Home » Magazine » ରଶ୍ମି ସାହୁ : କବିତା : ଭୋର ପୂର୍ବର କଥା APRIL 2024Magazine ରଶ୍ମି ସାହୁ : କବିତା : ଭୋର ପୂର୍ବର କଥା ଅନ୍ଧାରକୁ ଦୂରେଇବା ଲାଗି ମୁଦିଦେଲି ଆଖି ବୋଧହେଲା ଏଇଠି ହିଁ ଶିଥିଳହେବ ଅକ୍ଷରର ଶୃଙ୍ଗାର ନୀଳଆମନ୍ତ୍ରଣ ପ୍ରବହାର ନୀରବତାରେ ଛୁଇଁବ ସମୁଦ୍ରଛାତିର ଗଭୀରତା। ଅନ୍ଧାରର ଅବୟବରୁ ମୁକୁଳିବାର ମୋହରେ ତୁମ ଗୁମରପଣରେ ମିଶିଗଲେ ସେଠୁ ଆଉ ମୁକୁଳିବା କ’ଣ ସହଜ କଥା!! ଗାଢ଼ଶୂନ୍ୟତା ହିଁ ମୁକ ସାକ୍ଷୀ ସାଜି ସୃଷ୍ଟି କରୁଥିବ ଏକ ନୂଆ କାବ୍ୟଯାତ୍ରା । ଅସହଜ ହେଉଥିବ ଦେହ ଉଦରସ୍ଥ ହେଉଥିବ ଭୋକ ଭୟ ପାପ, ପୃଥିବୀର ମୋହ । ଦୃଶ୍ୟରୁ ଅଦୃଶ୍ୟ ପାପରୁ ମୋକ୍ଷ ମାଟିରୁ ମହାକାଳ ଶୁନ୍ୟରୁ ମହାଶୂନ୍ୟ କେଉଁଠି ବି ଆଉ ନଥିବ ସେ ପାଦ ଚିହ୍ନ, ସେ ଛାଇ ଯିଏ ଏ ଦେହର ନିବୁଜପଣରେ ନିସର୍ତ୍ତରେ ଘର କରି ଭୋଗୁଥିଲା ଏକ ଉଦାର ଯନ୍ତ୍ରଣା । କାହିଁ କେଉଁଠି ବି ଆଉ ଦିଶୁନାହିଁ ଗର୍ଭବତୀ ଇଚ୍ଛାମାନଙ୍କ ଭିଡ ବାକିଥିବା ସକାଳ ଅସ୍ପଷ୍ଟ ସମ୍ମୋହନ କାହିଁ କେଉଁଠି ତ ଦିଶୁ ନାହିଁ । କେବଳ ଅକ୍ଷୁର୍ଣ୍ଣ ଅନ୍ଧାରଟିଏ ପ୍ରିୟତମର ମଧୁରହସ ପରି ବିଞ୍ଚିଦିଏ ଆଞ୍ଜୁଳାଏ ରୁଧିର । ତୁମମୟ ଦିଶେ ମୋର ସର୍ବାଙ୍ଗ କିଏ ସେ..!! ତା’ର ଆଲିଙ୍ଗନରେ ଉଜ୍ବଳ କରୁଛି ନୂଆ ଏକ କାବ୍ୟଯାତ୍ରା କିଏ ସେ…!! Post navigation arrow-leftPrevious PostPreviousଗୀତାରାଣି ବେହେରା : କବିତା : ତୁମେ ଆସିବ ବୋଲିarrow-rightNext PostNextଅଜୟ କୁମାର ଜେନା : କବିତା : ପୁଅ ଜନ୍ମ
Magazineଚଉକାଠ : MAY, 2025 ସମ୍ପାଦକୀୟ : ମଇ, ୨୦୨୫ ସମ୍ପାଦକୀୟ…. ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ…
Magazineଚଉକାଠ : MAY, 2025 ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର ମିଛ ଯାଦୁକର।। ସଞ୍ଜୀବ କୁମାର ଭୋଇ ।। “ ମିଛ ଯାଦୁକର… ତୁମେ ମିଛ ଯାଦୁକର … ।” ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା…
ଭୋର ପୂର୍ବର କଥା, ଚମତ୍କାର ସୃଷ୍ଟି ଆପଣଙ୍କ ଆବୃତ୍ତି ବି ମନମୁଗ୍ଧକର ଧନ୍ୟବାଦ କବୀ ଆପଣଙ୍କ ସଫଳତା କାମନା କରୁଛି ଜୟ ଜଗନ୍ନାଥ Reply
ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ। ଲେଖକ ଓ ପାଠକଙ୍କ ମଧ୍ୟରେ ସିଧାସଳଖ interactin ପାଇଁ ହିଁ ଏଇ ମଞ୍ଚ। ଏଣୁ ପୁନଶ୍ଚ ସାଧୁବାଦ। Reply
There are 9 comments
ଭୋର ପୂର୍ବର କଥା,
ଚମତ୍କାର ସୃଷ୍ଟି
ଆପଣଙ୍କ ଆବୃତ୍ତି ବି ମନମୁଗ୍ଧକର
ଧନ୍ୟବାଦ କବୀ
ଆପଣଙ୍କ ସଫଳତା କାମନା କରୁଛି
ଜୟ ଜଗନ୍ନାଥ
ଆପଣଙ୍କର ପ୍ରୋତ୍ସାହନ ପୂର୍ଣ୍ଣ ଶୁଭେଛା ପାଇ ଖୁବ୍ ଖୁସି ହେଲି। ଅଶେଷ ଧନ୍ୟବାଦ ସାର୍ 🙏💐
ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ।
ଲେଖକ ଓ ପାଠକଙ୍କ ମଧ୍ୟରେ ସିଧାସଳଖ interactin ପାଇଁ ହିଁ ଏଇ ମଞ୍ଚ। ଏଣୁ ପୁନଶ୍ଚ ସାଧୁବାଦ।
ଭଲ ଲାଗିଛି କବିତା!
ଆନ୍ତରିକ ଧନ୍ୟବାଦ ଆପଣଙ୍କୁ 💐🙏
ମତାମତ ପାଇଁ ଧନ୍ୟବାଦ ଦେବେନ୍ଦ୍ର
ଆନ୍ତରିକ ଧନ୍ୟବାଦ ଆପଣଙ୍କୁ 💐🙏
ଚମତ୍କାର କବିତା l ଭଲ ଲାଗିଲା 🌹
ମତାମତ ପାଇଁ ଧନ୍ୟବାଦ ଜଣାଉଛି।