ୍ର ନମସ୍କାର ସହ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଆପଣ ସମସ୍ତଙ୍କୁ।
ଧନ୍ୟବାଦ।
ଏ ମାସର ସଂପାଦକୀୟ ଅଭିବ୍ୟକ୍ତି ପୂର୍ବ ମାସ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ନିଆରା । ସଂସ୍କୃତି ସାହିତ୍ୟ ପରମ୍ପରା ରାଜନୀତି ଓ ମଣିଷଜାତିକୁ ନେଇ ଏକ ଅପୂର୍ବ ଆନନ୍ଦକର ଆଲୋଚନା ଏଥର ସଂପାଦକୀୟ ପୃଷ୍ଠା। ଅଶେଷ ଧନ୍ୟବାଦ ସହ ପ୍ରଣାମ ସାର୍ ।ଆପଣଙ୍କର ଏ ବାର୍ତ୍ତା ଅବା ଅଭିବ୍ୟକ୍ତି ଆମକୁ ନିଶ୍ଚୟ
ସାହିତ୍ୟାଭିମୂଖି କରାଇବ🙏
ଜୀବନ ଓ ଜୀବନ ସହ ଯୋଡ଼ି ହେଇ ଆମ ସଂସ୍କୃତି ଏ ମଲାଟ ଲିଖନ ଭାରି ସୁନ୍ଦର। ମତେ ମୁଗ୍ଧ କଲା।