Home » Magazine » ଅଶୋକ ଜେନା : କବିତା : ଦର୍ଜା APRIL 2024Magazine ଅଶୋକ ଜେନା : କବିତା : ଦର୍ଜା ସେ ସେମିତି ହିଁ ମେଲା ମୁକୁଳା । କିଏ ଆଘାତ ରେ, ତ କିଏ ଆଲ୍ହାଦରେ; ସମୟ ଆଗରୁ, ତ କିଏ ସମୟ ସାରି ; କାହାର ନିଶବ୍ଦ ତ କିଏ କୋଳାହଳର ସହିତ ସେ ସେମିତି ହିଁ ଖୋଲା ମୁକୁଳା । ତା, ଭିତରେ ହିଁ ଯେତେ ସବୁ, ମାୟାର ସମ୍ପଦ, ସମ୍ପର୍କର ବୁଢିଆଣି ଜାଲ, କଣ୍ଟା ମାରି ଝୁଲା ହେଇଥିବା ଏଠି ସେଠି କିଛି ଅଛଡ଼ା ମୁହୂର୍ତ୍ତ, ବାଟିଆ ଦଉଡି ଉପରେ ଶୁଖୁଥିବା କାଁ ଭାଁ ଅତୀତ । ବାହାରେ କିନ୍ତୁ ମୁକୁଳା ଆକାଶ, ଅବିଭକ୍ତ ପବନ ଇଜିମାଲି ସୂର୍ଯ୍ୟାଲୋକ, ଅନାୟତ୍ତ ଜଳ ବଢି ଯିବା ପାଇଁ, ଗଡି ଯିବା ପାଇଁ କଳା ମଚ ମଚ ଜନପଦ । ତା’ର କି ବା, ଯାଏ ! ଆସିବା ବେଳେ କିଏ ପାଦର ଧୂଳି ଝାଡ଼ି ଦେଲା କେତେ, ନା ଦେହ ଲଗ୍ନା ଅତୀତକୁ ନେଇ ଆସିଲା ଗୋପନରେ ସତେ ତା’ର ବି, କି ଯାଏ ! ଗଲା ବେଳେ କିଏ ପାଣ୍ଡୋଇରେ ସାଇତି ନେଲା କିଛି ନିରୋଳା ମୁହୂର୍ତ୍ତ ନା ଖାଲି ପାଦ ବାହାରି ଗଲା ରତ ରତ ସେ ସେମିତି, ମେଲା ମୁକୁଳା କିଏ ଆସିବା ଓ ଅପସରି ଯିବା ଏକା କଥା ନୁହେଁତ …. Post navigation arrow-leftPrevious PostPreviousଅଜୟ କୁମାର ଜେନା : କବିତା : ପୁଅ ଜନ୍ମarrow-rightNext PostNextଦେବେନ୍ଦ୍ର ଲାଲ : କବିତା : ଆଜି ଗୋଟିଏ ଦିନ
Magazineଚଉକାଠ : MAY, 2025 ସମ୍ପାଦକୀୟ : ମଇ, ୨୦୨୫ ସମ୍ପାଦକୀୟ…. ଏପ୍ରିଲ୍ ୨୨ ତାରିଖ ଦିନ ପେହଲଗାମରେ ଆତଙ୍କବାଦୀଙ୍କ ଦ୍ୱାରା ଛବିଶଜଣ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା, ଏବଂ ତତ୍ ପରବର୍ତ୍ତୀ ପ୍ରତିକ୍ରିୟା ସ୍ୱରୂପ ଭାରତୀୟ ସେନା ଦ୍ଵାରା ବିଭିନ୍ନ…
Magazineଚଉକାଠ : MAY, 2025 ସଞ୍ଜୀବ କୁମାର ଭୋଇ : ଗଳ୍ପ : ମିଛଯାଦୁକର ମିଛ ଯାଦୁକର।। ସଞ୍ଜୀବ କୁମାର ଭୋଇ ।। “ ମିଛ ଯାଦୁକର… ତୁମେ ମିଛ ଯାଦୁକର … ।” ଏହିପରି କହି, କାନ୍ଦି କାନ୍ଦି ଫେରିଯାଇଥିଲା କୁନିପୁଅଟି; ଗଳିମୁଣ୍ଡରେ ଥିବା…
ଦର୍ଜା ନିଶ୍ଚିତ ରୂପେ ଏକ ଉଚ୍ଚ ଭାବାବେଗକୁ ଧାରଣ କରି ରଖିଥିବାର କବିତା। ଆପଣଙ୍କର observation ପାଇଁ ଅଶେଷ ଧନ୍ୟବାଦ Reply
ଚଉକାଠ ବିଷୁବ ସଂଖ୍ୟାରେ ଅଶୋକ ଜେନାଙ୍କ କବିତା ଦର୍ଜା ଖୁବ୍ ବିଭୋର କଲା। ଏହାର ଶବ୍ଦଚିତ୍ର ଓ ଭାବକଳ୍ପ କବିତାର ରୂପରାଗକୁ କରିଛି ମହାର୍ଘ ଓ ମହତ୍ବପୂର୍ଣ। ସଂପର୍କର ବୁଢିଆଣୀ ଜାଲ ଓ …… କାଁ ଭାଁ ଶୁଖୁଥିବା ଅତୀତ ଆଦି ଉପମା କବିତାକୁ କରିଛି ସାର୍ଥକ ଓ ସଫଳ। ଅଶେଷ ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା କବି ଅଶୋକ ଜେନାଙ୍କୁ ଓ ସଂପାଦକ ତ୍ରିନାଥ ସିଂହଙ୍କୁ। ଚଉକାଠର ଉଜ୍ଜ୍ବଳ ସାରସ୍ବତ ଭବିଷ୍ୟତ କାମନା କରୁଛି। Reply
ଅଶୋକ ଜେନାଙ୍କ କବିତା ଦର୍ଜା ଏକ ଚମତ୍କାର କବିତା। ଏହାର ରୂପକଳ୍ପ ଓ ଚିତ୍ରକଳ୍ପ ବାସ୍ତବିକ ଅତ୍ଯନ୍ତ ସୁନ୍ଦର। ବୁଢିଆଣୀ ଜାଲ ପରି ସଂପର୍କ ଓ ବାଟିଆ ଦଉଡି ପରି ଶୁଖୁଥିବା କାଁ ଭାଁ ଅତୀତ ଆଦି ପଂକ୍ତି ମନକୁ ଛୁଇଁଲା। କବିଙ୍କୁ ଅଶେଷ ହାର୍ଦ୍ଦିକ ଅଭିନନ୍ଦନ ଓ ସୁମନାସ। ସଂପାଦକ ତ୍ରିନାଥ ସିଂହଙ୍କୁ ମୋ ଅଜସ୍ର ସାଧୁବାଦ ଓ ସୁମନାସ। ସୌଭାଗ୍ୟବନ୍ତ ମହାରଣା,ସମ୍ବଲପୁର। Reply
There are 9 comments
…..ସତରେ କିଏ ଆସିବା ଅପସରି ଯିବା ଏକା କଥା ନୁହେଁ। ଭାବ ପୂର୍ଣ୍ଣ କବିତା। ପ୍ରଣାମ ସାର୍ 🙏
ଦର୍ଜା ନିଶ୍ଚିତ ରୂପେ ଏକ ଉଚ୍ଚ ଭାବାବେଗକୁ ଧାରଣ କରି ରଖିଥିବାର କବିତା। ଆପଣଙ୍କର observation ପାଇଁ ଅଶେଷ ଧନ୍ୟବାଦ
ମତାମତ ପାଇଁ ଧନ୍ୟବାଦ। ଆସିବା ଓ ଅପସରି ଯିବାର ଦର୍ଜା ବନ୍ଧରେ ଆମେ ନୁହେଁକି
ଚଉକାଠ ବିଷୁବ ସଂଖ୍ୟାରେ ଅଶୋକ ଜେନାଙ୍କ କବିତା ଦର୍ଜା ଖୁବ୍ ବିଭୋର କଲା। ଏହାର ଶବ୍ଦଚିତ୍ର ଓ ଭାବକଳ୍ପ କବିତାର ରୂପରାଗକୁ କରିଛି ମହାର୍ଘ ଓ ମହତ୍ବପୂର୍ଣ। ସଂପର୍କର ବୁଢିଆଣୀ ଜାଲ ଓ …… କାଁ ଭାଁ ଶୁଖୁଥିବା ଅତୀତ ଆଦି ଉପମା କବିତାକୁ କରିଛି ସାର୍ଥକ ଓ ସଫଳ। ଅଶେଷ ଆନ୍ତରିକ ଅଭିନନ୍ଦନ ଓ ଶୁଭକାମନା କବି ଅଶୋକ ଜେନାଙ୍କୁ ଓ ସଂପାଦକ ତ୍ରିନାଥ ସିଂହଙ୍କୁ। ଚଉକାଠର ଉଜ୍ଜ୍ବଳ ସାରସ୍ବତ ଭବିଷ୍ୟତ କାମନା କରୁଛି।
ଧନ୍ୟବାଦ ଆପଣଙ୍କ ମତାମତ ନିଶ୍ଚୟ ପ୍ରେରଣା ହେବ । ପ୍ରଣାମ
ଅଶୋକ ଜେନାଙ୍କ କବିତା ଦର୍ଜା ଏକ ଚମତ୍କାର କବିତା। ଏହାର ରୂପକଳ୍ପ ଓ ଚିତ୍ରକଳ୍ପ ବାସ୍ତବିକ ଅତ୍ଯନ୍ତ ସୁନ୍ଦର। ବୁଢିଆଣୀ ଜାଲ ପରି ସଂପର୍କ ଓ ବାଟିଆ ଦଉଡି ପରି ଶୁଖୁଥିବା କାଁ ଭାଁ ଅତୀତ ଆଦି ପଂକ୍ତି ମନକୁ ଛୁଇଁଲା। କବିଙ୍କୁ ଅଶେଷ ହାର୍ଦ୍ଦିକ ଅଭିନନ୍ଦନ ଓ ସୁମନାସ। ସଂପାଦକ ତ୍ରିନାଥ ସିଂହଙ୍କୁ ମୋ ଅଜସ୍ର ସାଧୁବାଦ ଓ ସୁମନାସ। ସୌଭାଗ୍ୟବନ୍ତ ମହାରଣା,ସମ୍ବଲପୁର।
ଶେଷ ତିନି ଧାଡ଼ି କବିତାକୁ ପୂର୍ଣ୍ଣତା ପ୍ରଦାନ କଲା। ଧନ୍ୟବାଦ କବି 🙏!
ଧନ୍ୟବାଦ ପ୍ରିୟ ଦେବେନ୍ଦ୍ର ଏହି ସୁନ୍ଦର ମନ୍ତବ୍ୟ ପାଇଁ।
ଶ୍ରଦ୍ଧେୟ ଦେବେନ୍ଦ୍ର ଅନେକ ଦିନ ପରେ ଭେଟିଲି ଶବ୍ଦରୁପ ରେ ତୁମକୁ। ଅନେକ ଶୁଭେଚ୍ଛା