Home » Magazine » ଗୀତାରାଣି ବେହେରା : କବିତା : ତୁମେ ଆସିବ ବୋଲି APRIL 2024Magazine ଗୀତାରାଣି ବେହେରା : କବିତା : ତୁମେ ଆସିବ ବୋଲି ପରିତୃପ୍ତି ନୁହେଁ ସନ୍ତୋଷ ପାଏ ତୁମ ଆଗମନୀ ବାର୍ତ୍ତାରେ ଏଇ ବିସ୍ତୃତ ପୃଥିବୀକୁ ଓହ୍ଲାଇବ ତମେ ସଜେଇହେବ ଆମ୍ବଗଛ ବଉଳର ବାସ୍ନାରେ ସୁଉଚ୍ଚ ଆକାଶ ବି ହସୁଥିବ ସ୍ମିତ ସ୍ମିତ ଅନ୍ତହୀନ ସୁଲୁ ସୁଲୁ ବାଆର ସ୍ପର୍ଶରେ… ରାତିଟିଏ ମାଗିଲି ଯେ ଦେଲନାହିଁ… ଠିକ୍ ଅଛି, ମୋର ସବୁଜ ବିଶ୍ୱାସ ସହ ସନ୍ଧି କରିନେଲି କାଳରାତ୍ରିର ନିର୍ଜନ ଅନ୍ଧାରରେ ଦେଖିଥିଲି ଅସୁମାରି ସ୍ବପ୍ନ ମୋ ବିଭୋରପଣରେ ମୁଁ ନିଜେ ହିଁ ତ ପ୍ରଫୁଲ୍ଲିତ ପୁଷ୍ପିତ ଗୋଲାପଟିଏ… ଶ୍ରେଷ୍ଠ ମଣୁଥିଲି ନିଜକୁ ଫୁଲମାନଙ୍କର ଈର୍ଷାତୁର ଆଖି ଆଉ ମୋ କଳ୍ପନାର ନିରିମାଖି ପରିଧି ଭିତରେ ଅଧୀର ହେଲାଣି ହୃଦ ଶୁଣି ଶୁଣି ତାରାଙ୍କର ବିଜୟଗୀତିକା ଛନ୍ଦ ଖୁବଶୀଘ୍ର ଚେଇଁ ଉଠିବ ଏ ରାତିର ମହକ ଅବିର ଆଞ୍ଜୁଳା ଧରି ଅପେକ୍ଷାରତ ମୁଁ ତୁମେ ଆସିବ ବୋଲି ତ… ତୁମେ ଆସିବ ବୋଲି ତ…!! ଜାଣେ, ଆସି ପୁଣି ଫେରିଯିବ ତୁମେ ସୁମଞ୍ଜୁଳ ପ୍ରକୃତିର ପରମ କୋଳକୁ ଦିନେ ଅପଚିନ୍ତା ବୋହି ମନେ ଘୂରିବୁଲୁଥାଏ ମୁହିଁ ପୃଥିବୀର ମାଳ ମାଳ କୁଜ୍ଝଟିକl ଗହଳରେ; ଯେତେ ସବୁ ସାଇତା ଆନନ୍ଦ ମୋର ମଉଳି ଯାଉଥାଏ ସେଇ ସବୁ ବେଦନାର ଛାଇଆଲୁଅରେ… ରାତିଟିଏ ମାଗିଲି ଯେ ଦେଲନାହିଁ… ଦେଲନାହିଁ ଥରେ । Post navigation arrow-leftPrevious PostPreviousପତିତପାବନ ଗିରି : ଆଲୋଚନା : ଦୁଇହଜାର ପରବର୍ତ୍ତୀ ଓଡ଼ଆ କ୍ଷୁଦ୍ରଗଳ୍ପରେ ମାଟି ଓ ମଣିଷର ସ୍ବର ।arrow-rightNext PostNextରଶ୍ମି ସାହୁ : କବିତା : ଭୋର ପୂର୍ବର କଥା
Magazineଚଉକାଠ APRIL 2025 ସମ୍ପାଦକୀୟ : ଏପ୍ରିଲ୍ ୨୦୨୫ (ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ) ସମ୍ପାଦକୀୟ ………… ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ…
Magazineଚଉକାଠ APRIL 2025 କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” । ରମାକାନ୍ତ ରଥଙ୍କ ଗଳ୍ପ : ଦୂରରୁ ଦୂରରୁ ଉପେନ୍ଦ୍ର ଓ ମୁଁ ପିଲାଦିନରୁ ସାଙ୍ଗ। ଏକା ସ୍କୁଲରେ, ଏକା କଲେଜରେ ପଢ଼ିଛୁ, ପ୍ରାୟ ଏକାସାଙ୍ଗରେ ଚାକିରି କଲୁ, ଏକା…
ଏକ ଭାବଗର୍ଭକ ସୁନ୍ଦର କବିତା ଭେଟି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଆପଣଙ୍କ ଆବୃତ୍ତି ଉଚ୍ଚକୋଟୀର। ଆପଣଙ୍କ ନିକଟରୁ ରାଉରକେଲା ତଥା ଓଡିଆ ସାହିତ୍ୟ ଅନେକ ଆଶା ରଖୁଛି ଆପଣଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ଜୟ ଜଗନ୍ନାଥ। 🙏🙏 Reply
ଏହି ଉତ୍ସାହପ୍ରଦ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଭଲଲେଖା ଅନ୍ୟଥା ଯାଏନି। ସେ ଗୁଣଗ୍ରାହୀ ଗ୍ରାହକର ଦୃଷ୍ଟି ଆକର୍ଷଣ କରିବ ନିଶ୍ଚୟ। ପୁନଶ୍ଚ ଶୁଭେଚ୍ଛା। Reply
Thanks a lot for your observations and the words of appreciation. Definitely your lines of appreciation will give inspiration and boosting up the poet to step further more. Thanks again. Reply
There are 19 comments
ଏକ ଭାବଗର୍ଭକ ସୁନ୍ଦର କବିତା ଭେଟି ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ
ଆପଣଙ୍କ ଆବୃତ୍ତି ଉଚ୍ଚକୋଟୀର।
ଆପଣଙ୍କ ନିକଟରୁ ରାଉରକେଲା ତଥା ଓଡିଆ ସାହିତ୍ୟ ଅନେକ ଆଶା ରଖୁଛି
ଆପଣଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି
ଜୟ ଜଗନ୍ନାଥ।
🙏🙏
ସୁନ୍ଦର ମତାମତ ପାଇଁ ଅନ୍ତରରୁ ଧନ୍ୟବାଦ 🙏
ଶୁଭେଚ୍ଛା।
ଏହି ଉତ୍ସାହପ୍ରଦ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଭଲଲେଖା ଅନ୍ୟଥା ଯାଏନି। ସେ ଗୁଣଗ୍ରାହୀ ଗ୍ରାହକର ଦୃଷ୍ଟି ଆକର୍ଷଣ କରିବ ନିଶ୍ଚୟ।
ପୁନଶ୍ଚ ଶୁଭେଚ୍ଛା।
Very nice poem madam and nice recitation, having good messages.Congratulation
Wonderful.👍🙏
Thank you very much sir 🙏
Thanks a lot Sridhar Sir, for inspiring the poet.
Thank you very much sir🙏
Thanks a lot for your observations and the words of appreciation. Definitely your lines of appreciation will give inspiration and boosting up the poet to step further more. Thanks again.
ସୁନ୍ଦର !
ହୃଦୟ ରୁ ଧନ୍ୟବାଦ ସାର 🙏
ଧନ୍ୟବାଦ ଓ ଶୁଭେଚ୍ଛା ଦେବେନ୍ଦ୍ର
ବାଃ ବହୁତ ବହୁତ ସୁନ୍ଦର କବିତା
ଧନ୍ୟବାଦ ସାର 🙏
ସୁନ୍ଦର ରଚନା ସହ ଖୁବ୍ ସୁନ୍ଦର ଆବୃତ୍ତି 👍👏
ମତାମତ ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା।
ସୁନ୍ଦର ରଚନା ସହ ଖୁବ୍ ସୁନ୍ଦର ଆବୃତ୍ତି 👍👏
ଅନ୍ତରରୁ ଧନ୍ୟବାଦ ବିନତା ❤