କାଲି ଦେଖାହେବ
।। ପ୍ରୀତିଶ୍ଲୋକ ଆର୍ଯ୍ୟ ।।
ଶୁଣିଲି ତୁମେ ଆସନ୍ତାକାଲି ଆସିବ
ଆଉ ଆଣିବ ଛୋଟ ଛୋଟ ଖୁସିର ଫଗୁଣ
ମିଠା ମିଠା ସ୍ମୃତିର ଫଲଗୁ…
ତୁମ ହସରେ ପୁଲକିତ ହେବ ଆଉ
ରଙ୍ଗୀନ ହେବ ମୋର ଦୁର୍ବଳମୁହୂର୍ତ୍ତ ।
ଦେଖାହେଲେ କ,ଣ କ,ଣ କହିବି,
ଭାବି ଭାବି ନିଦ ହେଉନାହିଁ ।
ଦାଣ୍ଡ ଅଗଣା
ତୁମ ଆଗମନ ଖୁସିରେ ବ୍ୟସ୍ତ ବିହ୍ବଳ ।
ଜହ୍ନ ବି ଶୋଇନାହିଁ ତୁମର ଆସିବା ଖୁସିରେ।
ଘାସ ରେ ଢଳଢଳ ଶିଶିରବିନ୍ଦୁ
ତୁମ ଅପେକ୍ଷାରତ ।
ଆଖିରେ କେତେ କେତେ ସ୍ବପ୍ନ,
ହେଲେ ନିଦ ନାହିଁ…
ତୁମକୁ ମୋ ରାଣ
ମୋତେ ଶୋଇବାକୁ ଦିଅ ।
ତୁମର ମଧୁଝରା କଥା, ତୁମର ରାଜହଂସୀ ଚାଲି
ଆଉ ତୁମର ପ୍ରୀତିଭରା ଆଖି
ଇସ୍ କେତେ ସୁନ୍ଦର ତୁମେ…
ତୁମକୁ ରଖିବି ମୋର ବାହୁ ବନ୍ଧନରେ ଆଜୀବନ ।
ଘଡ଼ି ଧୀରେ ଧୀରେ ଚାଲୁଛି ତୁମେ ଆସିବ ବୋଲି,
ରଖିଛି ଗୋଟେ ସୁନ୍ଦର ଉପହାର
ଆଉ କିଛି ଚକୋଲେଟ୍ ତୁମ ପାଇଁ,
ଭାବୁଛି ତମକୁ ଭଲ ଲାଗିବ…
ଆମେ ଖାଇବା ଗୋଟେ ସୁନ୍ଦର ରେସ୍ତୋରାଁରେ,
ଖାଇବା ତୁମ ମନପସନ୍ଦର ମେନୁ ସବୁ ।
ମୋର ପେଟ ପୂରିଯିବ ତୁମକୁ ଖୁସି ହେବାର ଦେଖିଲେ,
ସମୟର ସ୍ରୋତ ରହିଯାଉ ,
ତୁମ ସହ ଅନ୍ତରଙ୍ଗ ମୁହୂର୍ତ୍ତ ବେଳେ……
ଜଣାନାହିଁ ପୁଣି କେବେ ଦେଖାହେବ ,
କେତେ କେତେ ସମୟର ନିର୍ବାସନ ପରେ,
ହେଲେ ମୁଁ ତ ଅପେକ୍ଷା କରିବି ତୁମ ପାଇଁ…।
ମାଲକାନଗିରି, ମୋ. 8658333041