ଶିଳ୍ପାଞ୍ଚଳ ଲେଖକ ସମାଜର ପୁସ୍ତକ ଆଦାନ-ପ୍ରଦାନ ଦିବସ
ପଞ୍ଚକର ପ୍ରଥମଦିବସ ଏକାଦଶୀ ତିଥିରେ ଶିଳ୍ପାଞ୍ଚଳ ଲେଖକ ସମାଜ ପକ୍ଷରୁ ପ୍ରଥମ କରି ପୁସ୍ତକ ଆଦାନ-ପ୍ରଦାନ ଦିବସ ପାଳିତ ହୋଇଯାଇଛି। ସଭାପତି କବି ବଳରାମ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ଶାନ୍ତି ତ୍ରିପାଠୀ ଯୋଗ ଦେଇ କହିଥିଲେ ଯେ, ପୁସ୍ତକ ଆଦାନ ପ୍ରଦାନ ଦ୍ବାରା ସ୍ରଷ୍ଟାମାନଙ୍କ ମଧ୍ୟରେ ବଡ଼-ସାନ-ପଣିଆକୁ ଦୂର କରି ପାରିବ ଓ ସମାଜରେ ସାହିତ୍ୟ ପ୍ରତି ସ୍ନେହ ବୃଦ୍ଧି କରିବ | ମୁଖ୍ୟବକ୍ତା ଭାବେ କବି ତ୍ରିନାଥ ସିଂହ ଯୋଗ ଦେଇ ଏହାକୁ ଅଭିନବ ବୋଲି ଅଭିହିତ କରିବା ସହ ଏହାକୁ ଚିନ୍ତନମନନ ପୂର୍ବକ ସୁନ୍ଦର ରୂପ ଦେବାକୁ ପ୍ରସ୍ତାବ ଦେଇଥିଲେ । ସମ୍ମାନିତ ବକ୍ତା ଭାବେ ଗୀତି କବି ସମାଜର ସମ୍ପାଦକ ଭୋଲେଶ୍ବର ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଶ୍ରୀନାଥ ଚନ୍ଦ୍ର ନାୟକ ଏଇ ମହତ ପ୍ରୟାସ ଫଳରେ ପ୍ରତ୍ୟେକ ସାହିତ୍ୟ ସ୍ରଷ୍ଟାଙ୍କୁ ଅକ୍ଲେଶରେ ପାଠକ ମିଳିବେ କହିଥିଲେ | ଗାଳ୍ପିକ ସଞ୍ଜାବ କୁମାର ଭୋଇ, ବ୍ୟଙ୍ଗକବି ବ୍ରଜ ବିହାରୀ ଦାସ, କବି ସୁଶାନ୍ତ ନାଏକ, ବିଜୟ କୁମାର ସେନାପତି, ମୋହନ ସିଂ ପ୍ରୟାସକୁ ଫଳପ୍ରସୂ କରିବାକୁ ଅନେକ ପ୍ରସ୍ତାବ ଦେଇଥିଲେ। ସଭାରେ ମଞ୍ଜୁଳା ରଥ ଓ ନିର୍ମଳା ମହାପାତ୍ରଙ୍କ ଶୁଭେଚ୍ଛା ପାଠ କରାଯାଇଥିଲା | ଶେଷରେ ଦେବେନ୍ଦ୍ର ବଳ ଧନ୍ୟବାଦ ଦେଇଥିଲେ |
ଗ୍ରାମୀଣ କଳା–ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଟ କରେ
କଳା ଓ କଳାକାର ହିତୈଷୀ ବ୍ରହ୍ମପୁର ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ସଭାପତି ସୀମାନ୍ତ ନଟରାଜ ଡ଼ା.
ତିରୁପତି ସାହୁ କୋଳଥିଆ ଗ୍ରାମସ୍ଥ ଗ୍ରାମଦେବତୀ ମନ୍ଦିର ବେଢ଼ାରେ ମା’ ଗ୍ରାମଦେବତୀ ଯୁବ ନାଟ୍ୟ ସଂଘର ବାର୍ଷିକୋତ୍ସବକୁ ଉଦ୍ଘାଟନ କରିବା ସହ ଗ୍ରାମୀଣ କଳା-ସଂସ୍କୃତି ପ୍ରାଦେଶିକ ସଂସ୍କୃତିକୁ ପରିପୁଷ୍ଟ କରିଥାଏ ବୋଲି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦ୍ବୋଧନ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ମହାସଂଘ ମହାସଚିବ ସୁବାଷ ଚନ୍ଦ୍ର ସାହୁ ଯୋଗ ଦେଇ ମହାସଂଘ ତରଫରୁ ଗ୍ରାମୀଣ ନାଟ୍ୟ କଳାକାରମାନଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ସହ ସମ୍ବର୍ଦ୍ଧିତ କରି କଳାକାରମାନେ ଜଣେ ଜଣେ ସମାଜ ସଂସ୍କାରକ ହେତୁ ସେମାନେ ନିଜ ବୃତ୍ତିରେ ସଦାନନ୍ଦ ଅନୁଭବ କରିବା ଉଚିତ୍ ବୋଲି ସ୍ଵମତ ଉପସ୍ଥାପନ କରିଥିଲେ । ନାଟ୍ୟ ଦଳ ପରିଚାଳକ ରାମନାଥ ପ୍ରଧାନ ଏବଂ ଅଧିକାରୀ ବୁରୁ ପ୍ରଧାନଙ୍କ ମିଳିତ ସଂଯୋଜନା କ୍ରମେ ଆୟୋଜିତ ଉତ୍ସବରେ ସ୍ଵର ସୌରଭ ସଞ୍ଜୟ କୁମାର ବିଷୋୟୀ, ଯୁଧୁଷ୍ଠିର ଭଞ୍ଜ ସାମନ୍ତ, ସ୍ଥାନୀୟ ପ୍ରାକ୍ତନ ସମିତି ସଭ୍ୟ ସନ୍ତୋଷ ପ୍ରଧାନ ମଞ୍ଚ ଅଭିନେତା ଶିବ ଶଙ୍କର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କୋଳଥୁଆ ଗ୍ରାମର ନାଟ୍ୟ ପରମ୍ପରା ସମ୍ପର୍କରେ ସିଂହାବଲୋକନ କରିଥିଲେ । ପରେ ପରେ ସ୍ୱର ବିଭୁଧ ରମେଶ ଚନ୍ଦ୍ର ସ୍ୱାଇଁ, ଗୁରୁ ମୋହନ ପାତ୍ର, ଗୁରୁ ଗଜେନ୍ଦ୍ର ସ୍ୱାଇଁ, ଗୁରୁ ସୀମାଞ୍ଚଳ ବାଡ଼ତ୍ୟା, କଣ୍ଠଶିଳ୍ପୀମାନଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ପି. ଶଙ୍କର ଏବଂ ସାଥୀ ଯନ୍ତ୍ରସଙ୍ଗୀତ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ନାଟ୍ୟ ସଂଘ ସଦସ୍ୟମାନେ ସହଯୋଗ କରିଥିବା ବେଳେ ପରିଶେଷରେ ନାଟ୍ଯସଂଘ ସଦସ୍ୟ ସନ୍ତୋଷ ପ୍ରଧାନ ଆନୁଷ୍ଠାନିକ ଧନ୍ୟବାଦ୍ ଅର୍ପଣ କରିଥିଲେ ।
‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’
ଭାଷା, ସାହିତ୍ୟ, କଳା, ସଂସ୍କୃତି, ସର୍ବୋପରି ଓଡ଼ିଆ ଅସ୍ମିତା ପ୍ରତି ସଦାସର୍ବଦା ସମ୍ପୂର୍ଣ ଉତ୍ସର୍ଗିକୃତ ସର୍ବଜନାଦୃତ ମାସିକ ଓଡ଼ିଆ ପତ୍ରିକା ‘କାଦମ୍ବିନୀ’ ତରଫରୁ ପ୍ରତିବର୍ଷ ପରି ଆସନ୍ତା ୨୦୨୫ ଜାନୁଆରୀ ୫ ତାରିଖ (ରବିବାର) ପୂର୍ବାହ୍ନ ୯.୩୦ ମି. ସମୟରେ କନ୍ଭେନ୍ସନ୍ ସେଣ୍ଟର, କ୍ୟାମ୍ପସ୍-୬, କିଟ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’।
