Home » Magazine » ବିଶ୍ବାସ ଅବିଶ୍ବାସ : ଭାବ ଅଭାବର ଅନୁଭବ ବିଶ୍ବାସ ଅବିଶ୍ବାସ : ଭାବ ଅଭାବର ଅନୁଭବ ।। ଇଂ. ଅଶୋକ କୁମାର ପଟ୍ଟନାୟକ ।। ମୁଁ ସେମିତି କିଛି ପୂଜାପାଠ ରୀତିନୀତିରେ ବନ୍ଧା ମଣିଷ ନୁହେଁ, ହେଲେ ଈଶ୍ୱର ବିଶ୍ବାସୀ । ଶ୍ରୀଜଗନ୍ନାଥଙ୍କ ଭାବପୁର୍ଣ୍ଣରୂପ ମୋତେ ଅନେକଥର ବିପଦଆପଦରୁ ହାତଧରି ପାଖେଇ ଆଣିଛି । ସେମିତି ଏକ ଘଟଣା, ସାତଆଠବର୍ଷ ତଳେ ଘଟିଥିଲେ ମଧ୍ୟ ଏଯାବତ୍ ସେ ମୁହୂର୍ତ୍ତ ସବୁକୁ ସତେଜ୍ ଓ ଜୀବନ୍ତ କରି ତାଙ୍କ ପାଦପଦ୍ମରେ ସାଇତି ରଖିଛି । ୨୦୧୬ ମସିହା ଜୁଲାଇ ୧୦ତାରିଖ । ସକାଳୁ ସକାଳୁ ପୁଅ ଅଂଶୁମାନର ପାଞ୍ଚୋଟି ମିସକଲ୍ ଦେଖି ମୁଁ ହଠାତ୍ ଅପ୍ରସ୍ତୁତ ହୋଇ ପଡିଲି । ବୁଝି ପାରିଲିନାହିଁ ଏତେ ସକାଳୁ କଣ ହେଲା ଯେ, ସେ ବାରମ୍ୱାର ଏମିତି ଫୋନ୍ କରିଛି । ମନ ପାପ ଛୁଇଁଲା, କାରଣ ଅଂଶୁମାନ ଏକୁଟିଆ ହଷ୍ଟେଲରେ ରହି ଇଞ୍ଜିନିୟରିଂ ପଢ଼ୁଥିଲା । ମୁଁ ରାୟପୁରରେ ଏକ ଅନ୍ତର-ରାଷ୍ଟ୍ରୀୟ କଂପାନୀରେ ଚାକିରୀ କରୁଥିଲି ଆଉ ପରିବାର ଠାରୁ ଦୂରରେ ରହୁଥିଲି । ଏଣେ, ପତ୍ନୀ ସସ୍ମିତା ଏକ ସଡ଼କଦୁର୍ଘଟଣାରେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସୁଦୂର କେରଳରେ ଓ ତାଙ୍କ ପାଖରେ ମୋର ସାନଭଉଣୀ ଅନିତା ଓ ଜଣେ ସେବିକା ଥିଲେ ଦେଖାଶୁଣା ପାଇଁ । କ୍ୟାରମବୋର୍ଡର ଡଟ୍ ପରି ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଥିଲା ସାରାଟା ପରିବାର । ବେଳେ ବେଳେ ଏମିତି ଅବେଳରେ ଫୋନ୍ ଆସିଲେ ଭାରି ଡର ଲାଗିଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ମରଣକରି କହିଲି, ପ୍ରଭୁ କିଛି ଅଘଟଣ ନଘଟିଥାଉ, ନିଜକୁ ଟିକିଏ ସହଜ କରି ପୁଅକୁ ଫୋନ୍ କଲି । ଅଂଶୁମାନ ସୋସାଇଟି ଅଫ ଅଟୋମୋବାଇଲ୍ ଇଞ୍ଜିିୟରିଙ୍ଗରେ ଜାତୀୟସ୍ତରରେ ଭାଗନେବା ପାଇଁ ମନୋନୀତ ହୋଇଛି… ଏଇ ଖବର ଶୁଣି ମୁଁ ଖୁସିରେ ବିଭୋର ହୋଇପଡିଲି । ସାରା ଭାରତବର୍ଷର ବିଭିନ୍ନ ଇଞ୍ଜିନିୟରିଂ କଲେଜରୁ ମନୋନୀତ ପିଲାମାନେ ଭାଗନେବେ । ଅଂଶୁମାନ ପାଇଁ ଖୁସି ଆଉ ଗର୍ବରେ ଛାତି ଫୁଲି ଉଠୁଥାଏ । ଜୀବନର ଏମିତି ଦୁଃଖଦ ବେଳାରେ ଏହି ଖବର ମୋ ଭିତରେ ବହୁତ ଆନନ୍ଦ ଓ ଆଶ୍ୱାସନା ଭରି ଦେଇଥିଲା । ସମୟ ବହୁତ୍ କମ ଥିଲା । ଜୁଲାଇ ୧୫ ତାରିଖ ସୁଦ୍ଧା ବାଙ୍ଗାଲୋରର କ୍ରାୟଷ୍ଟ ୟୁନିଭର୍ସିଟିରେ ପହଞ୍ଚି କମ୍ପିଟିସନରେ ଭାଗନେବାକୁ ପଡ଼ିବ । କଲେଜ କର୍ତ୍ତୃପକ୍ଷ କହିଛନ୍ତି ଅବିଭାବକଙ୍କୁ ସାଙ୍ଗରେ ଆଣି ଆସିବା ପାଇଁ । ଭଲ କଥା। ମୁଁ ମୋର ଅଫିସରେ ଏଇ ଖବର ଜଣାଇଲି । ସମସ୍ତେ ଖୁସି ହେଲେ ଆଉ ଛୁଟି ମଧ୍ଯ ମଞ୍ଜୁର ହେଇଗଲା । ମୁଁ ୧୪ ତାରିଖ ସନ୍ଧ୍ୟା ୮ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟ ରେ ପହଞ୍ଚିଗଲି । ଅଂଶୁମାନ ମତେ ଅପେକ୍ଷା କରିଥାଏ । ମୁଁ ତାକୁ ଛାତିରେ ଜାବୁଡ଼ି ଧରି ଅଭିନନ୍ଦନ ଜଣାଇଲି। ସେ ପାଦଛୁଇଁ ପ୍ରଣାମ୍ କଲା ବେଳକୁ ମୋ ଆଖିରେ ଖୁସିର ଲୁହ ଜକେଇ ଆସୁଥାଏ । ଅନେକ ଦିନପରେ ଏପରି ଖୁସିର ମୁହୂର୍ତ୍ତ କିଛି ପାଇଥିବା ଯୋଗୁଁ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧନ୍ୟବାଦ ଦେଲି । ବାଙ୍ଗାଲୋର ପାଇଁ ଆମ ଫ୍ଲାଇଟ୍ ରାତି ୧୦.୪୫ ମିନିଟରେ ଥିଲା, ହେଲେ କୌଣସି କାରଣରୁ ଫ୍ଲାଇଟ ବିଳମ୍ବ ହେଲା ଆଉ ରାତି ୧୧.୫୦ରେ ଟେକ୍ଅପ ନେଲା । ଆମେ ରାତି ୧.୩୦ ରେ ବାଙ୍ଗାଲୋର ଏୟାରପୋର୍ଟରେ ଓହ୍ଲେଇଲୁ। ବହୁତ ଭୋକ ଲାଗୁଥାଏ । ଏଣେ, ଝିପ୍ ଝିପ୍ ବର୍ଷା ବି ଆରମ୍ଭ ହୋଇଯାଇଥାଏ । ଅନ୍ଧାରରାତି ଅଜଣାଜାଗା…, ମନଟା କାହିଁକି କେଜାଣି ଭୟଭୀତ ହେଉଥାଏ । ଆଉ ଡେରି ନକରି ଏୟାରପୋର୍ଟ ବସ ସର୍ଭିସରେ ବସିଗଲୁ । ଅଂଶୁମାନ ଆଗରୁ ଅନଲାଇନରେ ହୋଟେଲ ବୁକ୍ କରିଦେଇଥିଲା । ରାତି ପ୍ରାୟ ୨.୩୦ରେ ବସ ଆମକୁ କୋରମଙ୍ଗଳା ନିମାଂଶ ଛକରେ ଓହ୍ଲାଇ ଦେଲା । ଶୂନଶାନ ବର୍ଷାରାତିର ଅନ୍ଧାର । କାହାର ସାହାଯ୍ୟ ନେବୁ… କୁଆଡେ ଯିବୁ… କଣ କରିବୁ… ହୋଟେଲ କେତେବାଟ… କିଛି ଜାଣାନାହିଁ । ରାସ୍ତାରେ ମଣିଷ ତ ଦୂର, କୁକୁର କି ବିଲେଇଟେ ବି ନାହିଁ । ମୋବାଇଲରେ ଲୋକେସନ୍ ସର୍ଚ୍ଚ କରି କରି ଚାଲି ଚାଲି ଦୁଇ କିଲୋମିଟର ଖଣ୍ଡେ ଭିଜି ଭିଜି ବୁଲିଲୁ । କିନ୍ତୁ ଠିକଣା ଜାଗାରେ ପହଂଚି ପାରିଲୁନି । ବ୍ୟାଗ୍ ବୋହିଧରି ଚାଲି ଚାଲି ଅଂଶୁମାନ ଥକି ଗଲାଣି । କଣ କରିବୁ ହୋଟେଲ ବାଲା ଫୋନ୍ ଉଠଉନି । କାଁ ଭାଁ କାର ଗୋଟେ ଗୋଟେ ପାଣି ଛାଟି ସ୍ପିଡ୍ ରେ ଚାଲିଯାଉଛନ୍ତି । ହାତ ଦେଖେଇଲେ ବି ରହୁନାହାନ୍ତି। ଆଉ ପାରିଲୁନି । ଆମେ ରାସ୍ତା ପାଖଟ ଗୋଟେ ଗଛମୂଳେ ଠିଆହେଲୁ । ଝିପ୍ ଝିପ୍ ବର୍ଷା ପଡୁଥାଏ । ମୁଁ ସେତେବେଳକୁ ଧୈର୍ଯ୍ୟହରା ହୋଇସାରିଲିଣି । ଅଂଶୁମାନର ବିକଳ ମୁହଁ ଦେଖି ବ୍ୟତିବ୍ୟସ୍ତ ବି ଲାଗୁଥାଏ । ଭୟ ଆଉ ଦୁଃଖରେ ଲୁହବୁନ୍ଦେ ନିଗିଡ଼ି ଆସିଲା କାଳିଆ ଉଦ୍ଦେଶ୍ୟରେ । କହିଲି, କେତେ କଷ୍ଟ ଆଉ ଦେବ ପ୍ରଭୁ.. !! ଖୁସି ଟିକିଏ ଦେଲ ଯେ ତା ଆଗରୁ ଏ କି ପରୀକ୍ଷା… !! ଆଖି ବନ୍ଦକରି ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି କାନ୍ଦିବାକୁ ଲାଗିଲି । ରାତି ୩ଟା ବାଜି ୩୦ମି । ହଠାତ୍ ଅଂଶୁମାନ ମତେ ଜାବୁଡ଼ି ଧରିଲା ଆଉ ମୁଁ ଆଖି ଖୋଲି ଦେଖେ ତ ଜଣେ କଳା ମଚ୍ ମଚ୍ ପାଖାପାଖି ୬ ଫୁଟ୍ ଉଚ୍ଚତାର ଲୋକ ଆମ ସାମ୍ନାରେ ଠିଆହୋଇ ଆମକୁ କିଛି କହୁଛି । ମୁଁ ଭୟଙ୍କର ଭାବରେ ଡରିଗଲି । ସେ ହାତରେ ଇସାରା କରି ପାଖରେ ଠିଆ ହୋଇଥିବା କାର୍ ଆଡ଼କୁ ହାତ ଦେଖେଇଲେ । ମୁଁ କିଛି ବୁଝି ପାରିଲିନାହିଁ, କାର ତ ପାଖରେ ନଥିଲା… କୋଉଠୁ ଆସିଲା ? କାର ଆସିବାର ଶଦ୍ଦ ବି ହେଇନି। ପୁଅକୁ ପଚାରିଲି, କଣ ତୁ ଦେଖିଛୁ ଲୋକଟି କାର ନେଇଆସିବା.. ? ସେ ବି ମନାକଲା । କଣ କରିବି… ସେ କଳାବ୍ୟକ୍ତି ଜଣକ ବାଧ୍ୟକରୁଛି କାରରେ ବସିବା ପାଇଁ। ଉପାୟ ଶୂନ୍ୟ । ମନ ପାପ ଛୁଉଁଛି, କଣ ଆମକୁ କୁଆଡେ ନେଇ ଯିବକି ? ପଇସାପତ୍ର ନେଇ ଯଦି ମାରିଦେବ..!! ପୁଅ ମନାକଲା । କହିଲା, ବାବା ଯିବାନି, ଯଦି ଆମକୁ କୁଆଡେ ନେଇ ଯିବ କଣ କରିବା ? କିଛି ଉପାୟ ନଥିଲା। ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରି କାରରେ ବସିଲୁ । ମୁଁ ପକେଟରୁ ହୋଟେଲର ଠିକଣା ଲେଖାଥିବା ଚିଠାଟି ବଢାଇ ଦେଇ କେତେଟଙ୍କା ନେବ ବୋଲି ଇଂଲିଶରେ ପଚାରିଲି । ମୁଁ କିଛି ବୁଝି ପାରିଲିନାହିଁ, ଚିଠାଟିକୁ ସେ ଦେଖୁ ନଦେଖୁଣୁ ପକେଟରେ ରଖିଦେଲେ। ଯେମିତି ତାଂକୁ ଜଣାଅଛି ଆମ ହୋଟେଲର ଠିକଣା । ବଡ଼ ଆଶ୍ଚର୍ଯ୍ୟ ଓ ଖୁବ୍ ଭୟ ଲାଗୁଥାଏ କୁଆଡେ ନେଇକି ଯିବ ଆମକୁ । କିନ୍ତୁ ଆଉ କିଛି ଚାରା ନଥିଲା, ଗାଡ଼ିଚାଲିବା ଆରମ୍ଭ କରିଦେଇ ଥିଲା । ମୁଁ କିନ୍ତୁ ବାରମ୍ୱାର ଭଡାକଥା ପଚାରିବାରୁ ସେ ଇଂରାଜୀରେ କହିଲେ, As you wish. ଅଂଶୁମାନ ଡରି କି ମୋ ହାତକୁ ଜୋରରେ ଜାବୁଡ଼ି ଧରିଥାଏ, ଆଉ ମୁଁ ଜଗନ୍ନାଥଙ୍କୁ ଡାକିଚାଲିଥାଏ… ମହାପ୍ରଭୁ ଉଦ୍ଧାର କରିବ, ତୁମେ ହିଁ ଆମର ସାହା ଭରସା । ସମସ୍ତେ ଚୁପଚାପ୍ । ହଠାତ୍ ଯେମିତି ମୋତେ ଲାଗିଲା, ଗାଡ଼ିଚାଳକ କାରଟିକୁ side କରି ମତେ କହୁଛନ୍ତି, ଡରନି ମୁଁ ଅଛି ପରା ଓ ମୁଁ କିଛି ବୁଝିବା ଆଗରୁ କାର ହୋଟେଲ ସାମ୍ନାରେ ଠିଆ ହୋଇସାରିଥିଲା । ବର୍ଷା ସେମିତି ଝିପ୍ ଝିପ୍ ହେଉଥାଏ । ଗାଡିରୁ ଓହ୍ଳାଇଲୁ, ଜୀବନ ଆସିଲା ଦେହରେ । ଅଂଶୁମାନ ମୁହଁରେ ହସ ଆଉ ମୁଁ ଖୁସିରେ ପ୍ରଭୁଙ୍କୁ ଧନ୍ୟବାଦ ଜଣାଇ ପକେଟରୁ ୫୦୦ ଟଙ୍କା ବାହାର କରି ଦେବାବେଳକୁ ଗାଡ଼ି ଚାଳକ ପଇସା ନନେଇ ଅନ୍ଧାରରେ କୁଆଡ଼େ ଅଦୃଶ୍ୟ ହୋଇଗଲେ । ବହୁତ ଜୋରରେ ଚିତ୍କାର କରି କହିଲି Please stop, Please stop କିନ୍ତୁ ଗାଡ଼ି ଉଭାନ ହୋଇଯାଇଥିଲା । ଶୁଣିଥିଲି, ଆତୁର ଭକ୍ତିଭରା ଡାକରେ ଅଥୟ ହୁଅନ୍ତି ମହାପ୍ରଭୁ । ହେଲେ ନିଜେ ରତ୍ନବେଦୀ ଛାଡ଼ି ସୁଦୂର ବାଙ୍ଗାଲୋରରେ ପହଞ୍ଚି ଏମିତି ଭାବେ ଉଦ୍ଧାର ବି କରିପାରନ୍ତି ତାହା ଆଜି ବି ଭାବିଲା ବେଳକୁ ଧାର ଧାର ଲୁହ ବୋହିଯାଉଛି ଆଖିରୁ । ସେ ସମୟ ଓ ସେହି ମୁହୂର୍ତ୍ତ ଆଜି ବି ମତେ ଯୁଗପତ୍ ଅନୁଭବରେ ରୋମାଞ୍ଚିତ ଓ ବ୍ୟଥିତ କରେ…. କିଏ ସେହି କଳା ମଚ୍ ମଚ୍ ଭଦ୍ରବ୍ୟକ୍ତି, ଘୋର ବିପଦବେଳେ ଆମକୁ ସାହାଯ୍ୟର ହାତ ବଢ଼ାଇ ଉଭାନ ହୋଇଗଲେ… !! ସିଏ ଆଉ ସ୍ଵୟଂ ଜଗନ୍ନାଥ ନୁହନ୍ତି ତ…. !!! Post navigation arrow-leftPrevious PostPreviousସମ୍ବାଦ ବିସମ୍ବାଦ :arrow-rightNext PostNextଆଲୋଚନା: କୃପାସିନ୍ଧୁ ନାୟକଙ୍କ ‘ବଦଳିବାର ବେଳ’ ଓ ତହିଁରେ ବିଶ୍ବବୋଧର ଆସ୍ପୃହା
Magazineଚଉକାଠ : MAY, 2025 ସମ୍ପାଦକୀୟ : ମଇ, ୨୦୨୫ ସମ୍ପାଦକୀୟ…. ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ…
Magazineଚଉକାଠ : MAY, 2025 ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର ମିଛ ଯାଦୁକର।। ସଞ୍ଜୀବ କୁମାର ଭୋଇ ।। “ ମିଛ ଯାଦୁକର… ତୁମେ ମିଛ ଯାଦୁକର … ।” ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା…
ବାଃ!! ଖୁବ୍ ଜୀବନ୍ତ ଅନୁଭବ। ଆଖିରେ ଲୁହ ଭରିଗଲା ସତେ…. ଜୟ ପ୍ରଭୂ ଶ୍ରୀ ଜଗନ୍ନାଥ 🙏 ଛୋଟ ମତଟିଏ ଦେବି। ଭାବ ପରିପ୍ରକାଶର ସ୍ୱର ଠାରୁ ପ୍ରଚ୍ଛଦ ବାଦ୍ୟର ସ୍ୱର ଟିକେ ଅଧିକ ଶୁଭୁଛି ବୋଧେ। Reply
ଅଶେଷ ଧନ୍ୟବାଦ ମାଡ଼ାମ୍। ବିଶ୍ୱାସ ମୂଳରେ ଭଗବାନ। ଆଉ ଶ୍ରୀଜଗନ୍ନାଥ ତ ଚଳନ୍ତି ଠାକୁର, ଡାକିଲେ ଓ’ କରନ୍ତି… ସଧନ୍ୟବାଦ ଶୁଭେଚ୍ଛା। Reply
ସେଇଥି ପାଇଁ ତ କୁହାଯାଏ କାଳିଆ ଠାକୁର ଭାବ ବିନୋଦିଆ ।ଅଶୋକ ବାବୁ ,ଆପଣଙ୍କର ଏ ଅନୁଭୂତି ବାସ୍ତବିକ୍ ରୋମାଞ୍ଚକର ତଥା କାଳିଆ ଙ୍କ ଭକ୍ତ ଅନୁରାଗ ର ଅନନ୍ୟ ଉଦାହରଣ, ମନେ ପଡିଗଲା ବନ୍ଧୁ ମହାନ୍ତି କଥା ।ଧନ୍ୟବାଦ ଆପଣଙ୍କୁ,ଶୁଭେଚ୍ଛା। Reply
ଆପଣଙ୍କ ସହ ଚଉକାଠ ବି ଏକମତ ସାର୍। ଆପଣ ପଢୁଛନ୍ତି ଓ ମନ୍ତବ୍ୟ ରଖୁଛନ୍ତି, ଏହା ଖୁବ୍ ଖୁସି ଦେଉଛି ଚଉକାଠକୁ। ପୁନଃ ସମ୍ମାନ। Reply
ବିଗତ ଦିନର ଅଙ୍ଗେ ଲିଭା ଅନୁଭୁତିକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି। ସତରେ ମହାପ୍ରଭୁ ଜଗନ୍ନାଥ ସର୍ବଜ୍ଞ, ପ୍ରଭୁଙ୍କର ଆଶିଷ ସର୍ବଦା ଆପଣଙ୍କ ଉପରେ ଥାଉ ଏତିକି ପ୍ରଭୁଙ୍କ ନିକଟରେ କାମନା ଓ ପ୍ରାର୍ଥନା। Reply
ସମସ୍ତ ବିଦଗ୍ଧ ଶ୍ରୋତା ମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। Back ground music sound ଟିକିଏ ଅଧିକା ହେବା ଯୋଗୁଁ ଭଲ ଭାବରେ ଶୁଣି ହେଉନି। ଆଶା କରୁଛି ଏଥିପ୍ରତି ଧ୍ୟାନ ଦେବେ। Reply
ଏହି ଅସୁବିଧା ପାଇଁ ବ୍ୟକ୍ତିଗତ ଭାବରେ ମୁଁ ଖୁବ୍ ଦୁଃଖିତ। ଏଥିପ୍ରତି ସତର୍କ ଦୃଷ୍ଟି ଦେବା ପାଇଁ ଚଉକାଠର technical wings କହିସାରିଛି। ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା। Reply
ଏହି ଅସୁବିଧା ପାଇଁ ବ୍ୟକ୍ତିଗତ ଭାବରେ ମୁଁ ଖୁବ୍ ଦୁଃଖିତ। ଏଥିପ୍ରତି ସତର୍କ ଦୃଷ୍ଟି ଦେବା ପାଇଁ ଚଉକାଠର technical wings କହିସାରିଛି। ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା। (ତେବେ ear-phone ବ୍ୟବହାର କରି ଏହି ଅସୁବିଧାକୁ କିଛିକାଂଶରେ ଦୂରେଇ ଦେଇହେବ ।) Reply
There are 11 comments
ବାଃ!! ଖୁବ୍ ଜୀବନ୍ତ ଅନୁଭବ।
ଆଖିରେ ଲୁହ ଭରିଗଲା ସତେ….
ଜୟ ପ୍ରଭୂ ଶ୍ରୀ ଜଗନ୍ନାଥ 🙏
ଛୋଟ ମତଟିଏ ଦେବି। ଭାବ ପରିପ୍ରକାଶର
ସ୍ୱର ଠାରୁ ପ୍ରଚ୍ଛଦ ବାଦ୍ୟର ସ୍ୱର
ଟିକେ ଅଧିକ ଶୁଭୁଛି ବୋଧେ।
ଆପଣଙ୍କର ଏହି ମନ୍ତବ୍ୟ ପ୍ରତି ଆଗକୁ ନିଶ୍ଚୟ ଧ୍ୟାନ ଦେବୁ। ଶୁଭେଚ୍ଛା।
ଅଶେଷ ଧନ୍ୟବାଦ ମାଡ଼ାମ୍।
ବିଶ୍ୱାସ ମୂଳରେ ଭଗବାନ। ଆଉ ଶ୍ରୀଜଗନ୍ନାଥ ତ ଚଳନ୍ତି ଠାକୁର, ଡାକିଲେ ଓ’ କରନ୍ତି…
ସଧନ୍ୟବାଦ ଶୁଭେଚ୍ଛା।
ସେଇଥି ପାଇଁ ତ କୁହାଯାଏ କାଳିଆ ଠାକୁର ଭାବ ବିନୋଦିଆ ।ଅଶୋକ ବାବୁ ,ଆପଣଙ୍କର ଏ ଅନୁଭୂତି ବାସ୍ତବିକ୍ ରୋମାଞ୍ଚକର ତଥା କାଳିଆ ଙ୍କ ଭକ୍ତ ଅନୁରାଗ ର ଅନନ୍ୟ ଉଦାହରଣ, ମନେ ପଡିଗଲା ବନ୍ଧୁ ମହାନ୍ତି କଥା ।ଧନ୍ୟବାଦ ଆପଣଙ୍କୁ,ଶୁଭେଚ୍ଛା।
ଆପଣଙ୍କ ସହ ଚଉକାଠ ବି ଏକମତ ସାର୍।
ଆପଣ ପଢୁଛନ୍ତି ଓ ମନ୍ତବ୍ୟ ରଖୁଛନ୍ତି, ଏହା ଖୁବ୍ ଖୁସି ଦେଉଛି ଚଉକାଠକୁ।
ପୁନଃ ସମ୍ମାନ।
ବିଗତ ଦିନର ଅଙ୍ଗେ ଲିଭା ଅନୁଭୁତିକୁ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନ କରିଛନ୍ତି। ସତରେ ମହାପ୍ରଭୁ
ଜଗନ୍ନାଥ ସର୍ବଜ୍ଞ, ପ୍ରଭୁଙ୍କର ଆଶିଷ ସର୍ବଦା ଆପଣଙ୍କ ଉପରେ ଥାଉ ଏତିକି ପ୍ରଭୁଙ୍କ ନିକଟରେ କାମନା ଓ ପ୍ରାର୍ଥନା।
ଆପଣଙ୍କ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ସହ ଶୁଭେଚ୍ଛା।
ସମସ୍ତ ବିଦଗ୍ଧ ଶ୍ରୋତା ମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।
Back ground music sound ଟିକିଏ ଅଧିକା ହେବା ଯୋଗୁଁ ଭଲ ଭାବରେ ଶୁଣି ହେଉନି। ଆଶା କରୁଛି ଏଥିପ୍ରତି ଧ୍ୟାନ ଦେବେ।
ଏହି ଅସୁବିଧା ପାଇଁ ବ୍ୟକ୍ତିଗତ ଭାବରେ ମୁଁ ଖୁବ୍ ଦୁଃଖିତ।
ଏଥିପ୍ରତି ସତର୍କ ଦୃଷ୍ଟି ଦେବା ପାଇଁ ଚଉକାଠର technical wings କହିସାରିଛି। ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା।
ଏହି ଅସୁବିଧା ପାଇଁ ବ୍ୟକ୍ତିଗତ ଭାବରେ ମୁଁ ଖୁବ୍ ଦୁଃଖିତ।
ଏଥିପ୍ରତି ସତର୍କ ଦୃଷ୍ଟି ଦେବା ପାଇଁ ଚଉକାଠର technical wings କହିସାରିଛି। ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା।
(ତେବେ ear-phone ବ୍ୟବହାର କରି ଏହି ଅସୁବିଧାକୁ କିଛିକାଂଶରେ ଦୂରେଇ ଦେଇହେବ ।)
ମୁଁ ସେହି ପାଖା ପାଖିରେ ରହୁଛି 200 ମିଟର ରାସ୍ତା ମେଡ଼ିକାଲ ଛକ ଠାରୁ। ଭଲ ଲାଗିଲା ସାର୍ ପ୍ରଣାମ