
ଏମାନଙ୍କୁ
ଫାଳେ ହେଲେ ବି ତ ଦିଅ,
ହେଉପଛେ ଅଧାପୋଡ଼ା
ଭୋକର ଲୁହ ନଖସୁ ଆକାଶୁ
ଟାଙ୍ଗରଭୂଇଁର ମର୍ଯ୍ୟାଦା ବଞ୍ଚୁ
ଖଣ୍ଡିଏ ଖଣ୍ଡିଏ ଜ୍ବଳନ୍ତା ଜଙ୍ଗଲ ଛାଇରେ
ମାଟି ଭିଜିଲେ ଥରକୁ ଥର
କାଦ ହେଇଯିବ ବି ବିଶ୍ବ
ବାଟଘାଟ ଆପାଦମସ୍ତକ,
କି ନିଆଁ ଲାଗିଯିବ
ସାରା ସବୁଜକ୍ଷେତ
ପେଟତଳେ ଚିତ୍ର ଦିଶୁଥୁବ
କଲରାପତିଆ ଫାଟଚିହ୍ନ,
ବସାବାନ୍ଧି ସାରିଥିବେ
ବ୍ରତବାଛନ୍ଦ ବୁଢ଼ିଆଣୀ
ପୋକଜୋକ
ଅହଂକାରୀ ଜହ୍ନ ||
There are 4 comments
ଚମତ୍କାର କବିତା “ପୋଡାରୋଟି”
ଅଭିନନ୍ଦନ କବି
🙏🙏
ଏଇ ସୁନ୍ଦର କବିତା ପାଇଁ କବିଙ୍କୁ ଅଭିନନ୍ଦନ ଏବଂ ମନ୍ତବ୍ୟ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
ମର୍ମଭେଦି କବିତା।
ନିଖୁଣ ଚିତ୍ର ଆଙ୍କିବାରେ ଶ୍ରୀଦେବ ଭାଇ ମାହିର ଏ କଥା କବିତା କହୁଛି ମୁଁ ନୁହଁ।
ଭାଇଙ୍କ କବିତା ସବୁବେଳେ ଛଳଛଳ
ପ୍ରଣାମ ଶ୍ରୀଦେଵ ଭାଇ।।
ସୁନ୍ଦର ଆବୃତ୍ତି ମଧ୍ୟ ଆପଣଙ୍କର ଅଙ୍କଲ