Home » Magazine » ସମ୍ବାଦବିସମ୍ବାଦ : ଜୁଲାଇ ସଂଖ୍ୟା ୨୦୨୪

ସମ୍ବାଦବିସମ୍ବାଦ : ଜୁଲାଇ ସଂଖ୍ୟା ୨୦୨୪

କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ  ଧାମରା ସାହିତ୍ୟ ସଂସଦ ଦ୍ବାରା ଏ ମଧ୍ୟରେ ଛେଣ୍ଡସ୍ଥିତ ଧାମରା ପ୍ରେକ୍ଷାଳୟରେ “ଗ୍ରୀଷ୍ମ କବିତା ଆସର” ଓ ସାହିତ୍ୟ ସଭା ଆୟୋଜିତ ହୋଇଯାଇଛି।

ପ୍ରଥମ ପର୍ଯ୍ୟାୟରେ ସଂଘର ସଭାପତି ପ୍ରଶାନ୍ତ ବେହେରା  ସାଧାରଣ ସମ୍ପାଦକ ଭଗବାନ ରାଉତ ଓ ସହ ସମ୍ପାଦକ ଅକ୍ଷୟ କୁମାର ଦାସଙ୍କ ଦ୍ବାରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏକ ଅନନ୍ୟ କାର୍ଯ୍ୟକ୍ରମ କବିତାର କଥାରେ ଭାଗ ନେଇଥିଲେ ଦଶଜଣ ବିଶିଷ୍ଟ କବି ଡ. କୃପାସିନ୍ଧୁ ନାୟକ, କବି ଅଶ୍ୱିନୀ ରାୟ, ତ୍ରିନାଥ ସିଂହ, ମୀନକେତନ ପଶାୟତ, ଅଙ୍ଗୁରବାଳା ପରିଡ଼ା, ଗୀତାଞ୍ଜଳୀ ପତ୍ରୀ, ଶର୍ମିଷ୍ଠା କବି ଶତପଥୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ମହାଶ୍ୱେତା ସାହୁ ଏବଂ କାଶୀନାଥ ନନ୍ଦୀ। ତୃତୀୟ ପର୍ଯ୍ୟାୟରେ ଏକ ମନୋଜ୍ଞ କବିତା ଆସରରେ କବିତାପାଠ କରିଥିଲେ ବୟାଳିଶ ଜଣ ଲବ୍ଧ ପ୍ରତିଷ୍ଠିତ କବି। ସମଗ୍ର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ନିରୁପମା ପତି ଓ ସଂଯୋଜନା କରିଥିଲେ ଗୀତାରାଣୀ ବେହେରା, ଗୌତମ ଦାସ ଏବଂ ବସନ୍ତ ବିଶ୍ବକର୍ମା।

Leave a Reply

Your email address will not be published. Required fields are marked *