Home » Magazine » ପବିତ୍ର ମୋହନ ଦାଶ : କବିତା : ଲାଠି

ପବିତ୍ର ମୋହନ ଦାଶ : କବିତା : ଲାଠି

ଲାଠି କାଟି ତିଆରି କରି ହେବ ବଂଶୀ
ଏତିକି ଥିଲା ଲିଙ୍ଗ ପାଣିର ସ୍ବପ୍ନ,
ତେଣିକି ମଧୁର ସ୍ଵନରେ
ପୂରି ଉଠିବା କଥା ସବୁ କାନ।

ଗଜା ମରୁଡ଼ିରେ ଗଲା ସ୍ବପ୍ନର ବିହନ
ଏଣେ ଲାଠି ଦିନକୁ ଦିନ
ଆହୁରି ଲମ୍ବ, ଆହୁରି ଟାଣ
ଅଧିକ ଅଧିକ କ୍ଷମତାପନ୍ନ।

ଲାଠି ସହାୟତାରେ ନିର୍ବାଚନ, ଶପଥ ଗ୍ରହଣ
ଲାଠି ମାଡ଼ରେ ଭଙ୍ଗାଯାଏ ଅନଶନ
ଲାଠିର ଛାଇରେ ସୁପର ମାର୍କେଟ
ଲାଠି ଭରସାରେ ଶିଳ୍ପାୟନ
ଲାଠିର ମୂଳେ ଏ ଜଗତ
ପ୍ରାଣୀଏ ଲାଠିର ଆୟତ, ଜାଣ।

ବଂଶୀ ତିଆରି ଲିଙ୍ଗ ପାଣିର ସଉକ
ସ୍ୱର ବିନୁ ନରୁଚଇ ଆନ,
ଜିଦ୍ ଧରିଛି
ଏମିତି ବଂଶୀ ଗଢ଼ିବ
ଯାହାର ସ୍ୱରରେ ଭାଙ୍ଗିଯିବ ଲାଠିର ଟାଣ।

There are 2 comments

  1. ଖୁବ୍ ସୁନ୍ଦର ହୋଇଛି ପବିତ୍ର ଭାଇଙ୍କ ଏହି କବିତାଟି। ସତରେ ପ୍ରେମ ହିଁ ଭାଙ୍ଗିପାରେ ଗୋଟିଏ ଭୟର ଭାବକୁ, ବଂଶୀଟେ ଯୋଡି ପାରେ ଲାଠିରେ ଭାଙ୍ଗି ପଡୁଥିବା ସମ୍ପର୍କକୁ ।

    ଧନ୍ୟବାଦ ସହ
    ଶୁଭ ନାରାୟଣ

  2. ମୋନାଲିସା ମିଶ୍ରଙ୍କ ଗଳ୍ପ ଓ ପବିତ୍ର ଦାଶଙ୍କ କବିତା ଭଲ ଲାଗିଲା ।

Leave a Reply

Your email address will not be published. Required fields are marked *