ଆସ ଦେଶ ଗଢ଼ିବା
।। ବିମଳ ପତି ।।
ଦେଶ ଗଢ଼ିବା ଯଦିଓ
ସହଜ ନୁହେଁ
ତଥାପି ଆସ ଏକାଠି ହେବା
ଦେଶ କଥା ଭାବିବା।
ପାରୁଚ ଯଦି
ଛାତିକୁ ଇସ୍ପାତ କର
ରକ୍ତକୁ ଆହୁରି ଉଷ୍ମ କରି
ଜନ-ଗଣ-ମନ ଗୀତ ଗାଇ
ଉଡ଼ାଅ ତ୍ରିରଙ୍ଗା
ଗାଅ ଦେଶପ୍ରେମ ଗୀତ।
ସବୁ ଗାଁ, ବସ୍ତି, ନଗର
ସବୁ ଜନପଦକୁ ଚାଲ ଯିବା
ବିଶ୍ଵାସକୁ କରିବା ଆହୁରି ଗାଢ଼
ନିଃଶ୍ୱାସକୁ କରିବା ଆହୁରି ତୀବ୍ର
ଖୋଜିବା ମଣିଷଟିଏ
ନହେଲେ ବୁଦ୍ଧଟିଏ
ବୁଦ୍ଧ ଆଉ ମଣିଷ
ଏକା କଥା
ଆମେ ଯେତେ ସବୁ ମଣିଷ
ଗାଇବା ଦେଶମ୍ ଶରଣମ୍ ଗଚ୍ଛାମି
ଆସ ଦେଶ କଥା ଭାବିବା
ଦେଶ ଗଢ଼ିବା।
ଲୁହକୁ ନଈ କରି
ଧୋଇଦେବା ଦେଶମାତୃକାର ପାଦ
ତା ମାଟିକୁ ଟିକା କରି
ନାଇବା ମଥାରେ ତିଳକ
ସବୁ ଛକ ବଜାରରେ
ମଣିଷକୁ ବୁଦ୍ଧ କରି
ଠିଆ କରେଇବା…
ସଗର୍ବେ ଗାଇବା
ଦେଶପ୍ରେମର ଗୀତ
ଉଡ଼େଇବା ତ୍ରିରଙ୍ଗା ନେତ
ଆସ ଦେଶ କଥା ଭାବିବା
ଦେଶଟିଏ ଗଢ଼ିବା।