Home » Magazine » ଶୁଭନାରାୟଣ ସ୍ବାଇଁ : କବିତା : ଚକ୍ରଧର ପାଇଁ କବିତା

ଶୁଭନାରାୟଣ ସ୍ବାଇଁ : କବିତା : ଚକ୍ରଧର ପାଇଁ କବିତା

ଚକ୍ରଧର,

ତୋତେ ଥରେ  କହିଥିଲି ନା’

ଗୋଟିଏ ଲଣ୍ଡା ପାହାଡ଼ର କଥା !

ସେ ଲଣ୍ଡା ପାହାଡ଼ର ରଜା ତୁ,

ପ୍ରଜା ବି ତୁ  !

ପାହାଡ଼ ସାରା ପୋତି ଦେ’

ଯେତେ ପାରୁଛୁ ସେତେ ପ୍ରେମର ଚାରା

ପାଣି ଦେ, ଖତ ଦେ, ସାର ଦେ,  ବାଡ଼ ଦେ

ଦେଖିବୁ,

ଇନ୍ଦ୍ରଧନୁ ଆକାଶରେ ନୁହେଁ

ତୋ ହାତରେ ଦେବ ଧରା ।

ହଁ, କିଛି ପକ୍ଷୀ

ତୋ କାନ୍ଧକୁ ସିଡ଼ି କରି ଚଢ଼ିବେ

ଭୁଲିଯିବେ ତୋତେ

ସେମାନଙ୍କୁ ଚଢ଼ିବାକୁ ଦେ….

କିଛିପକ୍ଷୀ ମାଟିକୁ ଛାଡ଼ି

ଉଚ୍ଚ ଆକାଶରେ ଉଡ଼ିବେ

ସେମାନଙ୍କୁ ଉଡ଼ିବାକୁ ଦେ ।

ଉଡ଼ାଣର କେବେ ଶେଷ ନ ଥାଏରେ ଚକ୍ରଧର  !

ଡେଣା ଥକିଗଲେ ମନେପଡ଼େ ନୀଡ଼

ମନେପଡ଼ନ୍ତି ଆତ୍ମୀୟ ସହୋଦର

ସେତେବେଳେ କେହିଜଣେ ମନେ ପକାଇବ ତୋତେ

ତୋ କାନ୍ଧକୁ ସିଡ଼ି କରି

ପୁଣି ମାଟିରେ ଥାପିବ ପାଦ

ସେ ପାଦକୁ ଓହ୍ଲାଇବାକୁ ଦେ…

ପଶ୍ଚାତାପର ବହ୍ନିରେ କେହିଜଣେ ଜଳିବ ତ

ତା’କୁ ଜଳିବାକୁ ଦେ

ନିଜ ମନକୁ ନମାରି

ତୁ ପ୍ରେମର ପୃଥିବୀଟେ ଗଢି଼ଦେ ।

There are 8 comments

  1. A wonderful poem. I salute the young poet’s strong belief in love .

    I also liked the style of composing the poem, a friend addressing to a friend and the simplicity of the words.

    Go ahead , my dear young poet.

    1. କବିତାଟି ଆପଣଙ୍କୁ ଭଲ ଲାଗିଛି ଜାଣି ଖୁସି ଲାଗିଲା। ମତାମତ ପାଇଁ ଆନ୍ତରିକ ଧନ୍ୟବାଦ।

      1. ନମସ୍କାର ସାର୍
        ଚମତ୍କାର କବିତା
        ମୁଁ ଆପଣଙ୍କ ଅନେକ କବିତା ଫେସବୁକରେ ପଢ଼ିଛି ଓ ବିଭୋର ହୋଇଛି
        ଅଭିନନ୍ଦନ

        1. ସୁନ୍ଦର ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ପ୍ରତାପବାବୁ

    2. Yes indeed. Subha Narayan is master in composing the feelings rightly in poems. He is a renowned poet of our time. Thank you for your words of appreciation.
      🙏🙏

Leave a Reply

Your email address will not be published. Required fields are marked *