ଅନୁବାଦ : ତ୍ରିନାଥ ସିଂହ

ମୋ’ ମାଆ ପାଇଁ ଟୋକିଓ ସହରଟା କିଣିଦେବାକୁ
ମୋର ଭାରି ଇଛା ।
ହେଲେ କେତେ ଖର୍ଚ୍ଚ ହେବ କିଏ ଜାଣେ !!
ଜିନିଷ ପତ୍ରର ଯାହା ଦାମ୍ –
ପା’ଏ ରସୁଣର ଦାମ୍ କୋଡ଼ିଏ ଟଙ୍କା…
ବିଶ୍ବାସ ହୁଏନି ।
ବାପା ରାଗରେ ଆଉ ବଜାର ଯାଉନାହାନ୍ତି ।
ତାଙ୍କର ବଯସ ବଢ଼ୁଛି
ଦେହ ବି ଖରାପ ହେଉିଛି
ମୁମ୍ବାଇ ନେଇ ଥରେ ଚେକ୍ଅପ୍ କରେଇ ଆଣିଲେ ହୁଅନ୍ତା !!
ମୁମ୍ବାଇ ଯିବାକୁ କେତେ ଖର୍ଚ୍ଚ ହୁଏ, କିଏ ଜାଣେ !!
ମୋର ତ କାଗଜ କିଣିବାକୁ ବି ପଇସା ନାହିଁ ।
ତଥାପି ପବନରେ ଲେଖିଦିଏ –
‘ବାପା ଯେମିତି ଶହେବର୍ଷ ବଞ୍ଚିରହନ୍ତି’ ।
There are 2 comments
ଭଲ କବିତା। ଅନୁବାଦ ବି ସୁନ୍ଦର।
ଧନ୍ୟବାଦ କବି