Home » Magazine » ରୀନାରାଣୀ ସ୍ବାଇଁ : କବିତା : ନୀଳ ମରୀଚିକା ।

ରୀନାରାଣୀ ସ୍ବାଇଁ : କବିତା : ନୀଳ ମରୀଚିକା ।

ଜୀବନର ଗହମୀ ମରୁରେ

ଆଶାର ଶ୍ୟାମଳ ମରୀଚିକା ଲମ୍ବିଚାଲିଛି

କାହିଁ କେତେଦୂର….

କେତେ ଜନ୍ମର ନୀଳତୃଷ୍ଣାରେ

ବିବିକ୍ତ ଏ ପ୍ରାଣ

କେଜାଣି,

ମିଳନର ବୈତରଣୀକୁ ପାରିବ କି ଛୁଇଁ

ନା ରାତିର ଅନ୍ଧାରରେ ହଜିଯିବ

ଆଉ ଏକ ଜନ୍ମର ଅପେକ୍ଷାରେ.. !!

କିଏ ଥରେ କହିଦିଅ, ହେ’ ଦଶଦିଗପାଳ…

ଅଗ୍ନିରେ ଆଉଟି ହେବାପରେ ଆଉ

କେତେ ହଜାରଥର

ଛୁଇଁ ପାରିବି ସମୁଦ୍ରର ଆଲିଙ୍ଗନକୁ

ଜାଳିଦେବି ନିଜକୁ ମୁଁ ଫିନିକ୍ସ ପକ୍ଷୀ

ଜନ୍ମନେବି ପୁଣି ଥରେ

ଆଖପାଖରେ ତୁମର ଘୂରି ବୁଲିବାକୁ

ବର୍ଣ୍ଣନୀଳ ପ୍ରଜାପତିଟିଏ ହୋଇ… !!

There are 8 comments

  1. ସୁନ୍ଦର କବିତା ସୁନ୍ଦର ଆବୃତ୍ତି ବି
    ଧନ୍ୟବାଦ କବୀ

    1. ଅଶେଷ ଧନ୍ୟବାଦ କବି।
      ଆପଣଙ୍କ ମନ୍ତବ୍ୟ ଓ ପ୍ରୋତ୍ସାହନ ଲେଖକଙ୍କ ସମେତ ଚଉକାଠକୁ ବି ବିଶେଷ ସାମର୍ଥ୍ୟ ଦେବ।

  2. ସୁନ୍ଦର କବିତା! କବିଙ୍କୁ ଅଜସ୍ର ଅଭିନନ୍ଦନ 💐🙏

    1. ଅଶେଷ ଧନ୍ୟବାଦ କବି।
      ଆପଣଙ୍କ ମନ୍ତବ୍ୟ ଓ ପ୍ରୋତ୍ସାହନ ଲେଖକଙ୍କ ସମେତ ଚଉକାଠକୁ ବି ବିଶେଷ ସାମର୍ଥ୍ୟ ଦେବ।

  3. ଖୁବ୍ ସୁନ୍ଦର କବିତା ଅଭିନନ୍ଦନ ଜଣାଉଛି।

    1. ଅଶେଷ ଧନ୍ୟବାଦ।
      ଆପଣଙ୍କ ମନ୍ତବ୍ୟ ଲେଖକଙ୍କୁ ନିଶ୍ଚୟ ପ୍ରୋତ୍ସାହିତ କରିବ ଓ ଚଉକାଠକୁ ବି ।

  4. ବାଃ ଖୁବ୍ ସୁନ୍ଦର କବିତା ଓ ଅତିସୁନ୍ଦର ଉପସ୍ଥାପନା । ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

  5. ଅଶେଷ ଧନ୍ୟବାଦ।
    ଆପଣଙ୍କ ମନ୍ତବ୍ୟ ଲେଖକଙ୍କୁ ନିଶ୍ଚୟ ପ୍ରୋତ୍ସାହିତ କରିବ ଓ ଚଉକାଠକୁ ବି ।

Leave a Reply

Your email address will not be published. Required fields are marked *