



ଠିକ ସମୟରେ
ପବନର ଡୋର ଧରେଇଦେଇଛ ବୋଲି
ଅନାୟାସରେ ପହଞ୍ଚିପାରୁଛି
ମୋର ଇଚ୍ଛା ପାଖେ ।
ଅହରହ କସରତ ଖଟାଇ
ଜମି ନିମରେଇ ଦେଇଛ ବୋଲି
ଆରାମରେ ଖାଇପାରୁଛି
ମାଛଭାତ ।
ପଦ୍ମନାଗକୁ ମନାଇବାର ମନ୍ତ୍ର ଶିଖି
ଅତଳତଳ ପାଣିକୁ ପଶି
ଖୁବ ଚତୁରତାର ସହ
ତୋଳି ଆଣିଦେଇ ପଦ୍ମଫୁଲ
ତୋଷ କରିଛ ମୋର ମନ ।
ଗଢ଼ିଦେଇଛ ଗୋଛାଗୋଛା ଛାଇ
ଯେଉଁଠି ମାରିପାରୁଛି ହାଇ ।
ତମାମ ଜୀବନ ଯାକ
କଳ-ବଳ-କୌଶଳ ଖଟାଇଆସୁଛ
କେବଳ ମୋହରି ପାଇଁ ….!!
There is 1 comment
ମାର୍ମିକ ବାପା କବିତାଟି। ଧନ୍ୟବାଦ