Home » Magazine » କବିତା : ତୃତୀୟ ପ୍ରହର ଲାଗି… କବିତା : ତୃତୀୟ ପ୍ରହର ଲାଗି… ।। ପ୍ରଣତି ବେହେରା ।। ଖଇଫୁଟା ତାତିରେ ଡହକୁଚି ଦେହ ରଚ୍ ରଚ୍ ହେଇ ଖସିପଡ଼ୁଛି ହାଡ଼ସନ୍ଧିରୁ ପଲସ୍ତରା । ମନରୁ ମସ୍ତିଷ୍କଯାଏଁ ଚରିଯାଉଚି ଅଦୃଶ୍ୟ ଶତ୍ରୁର ଆତଙ୍କ । ଦୁଆର ସେପାଖେ କଳା ମଚ୍ମଚ୍ କାଳପୁରୁଷ ଏପାଖରେ ଶାନ୍ତ-କାନ୍ତ ଶୁଭ୍ର ବସନରେ ଈଶ୍ବରମାନଙ୍କ ସତର୍କ ପ୍ରହରା । ଅନ୍ଧାରର ଆବର୍ତ୍ତରେ ଚାଲିଚି ଏଣେ ଛଦ୍ମବେଶୀ ବେପାରୀଙ୍କ କଳାବଜାରି ମାଟି-ଆକାଶ-ପାଣି–ପବନ ଅରଣ୍ୟ–ଔଷଧିକୁ ନେଇ ମୂଲଚାଲ ହାନିଲାଭର ହରଣଗୁଣନ । ଘୋ ଘୋ ରାଣୀ ଖେଳର ଭଉଁରି ଭିତରେ ଅଥୟ ହେଲାଣି ଜୀବନ । ପାଦେ ପାଦେ ପାଣି… ଆଣ୍ଠୁଏ ଆଣ୍ଠୁଏ ପାଣି … ଅଣ୍ଟାଏ ଅଣ୍ଟିାଏ ପାଣି… ଘୋ ଘୋ ରାଣୀ… ଓଃ- ନାସାଗ୍ରତ ନିଃଶ୍ବାସ ପାଖରୁ ପରଝାଡ଼ି ଉଡ଼ିଯାଇଛନ୍ତି ଯେଉଁ ଭୋର୍ର ପକ୍ଷୀଗଣ ସେମାନେ ଆଉ ଲେଉଟି ଆସିବେନି ସଞ୍ଜବୁଡ଼କୁ; ଦ୍ରୋହର ଦରୋଟି ଅସ୍ଫୁଟ ଗୁଞ୍ଜରଣ ମିଳେଇଯିବ ଶୂନ୍ୟରେ… ଆମେ ଯେଉଁମାନେ ବର୍ତ୍ତିଆସିଲେ ଆୟୁରେଖାର ଟଳମଳ ଦାଢ଼ରୁ ମୃତ୍ୟୁଯନ୍ତ୍ରଣା ଓ ଦୁଃସ୍ବପ୍ନର ଘନଘଟାରୁ… ଆମକୁ ପିନ୍ଧେଇଦେବାକୁ ହେବ ଆଗାମୀ ସକାଳର ଶିରରେ ଶିରସ୍ତ୍ରାଣ କପାଳରେ ରକ୍ତଚନ୍ଦନ ଦେହରେ ସାଞ୍ଜୁ… ଶିଖେଇଦେବାକୁ ହେବ ରଣକୌଶଳ ଶତ୍ରୁ ବିପକ୍ଷରେ ତୃତୀୟ ପ୍ରହର ଲାଗି । Post navigation arrow-leftPrevious PostPreviousକବିତା : ମାଟି ମଣିଷarrow-rightNext PostNextକବିତା : ଘରଡ଼ିହ
Magazineଚଉକାଠ APRIL 2025 ସମ୍ପାଦକୀୟ : ଏପ୍ରିଲ୍ ୨୦୨୫ (ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ) ସମ୍ପାଦକୀୟ ………… ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ…
Magazineଚଉକାଠ APRIL 2025 କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” । ରମାକାନ୍ତ ରଥଙ୍କ ଗଳ୍ପ : ଦୂରରୁ ଦୂରରୁ ଉପେନ୍ଦ୍ର ଓ ମୁଁ ପିଲାଦିନରୁ ସାଙ୍ଗ। ଏକା ସ୍କୁଲରେ, ଏକା କଲେଜରେ ପଢ଼ିଛୁ, ପ୍ରାୟ ଏକାସାଙ୍ଗରେ ଚାକିରି କଲୁ, ଏକା…
ବାଃ ମାମ୍ ଚମତ୍କାର କବିତା ସହିତ ଆବୃତ୍ତି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏକ ହୃଦୟସ୍ପର୍ଶୀ କବିତା ଭେଟି ଦେଇଥିବାରୁ “ତୃତୀୟ ପ୍ରହର ଲାଗି” ନମସ୍କାର ମାମ୍ Reply
There are 2 comments
ବାଃ ମାମ୍ ଚମତ୍କାର କବିତା ସହିତ ଆବୃତ୍ତି
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଏକ ହୃଦୟସ୍ପର୍ଶୀ କବିତା ଭେଟି ଦେଇଥିବାରୁ
“ତୃତୀୟ ପ୍ରହର ଲାଗି”
ନମସ୍କାର ମାମ୍
ଆପଣଙ୍କ ସୁଚିନ୍ତିତ ମନ୍ତବ୍ୟ ପାଇଁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ, ପ୍ରତାପବାବୁ