ଯଥେଷ୍ଟ ନୁହେଁ
।। ଆନଂଦ ଚଂଦ୍ର ସାହୁ ।।
ଖଜ୍ବଜ୍ ଶବ୍ଦ ଓ ଭାବ….
ଯଥେଷ୍ଟ ନୁହେଁ ମୋର୍ ଆୟୁଷ୍କାଳ
ସବୁଙ୍କୁ ଭୋଗିବା ଓ ବଂଚିବା ।
ହୁଏତ’
ହଜାରେ ଜନ୍ମ ନେବାକୁ ବି ପଡ଼ିପାରେ ମତେ
ନଚେତ୍ ଅସମ୍ଭବ ସଭିଂକୁ ଛୁଇଁବା ।
ଅଥଚ ମୁଁ ଥକିବିନି
ବାରମ୍ବାର ଜନ୍ମିବାକୁ ଯଦି ସୁଯୋଗ ମିଳେ
ଏତିକି ତ’
ଛାତିରେ ହାତ ଦେଇ କହିଦେଇ ପାରିବି ।
ତୁମକୁ କୋଳେଇ ନେଇ
ମୁହଁରେ ତୁମର ଚୁମିବା ବେଳେ
ଯେଉଁ ବିମୁଗ୍ଧ ଶବ୍ଦଟିଏ ସ୍ଫୁରଣ ହୁଏ
ଓ ଯେଉଁ ସମର୍ପଣ ଭାବ କିଛି
ଚଉଦିଗରୁ ଆମକୁ ଘେରିଯାଏ,
ସେତିକିକୁ ଭୋଗିବା ପାଇଁ
ହୁଏତ କାଳ କାଳ ଲାଗି ଯାଇପାରେ…
ଏତିକି କହିଦେବାକୁ
ମୁଁ ସଂକୋଚ କରିବିନି କଦାପି ।
ଶବ୍ଦ ଓ ଭାବର
ବିଶାଳ ଆକାଶ….
ଭୋଗିବାକୁ, ହେଜିବାକୁ
ଜମାରୁ ଯଥେଷ୍ଟ ନୁହେଁ
ଗୋଟେ ଆୟୁଷ୍କାଳ । ।
ବଲାଙ୍ଗୀର, ମୋ.ନଂ.- ୯୪୩୭୧୫୧୦୬୨
There are 2 comments
ସୁନ୍ଦର ପ୍ରୟାସ ।
ସାହିତ୍ୟର ଜୟ ହେଉ ।
ପତ୍ରିକାଟି ନିଶ୍ଚିତ ଭାବେ ଉପାଦେୟ ।
ସତରେ ଜୀବନଟା ଶବ୍ଦ ଆଉ ଭାବର ବିଶାଳ ଆକାଶ… ଭୋଗିବାକୁ ଲୋଡ଼ା କାଳ ପରେ କାଳ… ଚମତ୍କାର ସାର୍ , ପ୍ରଣାମ 🙏