
ସୁନାମଧନ୍ୟ ଓଡ଼ିଆ କଥାକାର ସୁପ୍ରିୟା ପଣ୍ଡାଙ୍କ ସୌଜନ୍ୟରୁ କିଛିଦିନ ତଳେ ସୁଖ୍ୟାତ ଭାରତୀୟ ଲେଖିକା ଅମ୍ରିତା ପ୍ରୀତମଙ୍କର ଏହି କବିତା The Will of Amrita Pritam ପଢ଼ିବାର ସୁଯୋଗ ପାଇଲି ଏବଂ ଚମତ୍କୃତ ହେଲି, ଜଣେ କବିର ଅଭିଳାଷ ଓ ଅବବୋଧ ଭିତରେ ସାନିଘାଣ୍ଟି ହେଇ ରହିଥିବା ମହତ୍ତର ମାନବୀୟ କ୍ଷୋଭ ତଥା ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ, “ଅୟଂ ନିଜଃ ପରୋବେତି ଗଣନା ଲଘୁ ଚେତସାମ୍; ଉଦାର ଚରିତାନାମ୍ ତୁ ବସୁଧୈବ କୁଟୁମ୍ବକମ୍” ମହାମନ୍ତ୍ରର ଭାବଗମ୍ଭୀର ଉଚ୍ଚାରଣରେ.. !!
ନିଜ-ପର ପରି ଲଘୁ ଚିନ୍ତନରୁ ବହୁଉର୍ଦ୍ଧ୍ବରେ ସେହି ଉଦାର କବି ମଣିଷଟିକୁ ସ୍ମିତ ସ୍ମିତ ଅଧରରେ, ସଦମ୍ଭେ, ଆକାଶ ସାରା ବ୍ୟାପି ରହିଥିବାର ଦେଖିଲି। ଆଖି ଓଦା ହେଇଗଲା, ମଥା ନଇଁଗଲା ତାଙ୍କ ଉଦ୍ଦେଶ୍ୟରେ ଆଦରରେ, ସମ୍ମାନରେ… ଗର୍ବରେ !! ତାଙ୍କର ସେଇ କବିତା : The Will of Amrita Pritam….
Fully conscious and in good health,
I am writing today my will:
After my death,
ransack my room,
search each item that is scattered, unlocked
Everywhere in my house
Donate my dreams
to all those women
who between the confines of
The Kitchen and the bedroom, have lost their world,
Have forgotten years ago – what it is to dream
Scatter my laughter
among the inmates of old age Homes,
Whose children are lost in the glittering cities
of America
There are some colours
lying on my table,
with them dye the Saree of the girl
whose border is edged with the blood Of her man
who wrapped in the tricolor
was laid to rest last evening
Give my tears to all the poets,
every drop will birth A poem,
I promise
Make sure
you catch the youth of the country, everyone
And inject them with my indignation,
they will need it,
Come the revolution
My ecstasy belongs to the Sufi,
who abandoning everything
Has set off in search of God
Finally what is left,
my envy,
my greed,
my anger,
my lies
And my selfishness,
All these simply cremate with me….
ବାଃ, ଏହାଠାରୁ ଅଧିକ ବା ଆଉ କ’ଣ କୁହାଯାଇପାରେ ମାନବୀୟ ସମ୍ବେଦନାକୁ ନେଇ… ରୋଷେଇଘରୁ ଶୋଇବାଘରର ସୀମିତ ପରିଧି ଭିତରେ ନିଜ ଦୁନିଆଁର ବାଟ ଭୁଲିଯାଇଥିବା ସେଇସବୁ ନାରୀଙ୍କ ପାଇଁ… !! ଆମେରିକାର ଚାକଚକ୍ୟ ଭରା ସହରରେ ହଜିଯାଇଥିବା ସେଇସବୁ ପିଲାଙ୍କର — ବୃଦ୍ଧାଶ୍ରମରେ କାଳାତିପାତ କରୁଥିବା ବାପାମାଆଙ୍କର କ୍ଳାନ୍ତଅପେକ୍ଷା ପାଇଁ… !! ଅବା ନିଜର ସବୁକିଛି ଛାଡ଼ିଛୁଡ଼ି ଦେଇ ଈଶ୍ୱରଙ୍କୁ ଖୋଜିବାକୁ ବାହାରି ପଡ଼ିଥିବା ସୁଫୀଙ୍କର ଶ୍ୟାମଳ ଅନୁଭବ ଓ ଅନୁଚିନ୍ତା ପାଇଁ.. !!
ନିଜ ଦେଶମାତୃକାର ପଣତରେ ଲାଗିଥିବା ଧୂଳି, ମଳି, କଳଙ୍କି ଓ ରକ୍ତଦାଗକୁ ନେଇ କି ବ୍ୟାକୁଳ ଅଭିପସା ତାଙ୍କର.. !! କି ବ୍ୟାକୁଳ ପ୍ରତ୍ୟାଶା ସେଇସବୁ ରକ୍ତଦାଗ, କଳଙ୍କି ଓ ଧୂଳିମଳିକୁ ଧୋଇ ପୋଛି ପରିଷ୍କାର କରିଦେବା ପାଇଁ.. !! Catch the youth of the country, everyone and inject them with my indignation… they will need it…
ମୁଁ ଦେଖି ଆସୁଥିବା ଅନ୍ୟାୟ, ଅନାଚାର, ଶୋଷଣ, କଷଣଜନିତ ମୋର ରୋଷ ଓ କ୍ଷୋଭକୁ ଭରିଦିଅ ମୋ ଦେଶର ପ୍ରତିଟି ନବଯୁବକ ଭିତରେ… ଯାହା ସେମାନଙ୍କୁ ଲୋଡ଼ା, ଏ ଦେଶରେ କ୍ରାନ୍ତି ଆଣିବା ପାଇଁ.. !! ନୂତନ ସୂର୍ଯ୍ୟୋଦୟ ପାଇଁ.. !!
ନବଯୁବକ ମାନେ ହିଁ ମଙ୍ଗୁଆଳ । ସେମାନଙ୍କର ହୃଦବୋଧ ହେଲେ ଦୁର୍ଦ୍ଦିନ କି ଅମାଅନ୍ଧକାର ଆଉ ରହିବନି ଦେଶରେ। ନିଜର ଶିକ୍ଷା, ଦୀକ୍ଷା, ସଂସ୍କାର, ସମ୍ପ୍ରୀତି, ଚେତନା ଓ ନାଗରିକ ଅଧିକାରର ସଠିକ ବିନିଯୋଗ ଦ୍ଵାରା ଏ କ୍ରାନ୍ତି ସମ୍ଭବ… । ଏ କ୍ରାନ୍ତି ଅବଶ୍ୟ ସମ୍ଭବ।
ସପ୍ତାହେ ତଳେ ବିଶ୍ଵ ମାତୃଦିବସ ପାଳିତ ହୋଇଯାଇଛି । ଭାରତୀୟ ସଂସ୍କୃତିରେ ତ ପ୍ରତ୍ୟେକ ଦିବସ ମାତୃଦିବସ । ଅମ୍ରିତା ପ୍ରୀତମଙ୍କ ସମେତ ପ୍ରତ୍ୟେକ ନାରୀଙ୍କ ମଧ୍ୟରେ ନିହିତ ସେଇ ବାତ୍ସଲ୍ୟମୟୀ ମାତୃଶକ୍ତିକୁ ପ୍ରଣାମ… ପ୍ରଣାମ ମାତୃଭାଷାକୁ ଓ ପ୍ରଣାମ ଏଇ ମୋର ଦେଶ ମାତୃକାକୁ…
ବନ୍ଦେ ମାତରଂ/ ବନ୍ଦେ ଭାରତ / ବନ୍ଦେ ଉତ୍କଳ ଜନନୀ ।
There are 16 comments
ଚଉକାଠ ସମ୍ପାଦକୀୟର ନିୟମିତ ପାଠକ ଭାବରେ ମତେ ବହୁତ କିଛି ଶିଖିବାପାଇଁ ମିଳଛି କିପରି ବର୍ତ୍ତମାନର କଳୁଷିତ ସାମାଜିକ ରାଜନୈତିକ ବାତାବରଣରେ ସାହିତ୍ୟକୁ ମାଧ୍ୟମ କରି ପରିବର୍ତ୍ତନର ସ୍ବର ଉପସ୍ଥାପିତ କରାଯାଇପାରିବ।
ଏଥରର ସମ୍ପାଦକୀୟରେ ଉପସ୍ଥାପିତ ହୋଇଥିବା ଇଂରାଜୀ କବିତା ଚମତ୍କାର ତା’ର ଭାବ , ଅଭିଭୂତ କଲା।
ଏଇ ପଦ
Donate my dreams
to all those women
who between the confines of
The Kitchen and the bedroom, have lost their world,
ବାରମ୍ବାର ଆନ୍ଦୋଳିତ କରୁଛି ମନକୁ ।
ସବୁ ମାସରେ କିଛି ନୂଆ କଥା ପଢ଼ିବା ପାଇଁ ମିଳେ ସମ୍ପାଦକୀୟରେ
ମୋର ପ୍ରିୟ କବି ତଥା ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ତ୍ରିନାଥ ସିଂହ ମହୋଦୟ ଙ୍କୁ ଆଉଥରେ ଅନ୍ତରରୁ ଧନ୍ୟବାଦ ସହ ସାରସ୍ୱତ ପ୍ରଣାମ
🙏🙏
ନୂତନ ଭାବେ ସ୍ଥାନିତ ହୋଇଥିବା
ମଧୁରମ୍ ମଧୁରମ୍ ମଧୁରାଂଶ
ଧନ୍ୟବାଦ ପ୍ରକାଶକ ମହୋଦୟ , ପ୍ରଣାମ
ଏକ ସୁନ୍ଦର ପ୍ରୟାସ
ଆପଣଙ୍କୁ ପତ୍ରିକାର ସମ୍ପାଦକୀୟ ସମେତ ବିଭିନ୍ନ ବିଭାଗ ପସନ୍ଦ ଆସିଥିବା ଚଉକାଠ ପାଇଁ ସୁଖକର କଥା। ଆଗକୁ ସାହିତ୍ୟ ଭିତ୍ତିକ ପରୀକ୍ଷା ନିରୀକ୍ଷା ଏମିତି ଚାଲୁ ରହିବ ଆପଣମାନଙ୍କ ସହଯୋଗକୁ ନେଇ। ପଢ଼ୁଥାଆନ୍ତୁ ଓ ଚଉକାଠକୁ support ଦଉଥାଆନ୍ତୁ। ଧନ୍ୟବାଦ।
ସୁଶ୍ରୀ ସସ୍ମିତା ପଣ୍ଡା ମହୋଦୟା whatsapp ମାଧ୍ୟମରେ ଲେଖି ଜଣାଇଛନ୍ତି, ‘ଆଜି ଭଲଭାବରେ (ଚଉକାଠ ପୃଷ୍ଠା) ଖୋଲିଗଲା । ପତ୍ରିକା ହେବ ତ ଏମିତି । ବହୁତ ସୁନ୍ଦର ହୋଇଛି । ଭାଗ୍ୟ ଭଲ ଏଥର ଖୋଲିଗଲା । ଗତ ଦୁଇଥର ମୁଁ ଭଲରେ ଦେଖିନି ।’
ମହାଶୟା,
ଆପଣଙ୍କ ଉତ୍ସାହପ୍ରଦ ଟିପ୍ପଣୀ ଆମ ପରୀକ୍ଷଣ ଓ ପ୍ରୟାସକୁ ବଳଦେଇଛି । ପ୍ରକାଶିତ ଚଉକାଠର ସମସ୍ତ ସଂସ୍କରଣ avinav.in ପୃଷ୍ଠାରେ ସକ୍ରିୟ ରହିଛି (ଏହାର Link ହେଉଛି : htts://avinav.in/magazine/) । ସାହିତ୍ୟାନୁରକ୍ତ ପାଠକ ପାଠିକାମାନେ ପଢ଼ି, ଶୁଣି ସୁଚିନ୍ତିତ ମତାମତ comment box ରେ ଦେବାପାଇଁ ବିଶେଷ ଅନୁରୋଧ । ‘ଚଉକାଠ’ କୁ ପଢ଼ିବାରେ ବିଳମ୍ବ ଜନିତ ଆପଣଙ୍କ ଗ୍ଲାନିକୁ ପ୍ରତିଗ୍ରହ ପୂର୍ବକ ପତ୍ରିକାକୁ ପ୍ରୟୋକ୍ତାଙ୍କ ପ୍ରବେଶ ସହଜ କରିବା ଲକ୍ଷ୍ୟରେ YouTube ଜରିଆରେ Video version ପରଷିବା କଥା ଭାବୁଛୁ । ତେବେ, ମୋବାଇଲ୍ ଫୋନରେ ହେଉପଛେ, ସ୍ବର ଓ ମୁଖମଣ୍ଡଳର ସୁସ୍ପଷ୍ଟ ଭିଡ଼ିଓ ଉତ୍ତୋଳନ କରି ପଠାଇବାରେ ସାହିତ୍ୟକାରମାନଙ୍କ ସଦୟ ସହାୟତା ଆମର କାମ୍ୟ ।
ଧନ୍ଯବାଦ ସହ ସଶ୍ରଦ୍ଧ ସମ୍ମାନ ।
ସମ୍ପାଦକ ଓ ସଂପାଦକ ମଣ୍ଡଳୀଙ୍କୁ ମୋର ବିନମ୍ର ପ୍ରଣାମ। ଚଉକାଠର ଭବ୍ୟ ସାନିଧ୍ୟ ଏତେ ମୁଗ୍ଧ କରେ ଯେ ୧୪/୧୫ ତାରିଖ ପର୍ଯ୍ୟନ୍ତ ଏକ ଉତ୍କଣ୍ଠାର ଭାବ ନେଇ ଅପେକ୍ଷା କରିବାକୁ ପଡେ। ସମ୍ପୂର୍ଣ୍ଣ ଭାବରେ ଏକ ନୂଆ ରଙ୍ଗ ଭରା ପତ୍ରିକା।
ଆଜିର ସଂପାଦକୀୟ ପୃଷ୍ଠାରେ କବି ତ୍ରିନାଥ ସିଂ ସାର୍ ଙ୍କର ଅମ୍ରିତା ପ୍ରିତମ୍ ଙ୍କୁ ତାଙ୍କ କବିତା ମାଧ୍ୟମରେ ପ୍ରତିପାଦନ କରିବାର ଏ ଅପୂର୍ବ ଆନନ୍ଦ ଭରା ଉଛ୍ୱାସ ନିଶ୍ଚିତ ଭାବେ ସମସ୍ତ ନାରୀ ଜଗତକୁ ସ୍ପର୍ଶ କରିଥିବ ଏହା ମୋର ବିଶ୍ଵାସ। ପ୍ରଣାମ ସାର୍….. ଅମ୍ରିତା ପ୍ରୀତମ୍ ଙ୍କର ପ୍ରତି ଭାବନାକୁ ଖୁବ୍ ହୃଦୟସ୍ପର୍ଶୀ କରି ପାଠକଙ୍କ ପାଖରେ ପହଞ୍ଚାଇ ଥିବାରୁ 🙏💐💐
ଆପଣଙ୍କ ମନ୍ତବ୍ୟ ଚଉକାଠର ଉତ୍ସାହ ବର୍ଦ୍ଧନ କରିବ। ହଁ, ଉଚ୍ଚାଙ୍ଗ ଭାରତୀୟ ସାହିତ୍ୟକୁ ନ ଜାଣିଲେ ଆମେ ‘କୂଅବେଙ୍ଗ’ ହେଇ ରହିଯିବା ଯେ..!! ଏହି ଲକ୍ଷ୍ୟ ନେଇ ଅମ୍ରିତା ପ୍ରିତମ, ସୁନୀଲ ଗଙ୍ଗୋପାଧ୍ୟାୟ ଆଦିଙ୍କୁ ଚଉକାଠ ସଂଯୋଜିତ କରୁଛି ସଂକ୍ଷେପରେ। ପାଠକେ ସେମାନଙ୍କୁ ଖୋଜନ୍ତୁ ଓ ପଢ଼ନ୍ତୁ ବିସ୍ତୃତରେ…
ସଧନ୍ୟବାଦ ଶୁଭେଚ୍ଛା।
The will of Amrita Pritam ପଢ଼ିଲି। ବସୁଧୈବ କୁଟୁମ୍ବକମ୍ ମହାମନ୍ତ୍ରରେ ଦୀକ୍ଷିତ ହେଉ ସାରା ସଂସାର ବୋଲି କାମନା କଲି। ଖୁବ୍ ଉଚ୍ଚକୋଟୀର ସଂପାଦକୀୟ।👌🙏💐
ସଧନ୍ୟବାଦ ଶୁଭେଚ୍ଛା ଆପଣଙ୍କୁ।
ବସୁଧୈବ କୁଟୁମ୍ବକମ ମହାମନ୍ତ୍ରରେ ଦୀକ୍ଷିତ ହେଉ ଏ ପୃଥିବୀ।
ଚଉକାଠ ଏକ ଯୁଗପଯୋଗୀ ‘ଇ ‘ ପତ୍ରିକା l ଦିନକୁ ଦିନ ନୂଆ ନୂଆ ବିଭାଗ ସହିତ ବେଶ ଆକର୍ଷଣୀୟ ଲାଗୁଛି ପତ୍ରିକା l ସବୁଠାରୁ ଭଲ ଲାଗେ ସମ୍ପାଦକୀୟ ରେ ତଥ୍ୟଭିତିକ ଉପସ୍ଥାପନା l ଏ ସଂଖ୍ୟା ରେ ସମ୍ପାଦକୀୟ ରେ ଅମ୍ରିତ ପ୍ରୀତମ ଙ୍କ କବିତା ହୃଦୟସ୍ପର୍ଶୀ l ପ୍ରତିଥର ଆମମାନଙ୍କ ପାଇଁ କିଛି ନୂଆ କରି ନେଇ ଆସିବାର ପ୍ରୟାସ ପାଇଁ ତ୍ରିନାଥ ସାର ଙ୍କୁ ଧନ୍ୟବାଦ l ଏହି ପତ୍ରିକାଟିର ଉତ୍ତୋରତ୍ତର ଉନ୍ନତି କାମନା କରୁଛି l 🙏🙏🙏
ଆପଣଙ୍କ ମନ୍ତବ୍ୟ ଚଉକାଠର ଉତ୍ସାହ ବର୍ଦ୍ଧନ କରିବ। ନିଜ ସାହିତ୍ୟ ସହ ଉଚ୍ଚାଙ୍ଗ ଭାରତୀୟ ସାହିତ୍ୟକୁ ବି ଆମେ ଜାଣିବା ଉଚିତ୍। ଅମ୍ରିତା ପ୍ରିତମଙ୍କ ପରି ସାହିତ୍ୟିକଙ୍କୁ ପାଠକେ ଖୋଜନ୍ତୁ…
ସଧନ୍ୟବାଦ ଶୁଭେଚ୍ଛା।
this editorial made my day. madhura bhabana, madhura barta, madhura chinta.
this editorial made my day. madhura bhabana, madhura barta, madhura chinta.
“My Will” by Amrita Pritam is my favourite poem.. all time favourite.
But by reading it again in this editorial, I felt my understanding, my perceiving the poem became deeper. It gave me a new angle to look at life and to open up my mind.
My regards to the Esteemed Editor.
ପ୍ରିୟ ସଂପାଦକ ” ଚଉକାଠ” ଅଜସ୍ର ଶୁଭେଚ୍ଛା,ଅଭିନନ୍ଦନ,ଗୋଟିଏ ଚମତ୍କାର ସଂପାଦକୀୟ ପାଇଁ ।ଗୋଟିଏ କବିର ସ୍ବପ୍ନ,ତାର ପରମ ଇଚ୍ଛା ,ତାର ଉଦବିଗ୍ନତା ଯେ ଦେଶ ପାଇଁ,ଜାତି ପାଇଁ,ସମାଜ ପାଇଁ,ବିଶେଷ କରି ଗୋଟିଏ ଦେଶର ପ୍ରାଣ ସ୍ପନ୍ଦନ ଯୁବ ସମାଜ ପାଇଁ ଉତ୍ସର୍ଗିକୃତ ,ଏହା ବାସ୍ତବିକ୍ ଏକ ଚମତ୍କାର ସନ୍ଦେଶ ,ଏହା ଏକ ବିରଳ ତଥା ଅମୂଲ୍ୟ ସଂପାଦକୀୟ,ଧନ୍ୟବାଦ ପ୍ରିୟ ।
ସୁନ୍ଦର ସଂପାଦକୀୟ।
ଚଉକାଠ ର ସମ୍ପାଦକ ତଥା ସମସ୍ତ କାର୍ଯୟନିର୍ବାହୀ ସଦସ୍ୟ ମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଅସୁସ୍ଥତା ଯୋଗୁଁ ବିଳମ୍ବରେ ଚଉକାଠ ର ଚଉତରା ଭିତରକୁ ଆଜି ଆସିଲି । ଅମ୍ରିତା ପ୍ରୀତମ ଙ୍କ The will of Amrita Pritam କେଇଧାଡ଼ି ପଢିଲି ଆଉ କବି ତ୍ରିନାଥ ସିଂହ ଙ୍କ ଠାରୁ ଶୁଣି ମୁଁ ମୋ ନିଜକୁ ଖୋଜିବାକୁ ଲାଗିଲି। କେତେ ଉଦାର କେତେ ଗଭୀର ଆମ୍ରିତାଙ୍କ ଚିନ୍ତାଧାରା କେତେ ପ୍ରାଞ୍ଜଳ ଭାବରେ ନାରୀର ଅବ୍ୟକ୍ତ ବେଦନା କୁ ପରିପ୍ରକାଶ କରିଚନ୍ତି। ସମାଜ ରେ ବନ୍ଧାପଡ଼ିଥିବା କିଛି ନୀତି ନିୟମ ଯେ ବେଦର ଗାର ନୁହେଁ ସେ ହୃଦୟଙ୍ଗମ କହିଛନ୍ତି ଆଉ ତାଙ୍କ କବିତାରେ ପ୍ରକଟିତ କରିଛନ୍ତି। ଚଲନ୍ତୁନା ଆମେ ସମସ୍ତେ ବସୁଧୈବ କୁଟୁମ୍ବକମ ମହାମନ୍ତ୍ର ରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ସମାଜ ଗଢ଼ିବା। ଖୁବ୍ ସୁନ୍ଦର, ଚମତ୍କାର ଅଭିମତ।
ଚଉକାଠ ର ସମ୍ପାଦକ ତଥା ସମସ୍ତ କାର୍ଯୟନିର୍ବାହୀ ସଦସ୍ୟ ମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଅସୁସ୍ଥତା ଯୋଗୁଁ ବିଳମ୍ବରେ ଚଉକାଠ ର ଚଉତରା ଭିତରକୁ ଆଜି ଆସିଲି । ଅମ୍ରିତା ପ୍ରୀତମ ଙ୍କ The will of Amrita Pritam କେଇଧାଡ଼ି ପଢିଲି ଆଉ କବି ତ୍ରିନାଥ ସିଂହ ଙ୍କ ଠାରୁ ଶୁଣି ମୁଁ ମୋ ନିଜକୁ ଖୋଜିବାକୁ ଲାଗିଲି। କେତେ ଉଦାର କେତେ ଗଭୀର ଆମ୍ରିତାଙ୍କ ଚିନ୍ତାଧାରା କେତେ ପ୍ରାଞ୍ଜଳ ଭାବରେ ନାରୀର ଅବ୍ୟକ୍ତ ବେଦନା କୁ ପରିପ୍ରକାଶ କରିଚନ୍ତି। ସମାଜ ରେ ବନ୍ଧାପଡ଼ିଥିବା କିଛି ନୀତି ନିୟମ ଯେ ବେଦର ଗାର ନୁହେଁ ସେ ହୃଦୟଙ୍ଗମ କହିଛନ୍ତି ଆଉ ତାଙ୍କ କବିତାରେ ପ୍ରକଟିତ କରିଛନ୍ତି। ଚଲନ୍ତୁନା ଆମେ ସମସ୍ତେ ବସୁଧୈବ କୁଟୁମ୍ବକମ ମହାମନ୍ତ୍ର ରେ ଅନୁପ୍ରାଣିତ ହୋଇ ଏକ ସୁସ୍ଥ ସମାଜ ଗଢ଼ିବା। ଖୁବ୍ ସୁନ୍ଦର, ଚମତ୍କାର ଅଭିମତ।