Home » Magazine » ଧରିତ୍ରୀ ପାଇକରାୟ : କବିତା : ଅନ୍ତର୍ଦାହ

ଧରିତ୍ରୀ ପାଇକରାୟ : କବିତା : ଅନ୍ତର୍ଦାହ

ଛାତିର ଆକାଶରେ
ମାଳମାଳ ଧର୍ଷିତ କୋହ
ଜଳୁଥାଏ ବିଜୁଳି ନିଆଁରେ…

ଆଖି ଆଷାଢ଼ ହୋଇ
ଅନ୍ତରର ଅସୁମାରୀ
ଅଝଟିଆ ଲୁହକୁ
ଅସରା ଅସରା ବର୍ଷୁଥାଏ ।

ଧୂସର ଧରା ପରି
ଦୁଃଖର ତତଲା ଧାରାକୁ
ପଣତ ମୋ ପି’ ଯାଏ…

ବେଦନା ବଢ଼ୁଥାଏ ନିତି
ମନର ମରୁରେ
ଯନ୍ତ୍ରଣା ମୋ ଲମ୍ବୁଥାଏ ଜୀବନ ବୈଶାଖୀ ଝାଞ୍ଜିରେ।

There are 4 comments

  1. ଧରିତ୍ରୀ, ଯିଏ ଧାରଣ କରିପାରେ,ଧାରଣ କରି ପାରେ ମାନେ ସହ୍ୟ ବି କରିପାରେ, ତେଣୁ ଈଶ୍ୱର କହିଲେ ଯା ମୁଁ ତୋ ଗର୍ଭରେ ସଂଚିଦେଲି ରତ୍ନ ଭଣ୍ଡାର, ତୋ କୋଳରେ ଦେଲି ଫଳିବାର ମୋହ, ତୋ ଛାତିରେ ଦେଲି କୁଳୁ କୁଳୁ ନାଦ, ଆଖିରେ ଦେଲି ବିଶ୍ୱତୀତ ପ୍ରେମ, ଅଧରରେ ତୋର ଜଗତକୁ ଆଦରି ନେବାର ଚେନାଏ ହସ, ଆଉ ଛାତିରେ ତୋର ଭରିଦେଲି ମାତୃତ୍ଵ ଆଉ ମମତାର ଅନନ୍ତ ସମୁଦ୍ର । ଏତେ ସୁକୁମାରୀ କବି ଧରିତ୍ରୀଙ୍କ ବି ଥାଏ ଅନ୍ତର୍ଦାହ କାରଣ କବି ବି ତ ସାଧାରଣ ମଣିଷ ଟିଏ ଯିଏ ଅନ୍ୟ ସମସ୍ତଙ୍କ ପରି ଜୀବନ ଜିଏଁ ହେଲେ ତା ଛାତିର କୋଉ କୋଣରେ ଥାଏ ଯେଉଁ କାଣିଚାଏ ମାନବୀୟ ଅସ୍ମିତାର ସମବେଦନା ତାହାହିଁ ଅନ୍ତରକୁ ଦହନ କରି ଗୁଁଥେ ଯେଉଁ କମନୀୟ ଶବ୍ଦର ମାଳ ତାହାହିଁ ହୁଏ ପୃଥିବୀର ମଧୁରତମ ଗୀତ । ଏଇ ନ୍ୟାୟରେ ନବ ପ୍ରଜନ୍ମର ପ୍ରିୟ କବି ଧରିତ୍ରୀଙ୍କ ଅନ୍ତରଦାହ ଏକ ଚମତ୍କାର କବିତା, ଅଜସ୍ର ଶୁଭେଚ୍ଛା ଅଭିନନ୍ଦନ, ସ୍ନେହ, ଶ୍ରଦ୍ଧା, ପ୍ରିୟ କବି । ହେଲେ ମୁଁ ନିଶ୍ଚୟ କହିବି ଗୋଟିଏ କବିତା ଲେଖିବାକୁ ହେଲେ ପଚାଶଟି କବିତା ପଢିବାକୁ ହେବ । ପୂଜ୍ୟ କବି ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା କହନ୍ତି ଆମର ଉତ୍ତର ସୂରୀ (ଅର୍ଥାତ୍ ଆପଣ ମାନେ) ଆମର ଆଦରଣୀୟ (ୟା) ତେଣୁ ଖୁବ୍ ଆଦର ଆପଣଙ୍କୁ ଗୋଟିଏ ସୁନ୍ଦର କବି ପାଇଁ । ଧନ୍ୟବାଦ ।

    1. ଆହା, କେତେ ସୁନ୍ଦର ଓ ମର୍ମସ୍ପର୍ଶୀ ଆଲେଖ ଓ ବିଶ୍ଳେଷଣ।
      ଆପଣଙ୍କ ମନ୍ତବ୍ୟ ଓ ଆଲୋକପାତ ଉଭୟ କବି ଓ ଚଉକାଠ ପାଇଁ ମୂଲ୍ୟବାନ। ଧନ୍ୟବାଦ ଜାଣିବେ।

  2. କବି ଧରିତ୍ରୀ ପାଇକରାୟଙ୍କ କବିତାରେ ଭରି ରହିଛି ଅନେକ ସମ୍ଭାବନା । ପ୍ରତି ଶବ୍ଦର ଗଭୀରତା କବିତାକୁ ବେଶ୍ ହୃଦୟସ୍ପର୍ଶୀ କରିପାରିଛି। କବିଙ୍କ ଉଜ୍ବଳ ପଥ ପାଇଁ ଅଜସ୍ର ଶୁଭକାମନା…💐💐💐

Leave a Reply

Your email address will not be published. Required fields are marked *