ସତ୍ତା
।। କୁମାର ଗୌତମ ବାରିକ ।।
ପତ୍ରରୁ ଧୂଳି ଝଡ଼ିଗଲା ପରେ
ନିର୍ମଳ ଦିଶିଲାଣି
ମେଘ ଆଚ୍ଛାଦିତ ଆକାଶ।।
ବର୍ଷା ଛାଡ଼ିି, ପାଣି ବହିଗଲା ପରେ
ପୁଣି ଥରେ ଶୁଖିଲା ଦିଶିଲାଣି
ପିଚୁରାସ୍ତା ।।
ଥରେ ଓଳେଇ ନେଲା ପରେ
କ’ଣ ଆଉ ଥରେ
ଅସନା ଆବର୍ଜନା ହୁଏନି କି ଘର ।।
ଠିକ ସେମିତି ଝାଡ଼ି ଝୁଡ଼ି ହୋଇ
ଆଉ ଥରେ ବସି ପଡ଼ିଲେ ବି
ପୁନର୍ବାର ଉଙ୍କି ମାରେ ଚେର।।
ମାଟି ଭିତରେ ପୋତି ହୋଇ ରହିଛି ବୋଲି ତ ଚେରଟା ଉଙ୍କିମାରୁଚି ପାଣି ପାଇଲେ ।।
ମହାଦୃମ ହେବାର
ପ୍ରତିଶୃତି ଦେଇ ଆସିଥିଲ,
ଶାଖା ଭଳି ଭାଙ୍ଗି ଦେଇ ଚାଲିଗଲ ।।
ସ୍ବପ୍ନର ମହାଦୃମକୁ ଥୁଣ୍ଟା କରି
ଚାଲି ଗଲ ଅନ୍ୟ ଅଗଣାର
ବାଡ଼ହେବା ପାଇଁ ।।
ଏବେ ବି ଅସହ୍ୟ ପ୍ରଶ୍ନବାଣରେ
ମୁଁ ପାଲଟି ଯାଇଛି ନିର୍ବେଦ…
ଜର୍ଜରିତ, ଅବ୍ଯକ୍ତ ଓ ନିରୁତ୍ତର ।।
ଦୁଃଖ କେବଳ ଏତିକି
ଯେ ମହାଦୃମର ପରିଚୟ,
ପ୍ରଶଂସା ସାଉଁଟିବା ପୂର୍ବରୁ
ସତ୍ତା ହରେଇଲ
ମୋ ଦୁନିଆଁର କଳାପଟାରୁ ।।
ଲହୁଣୀପଡ଼ା, ସୁନ୍ଦରଗଡ, # 9437343598