Home » Magazine » ସତ୍ୟରଞ୍ଜନ ପ୍ରହରାଜ : କବିତା : ଶୂନ୍ୟଦେହ

ସତ୍ୟରଞ୍ଜନ ପ୍ରହରାଜ : କବିତା : ଶୂନ୍ୟଦେହ

କବିତା ଲେଖ୍ କବିତା…
ସେଇଠି ଅଛୁ ତୁ, ଅଛି ଗୋଟେ ପୃଥିବୀ
ସେଠି କଥା କହନ୍ତି ମୁକ, ମୁଢ଼
କହନ୍ତି କେମିତି କଟିଗଲା ସେମାନଙ୍କ ଜିଭ ଆଉ ମୁଣ୍ଡ
କେମିତି ଅନ୍ଧହେଲେ ରାଜା
ନିଜ ଜାଲରେ ପଡ଼ିଗଲା ବୁଢୀ ବୁଢିଆଣୀ
ମଲାମଣିଷ ବୁଲୁଥିଲେ ଜୀବନ ପୋଷାକ ପିନ୍ଧି
ସକାଳରୁ ସଞ୍ଜ

ଲେଖ୍ ସେମାନଙ୍କ କଥା…
ଛୁଆଗୁଡ଼ା ଖୋଜୁଥୁଲେ ରଶି ଆଉ କନିଅର ଫଳ
ବୁଢ଼ାବୁଢ଼ୀ ଦୀପଟିଏ ଜାଳି
ମନେପକାଉଥିଲେ ପିଲାଙ୍କ ମୁହଁ…
ଦେଶ ମାଗୁଥିଲା ପ୍ରେମ
ଘର ମାଗୁଥିଲା ପ୍ରେମ
ଘୃଣା ମାଗୁଥିଲା ପ୍ରେମ
ପ୍ରେମ ମାଗୁଥିଲା ଯାହା
କେହି କେହି ଦେଇପାରିନଥିଲେ ଜୀବନଯାକ

There are 3 comments

  1. Whats app ରେ ପହଞ୍ଚିଛି ଏହି ମନ୍ତବ୍ୟ। ରବିନାରାୟଣ ବାବୁଙ୍କୁ ଆନ୍ତରିକ ଧନ୍ୟବାଦ ସହ ଶୁଭେଚ୍ଛା।
    ………………………….

    ରଜସଂଖ୍ୟା ଚଉକାଠ ବହୁତ ଭଲ ଲାଗିଲା। ଚମତ୍କାର ଗପ ହାତୀ ଓ ଲଣ୍ଠନ। ଗଳ୍ପ ପଠନର ଶୈଳୀ ଓ ସ୍ଵର ମନ୍ତ୍ରମୁଗ୍ଧ କରୁଛି। ଉଚିତ ଭାବର ଉପସ୍ଥାପନା ଗଳ୍ପଶ୍ରୋତାଙ୍କୁ ମୁଗ୍ଧ କରୁଛି। କବିତା ସବୁ ବି ଭଲ ହେଇଛି। ସତ୍ୟରଞ୍ଜନ ପ୍ରହରାଜଙ୍କ
    କବିତା superb. ମଧୁରମ୍ ମଧୁରମ୍… ଅତୁଳନୀୟ 👌👌👌।
    ସମ୍ପାଦକୀୟ nice…।

    ରବିନାରାୟଣ ପାଣିଗ୍ରାହୀ
    ଚେରୁଆପଡ଼ା, ସମ୍ବଲପୁର

    1. ହଁ ଲେଖ୍ ଗୋଟେ କବିତା ଲେଖ୍
      ଆଉ ଗୋଟେ ନୁହଁ ଶହସ୍ର ଲେଖ୍
      ବିତି ଯାଇଥିବା ଅତୀତ
      ଭବିଷ୍ୟତକୁ ରାହା ଦେଲା ଭଳି
      ଅପାତତ ଅନେକ କିଛି ଲେଖ୍

      ରୁଦ୍ଧିମନ୍ତ ହେଲାଭଳି କବିତାଟିଏ ଲେଖ୍
      ଯେଉଁ ଧାଡି ସବୁ ବସୁ ବସୁ ବାଛୁଥିଲେ ତିଲୋତ୍ତମା ବହିରୁ
      ଆମ ଅନେକ ଗପସପ ତୁ ଭୁଲିଯାଇଥିବୁ
      ସେହି ଭୁଲା ପଣରୁ ଗୋଟେ ଚିରା ଚରିତ୍ର କୁ
      ନଜର କରି ଲେଖ୍
      କବିତାଟିଏ ଲେଖ୍।।
      ଭଲ ଲାଗିଲା ସତ୍ୟ।। ଶୁଭେଚ୍ଛା

Leave a Reply

Your email address will not be published. Required fields are marked *