Home » Magazine » ଅର୍ଜୁନ ଗୋପାଳ : କବିତା : ବାପା

ଅର୍ଜୁନ ଗୋପାଳ : କବିତା : ବାପା

ଠିକ ସମୟରେ
ପବନର ଡୋର ଧରେଇଦେଇଛ ବୋଲି
ଅନାୟାସରେ ପହଞ୍ଚିପାରୁଛି
ମୋର ଇଚ୍ଛା  ପାଖେ ।

ଅହରହ କସରତ ଖଟାଇ
ଜମି ନିମରେଇ ଦେଇଛ ବୋଲି
ଆରାମରେ ଖାଇପାରୁଛି
ମାଛଭାତ ।

ପଦ୍ମନାଗକୁ ମନାଇବାର ମନ୍ତ୍ର ଶିଖି
ଅତଳତଳ  ପାଣିକୁ  ପଶି
ଖୁବ ଚତୁରତାର ସହ
ତୋଳି ଆଣିଦେଇ ପଦ୍ମଫୁଲ
ତୋଷ କରିଛ ମୋର ମନ ।
ଗଢ଼ିଦେଇଛ ଗୋଛାଗୋଛା ଛାଇ
ଯେଉଁଠି ମାରିପାରୁଛି ହାଇ ।

ତମାମ ଜୀବନ ଯାକ
କଳ-ବଳ-କୌଶଳ ଖଟାଇଆସୁଛ
କେବଳ ମୋହରି ପାଇଁ   ….!!

There is 1 comment

  1. ମାର୍ମିକ ବାପା କବିତାଟି। ଧନ୍ୟବାଦ

Leave a Reply

Your email address will not be published. Required fields are marked *