Home » Magazine » କବିତା : ଘରଡ଼ିହ

କବିତା : ଘରଡ଼ିହ

।। ଯାଦବେନ୍ଦ୍ର ସାହା ।।

କିଛି ଚିହ୍ନା ଚିହ୍ନା ମୁହଁ ରାସ୍ତାରେ

ରାଲିର ଭିଡ଼ ଭିତରେ ଆମ ମଏଧାନୁ ବି ଜଣେ,

ସବୁ ଅବୁଝା ଭିତରେ ବୁଝି ପାରିବା

ଆଉ ବୁଝିବା ଭିତରେ ନ ବୁଝିବାର

ଅଭିନୟ କରିବା ଆମ ମଏଧାନୁକୁ ବେଶ ଜଣା ।

ସୂର୍ଯ୍ୟ ଉଇଁବା ଓ ଅସ୍ତ ଯିବା ଭିତରେ

ରହୁଥିବା ବ୍ୟବଧାନକୁ ସାଲିସ କରି ବଂଚିବା

ଆମକୁ ବେଶ୍ ମାଲୁମ ଅଛି

ହୋ’ ସରକାର !

ଶୁଣ ହୋ’ ସରକାର –

ଘରଡ଼ିହ ପାଇଁ କ ‘ଣ ଏତେ ନାଟ ଦରକାର !

ଛିଃ !  ମୋ ମୁହଁରେ ଲାଜ ନାହିଁ

କାହାକୁ କହିବା

ନିଜ ମୁଣ୍ଡରେ ସିନା କର ପିଟିବା

ମୋଟାମୋଟି ଭାବରେ ଏହା ହିଁ ହେଉଛି

ଆମ ଜୀବନ ।

ଅପେକ୍ଷା ନାଟକର ଯବନିକାକୁ

ଏହି ଚାଲିଛି ପରା

ମାନ୍ୟବରଙ୍କ ପ୍ରକୋଷ୍ଟ ଭିତରେ

ସୁପରହିଟ ସିନେମା

ଅଛିଣ୍ଡା ଗାଣିତିକ ସୂତ୍ରରେ ବନ୍ଧା ପଡ଼ିଥିବା

ଘରଡ଼ିହର ଯୋଜନା ।

ତୁମେ ମୋତେ କ’ଣ ଭାବୁଛ ?

ପଥର ମୁଁ ନ ଥିଲି କି ନୁହଁ

ବ୍ୟବସ୍ଥାର ଅତ୍ୟାଚାରକୁ ସହି ନେଉଥିବା

ମୁଁ ବି ଜଣେ ନାଚାର ମଣିଷ

ବାସ, ମୁଁ ବି ଜଣେ ଶସ୍ତା ଶସ୍ତା, ଭାରି ଶସ୍ତା ମଣିଷ ।

ମଏଧାନୁର ଦୁର୍ଭାଗ୍ୟ : ସେ ଜାଣେ ନାହିଁ

କାହିଁକି ସବୁ ସହରରେ “ଘରଡ଼ିହ”

ଏକ ବହୁପ୍ରଚଳିତ ଚାରି-ଅକ୍ଷର ।

ତୁମେ ଯାହା ବି କୁହ –

ନୀଳସ୍ୟାହିରେ କଳାତାଗିଦ

କାଲି ସୂର୍ଯ୍ୟ ନଉଁ’ଣୁ

ଆମକୁ ନିର୍ବାସିତ ହେବାକୁ ପଡିବ

ମୋ ଭିଟାମାଟିର ସରହଦ ll

There are 4 comments

  1. ମୋନାଲିସା ମଶ୍ର ଙ୍କ ର ଗଳ୍ପ କଥନ ସତରେ ଅନନ୍ୟ। ତାଙ୍କ ଗଳ୍ପ ର କାରୁକାର୍ଯ୍ୟ ଅନ୍ୟ ମାନଙ୍କ ଠାରୁ ନିଆରା।
    କବି ତ୍ରିନାଥ ସିଂହ ଙ୍କ ସମ୍ପାଦନା ପାଇଁ ଅନେକ ଧନ୍ୟବାଦ।

    1. ଠିକ୍ କହିଛନ୍ତି ମୋନାଲିସାଙ୍କ ଗଳ୍ପ ଉପରେ । ଆସ୍ଥା ରଖିଥିବାରୁ ଧନ୍ୟବାଦ। ଏଇମିତି ଆଗକୁ ବି ଆପଣଙ୍କର ମନ୍ତବ୍ୟର ଅପେକ୍ଷା ରହିବ ଅଜୟବାବୁ।
      ଅଶେଷ ଶୁଭେଚ୍ଛା।

  2. ଠିକ୍ କହିଛନ୍ତି ମୋନାଲିସାଙ୍କ ଗଳ୍ପ ଉପରେ । ଆସ୍ଥା ରଖିଥିବାରୁ ଧନ୍ୟବାଦ। ଏଇମିତି ଆଗକୁ ବି ଆପଣଙ୍କର ମନ୍ତବ୍ୟର ଅପେକ୍ଷା ରହିବ ଅଜୟବାବୁ।
    ଅଶେଷ ଶୁଭେଚ୍ଛା ଆପଣଙ୍କୁ।

  3. ଖୁବ୍ ସୁନ୍ଦର ହୋଇଛି ସଂପାଦକୀୟରେ ତ୍ରିନାଥ ଭାଇଙ୍କ କବିତାର କଥା। ଅବଶ୍ୟ ସଂପାଦକୀୟଟି ଟିକେ ଲମ୍ବା ହୋଇ ଯାଇଛି, ତଥାପି ଚଳିବ । ଯାଦବେନ୍ଦ୍ର ସାହାଙ୍କ କବିତା “ଘରଢିଅ ” ରେ କବିଙ୍କ କ୍ଷୋଭ, ସରକାରଙ୍କ ପ୍ରତି କଟାକ୍ଷ ଖୁବ୍ ଭଲ ଲାଗିଲା। ଭଲ ଲାଗିଲା ପଶାୟତ୍ ସାର୍ ଙ୍କ “ଝାଳ” କବିତାର ଭାବବସ୍ତୁ। କିଛି କବିତା ଗୁଡିକ ପଢିବା ବେଳେ ଏହାର ଫ୍ରଣ୍ଟ୍ ସାଇଜ୍ ଟିକେ ଅଧିକ ବଡ ଓ ବୋଲ୍ଡ ଥିବାରୁ ପଢିବା ସମୟରେ କବିତା ପେଜ୍ ଗୁଡିକ ଆକର୍ଷଣୀୟ ଲାଗୁନି। ଏହାକୁ ଏଡିଟ୍ କରି ଫ୍ରଣ୍ଟ୍ ସାଇଜ୍ ଛୋଟ କଲେ ଓ ଲେଟର୍ କୁ ବୋଲ୍ଡ ରୁ ନରମାଲ୍ କୁ ଆଣିଲେ ପୃଷ୍ଠାଟି ସୁନ୍ଦର ଦିଶିବ।

    ଧନ୍ୟବାଦ ସହ
    ଶୁଭ ନାରାୟଣ ସ୍ଵାଇଁ

Leave a Reply

Your email address will not be published. Required fields are marked *