Home » Magazine » ବିବିଧ ବିଶ୍ବ : ଗଳ୍ପ : ପୁସ୍ତକ ମେଳା APRIL 2024Magazine ବିବିଧ ବିଶ୍ବ : ଗଳ୍ପ : ପୁସ୍ତକ ମେଳା ୦୧ – ମାସ୍କ କରୋନାର କରାଳକାୟାରୁ ମୁକ୍ତ ହୋଇ ମାନବ ସମାଜ ଅଣ୍ଟା ସଳଖି ଠିଆ ହେବାରେ ଲାଗିଥିଲା । ବନ୍ଦବାନ୍ଦ ହୋଇଥିବା ଦୋକାନ ବଜାର ଏବେ ଶାଖା ମେଲିବାକୁ ଆରମ୍ଭ କରି ସାରିଥିଲେ । ସେହି ନ୍ୟାୟରେ ସାହିତ୍ୟ ବି ତାର ପୃଷ୍ଠା ମେଲିବାକୁ ଆରମ୍ଭ କରି ସାରିଥିଲା । ବନ୍ଦ ଥିବା ବହିମେଳା ଏଥର ବହୁ ଆଡ଼ମ୍ବରରେ କରିବା ପାଇଁ ଆୟୋଜକ ସଜବାଜ ହେଉଥିଲେ । ଦୁଇବର୍ଷ ପରେ ହେଉଥିବାରୁ ମେଳାରେ ଥିଲା ଅସଂଖ୍ୟ ଭିଡ଼ । ଆୟୋଜକଙ୍କ ଆଶାରୁ ବି ଅଧିକ । ବିଶେଷକରି ଯୁବପିଢ଼ୀଙ୍କ ସଂଖ୍ୟା ଥିଲା ଆଶାତୀତ । ଯୁବପିଢ଼ୀ ସାହିତ୍ୟମନସ୍କ ହେବା ଏକ ଶୁଭସଂକେତ ବୋଲି ସମସ୍ତେ ଚର୍ଚ୍ଚା କରୁଥିଲେ । କରୋନା ପ୍ରାୟତଃ ପ୍ରଶମିତ ହୋଇସାରିଥିଲେ ବି କିଛି ଲୋକଙ୍କ ମୁହଁରେ ଲଟକି ଥିଲା ମାସ୍କ, ଯାହା କରୋନାର କରାଳ ରୂପକୁ ମନେ ପକେଇଦେବାକୁ ବାଧ୍ୟ କରୁଥିଲା । ଯୋଡ଼ାଯୋଡ଼ା ହୋଇ ମେଳାରେ ବୁଲୁଥିବା ଜଣେ ତରୁଣୀଙ୍କୁ ମିଡ଼ିଆବାଲା ପଚାରିଲେ- କରୋନା ତ ଗଲାଣି, ତଥାପି ଆପଣଙ୍କ ମୁହଁରେ ମାସ୍କ ? କାରଣରେ… କ’ଣ କହିବେ ? ଉତ୍ତର ଦେବାକୁ ଅନିଚ୍ଛୁକ ସତ୍ବେ, ମିଡ଼ିଆବାଲାଙ୍କୁ ତରୁଣୀଟି କହିଲା– ସାବଧାନତା ହିଁ ସୁରକ୍ଷା । ଏମିତି ବି ମେଳାରେ ଏତେ ଧୂଳି ପବନ ଯେ ମାସ୍କଟି ମୁହଁରେ ଥିଲେ ସବୁ ଦୃଷ୍ଟିରୁ ଭଲ । କେବଳ କରୋନା କାହିଁକି, ମାସ୍କ ଏବେ ମଲଟିପରପଜ୍ ଇଉଜରେ ବି ଆସୁଛି । ବ୍ରିଲିଆଣ୍ଟ ଆନସର୍ ! ମାସ୍କ ଏବେ ମଲଟିପରପଜ୍ ଇଉଜ୍ ବା ବହୁମୁଖୀ ବ୍ୟବହାରର ପ୍ରତୀକ । ସାମ୍ବାଦିକ ଜଣକ ଖୁବ୍ ପ୍ରସନ୍ନତାର ସହ ତରୁଣୀର ଉତ୍ତରକୁ ବ୍ୟାଖ୍ୟା କରୁଥିଲେ । ମିଡ଼ିଆବାଲାଙ୍କ ବୁମଟି ଏଥର ଆଉ ଜଣକ ଆଡ଼କୁ ମୁହାଁଇଲା । ତରୁଣୀଟି ଏଥର ଟିକେ ଆଶ୍ବସ୍ତ ହେଲା । ତା’ସାଙ୍ଗେ ବୁଲୁଥିବା ତା’ ବନ୍ଧୁ ତା’ ହାତକୁ ଟିକେ ଚାପି ଦେଇ କହିଲା– ସତରେ, ତୁମର କି ବୁଦ୍ଧି ମ ! ମାନିବାକୁ ପଡ଼ିବ !! ଝିଅଟି ଏଥର ତା’ ବୟଫ୍ରେଣ୍ଡକୁ ଥିରକିନା କହିଲା- ଏଇ ମାସ୍କ ଆଉ ଚଷମାଟି ଅଛି ବୋଲି ମୁଁ ତୁମ ସାଙ୍ଗରେ ଏତେ ଆରାମରେ ହାତ ଧରାଧରି ହୋଇ ବୁଲିପାରୁଛି। ନହେଲେ ଖୋଲା ମୁହଁରେ ଆମକୁ କିଏ ଚିହ୍ନି ଦେବନି..!! ଯେତେ ଦିନ ଯାଏଁ ଏ ମାସ୍କ ଅଛି, ସେତେଦିନ ଯାଏଁ ଆମ ଭିତରେ ପ୍ରେମ ବଞ୍ଚିଛି ବୋଲି ଭାବିପାର । ଏତିକି କହି ଝିଅଟି ପିଲାଟିର ହାତରେ ହାତକୁ ଛନ୍ଦି ଭିଡ଼ଭିତରେ ହଜିଗଲା । ୦୨- ମାଆ-ଛୁଆ ପ୍ରଦର୍ଶନୀ ପଡ଼ିଆରେ ମହୋତ୍ସବ; ପ୍ରତିଦିନ ସନ୍ଧ୍ୟାରେ ଭିଡ଼ ଜମୁଥାଏ ଖୁବ୍ । ଏଥିରେ ବିଭିନ୍ନ କିସମର ଷ୍ଟଲ୍ ସବୁ ପଡ଼ିଥାଏ । ପୋଷାକପତ୍ର, ପଶମବସ୍ତ୍ର, ଘରୋପକରଣ, ନିତ୍ୟ ବ୍ୟବହାର୍ଯ୍ୟ, ଖାଦ୍ୟପେୟ ଓ ବହିମେଳା ଆଦି ଷ୍ଟଲ୍ ସବୁ ଏଥିରେ ସାମିଲ୍ ହେଇଥାନ୍ତି। ଛାତ୍ରଛାତ୍ରୀଙ୍କଠାରୁ ଅଧ୍ୟାପକ ଅଧ୍ୟାପିକା ଯାଏଁ ଛୋଟରୁ ବଡ଼ ଯାଏଁ, ଶିଶୁରୁ ବୃଦ୍ଧବୃଦ୍ଧା ଯାଏଁ ସମସ୍ତେ ବୁଲି ଆସୁଛନ୍ତି। ବିକ୍ରିବଟା ମଧ୍ୟ ଜୋର୍ ସୋର୍ ହେଉଥାଏ । ମିଡ଼ିଆ କଭରେଜ୍ ବି ହେଉଥାଏ । ପିଲାଟିଏ ତା’ ମାଆ ସଙ୍ଗେ ବହିମେଳା ଷ୍ଟଲ୍ ଆଡ଼କୁ ମୁହାଁଇଲା । ପିଲାଟି ଆଗେ ଆଗେ ଯାଉଥିଲା, ପଛେ ପଛେ ମାଆ । ପିଲାଟି ବହି ଗୋଟେ ପରେ ଗୋଟେ ଖେଳାଉଥିଲା । ସେ ଗୋଟେ ରଙ୍ଗବେରଙ୍ଗ ଗପବହିର ପୃଷ୍ଠା ଓଲଟାଇବାରେ ଲାଗିଲା ଓ ମାଆକୁ କହିଲା– ଏଇଟା ନେବା । ମାଆ ନାଲିଆଖି ଦେଖାଇ କହିଲେ– ଏଇଟା ତୋ ପଢ଼ାବହି ନୁହେଁ । ପଢ଼ାବହି ଦେଖେ । ଓଡ଼ିଆ ତ ପଢ଼ି ଜାଣୁନୁ ଏଇ ଓଡ଼ିଆଗପ ବହିଟି ନେଇ କ’ଣ, ଆଚାର କରିବୁ ? ଆଉ ଜଣେ ମାଆ ତା’ ଛୁଆ ସାଙ୍ଗେ ବୁଲୁଥିବା ବେଳେ ଛୁଆଟି ବହିଷ୍ଟଲ୍ ଆଡ଼େ ଯିବାକୁ ଉଦ୍ୟତ ହେଲା । ମାଆ ତା’ ହାତ ଭିଡ଼ି କହିଲା– ନିଜ ପାଠପଢ଼ାଟାକୁ ତ ଠିକ୍ ଭାବେ ସାରିପାରୁନୁ, ଆଉ ଏ ଷ୍ଟୋରୀବହି କେତେବେଳେ ପଢ଼ିବୁ ? …କହି ତାକୁ ଟାଣିଟାଣି ସେ ମେଳା ବାହାରକୁ ଚାଲିଗଲେ। ୦୩ – ରୋଷେଇ ବହି ଜଣେ ମହିଳା ବହିମେଳା ମଧ୍ୟରେ ପ୍ରବେଶକରି ଗୋଟିଏ ବହିଦୋକାନରେ ପଚାରିଲେ– ଭାଇନା ! ବହିଦୋକାନୀଟି ମହିଳା ମୁହଁକୁ ଅନେଇଲେ ଆଉ ପ୍ରତ୍ୟୁତ୍ତର ଦେଲେ– କହୁନ ! ମହିଳା ଜଣକ ପଚାରିଲେ – ଭାଇନା, ରୋଷେଇବହି ଅଛି କି ? ବହିଦୋକାନୀ ଜଣେ ବଡ଼ ପୁସ୍ତକଭଣ୍ଡାରର ମାଲିକ । ଓଡ଼ିଆ ସାହିତ୍ୟର ବିଭିନ୍ନ ମୂଲ୍ୟବାନ ଗଳ୍ପ, କବିତା, ପ୍ରବନ୍ଧ, ଆଲୋଚନା, ସମାଲୋଚନା ପୁସ୍ତକ ତାଙ୍କ ଦୋକାନରେ ମିଳେ । ରୋଷେଇପୁସ୍ତକ ଶୁଣି ବହି ଦୋକାନୀ କହିଲେ- ଆମିଷ ନା ନିରାମିଷ ? ମହିଳା ଜଣକ ଏଥର କହିଲେ- ନାଇ, ଉଭୟଟି ମିଶିକି ଥିବ । ବୋଥ୍ କମ୍ବାଇନିଙ୍ଗ । -ଖାଲି ରୋଷେଇ କାହିଁକି ? ବଡ଼ି, ଚଟଣୀ, ଆଚାର ବହି ବି ମିଳେ । ଦେଖାଇବି ? ଦୋକାନୀ ଟିକିଏ ବ୍ୟଙ୍ଗ କଲେ। ମହିଳା ଜଣକ ଟିକିଏ ଖୁସିରେ କହିଲେ- ଆପଣ କେମିତି ଜାଣିଲେ, ମୁଁ ଏଇଗୁଡ଼ାକ ଖୋଜୁଛି ବୋଲି । ଦୋକାନୀ କହିଲେ – ନାଇଁ, ହାତରେ ହଳଦୀ, ବିରି, ସୋରିଷ, ଝୁଣା ସଉଦା ଅଛି ତ । ତେଣୁ ଭାବିଲି, ରୋଷେଇବହି ସହ ବଡ଼ି-ଚଟଣୀବହି ବି ଦରକାର ହୋଇପାରେ !!! ୦୪ – ସଉଦା ତାଲିକା ଭିଡ଼ ବଢ଼ୁଥାଏ । ବହିଷ୍ଟଲରେ ବି ଭିଡ଼ ଜମୁଥାଏ । ଦୋକାନୀକୁ ବିଭିନ୍ନ ପ୍ରକାରର ବହି ବିଷୟରେ ପାଠକ ପଚାରୁଥାନ୍ତି । ଦୋକାନୀ ବି ଖୁସିରେ ଗଦ ଗଦ ହୋଇ ତାଙ୍କ ପ୍ରଶ୍ନର ଉତ୍ତର ଦେଉଥାଏ ଏବଂ ମନେମନେ ଭାବୁଥାଏ ଯାହାହେଉ ଆଜି ବେପାର ଜମିବ । ଯୁବକଟିଏ ବହିକୁ ଦେଖିଲା, ପୃଷ୍ଠା ପରେ ପୃଷ୍ଠା ଓଲଟାଇଲା । ଦୁଇଚାରିଟା ବହି ଖେଳାଇଲା । ତାପରେ ଦୋକାନୀକୁ କହିଲା- ବହିଟି ଭଲ ଅଛି । ରଖିଥାନ୍ତୁ । ମୁଁ କାଲି ଆସୁଛି । ଏବେ କେଉଁଠି ମେଳା ସରୁଛି ଯେ, ଆଉ ତିନିଦିନ ବାକି ଅଛି ପରା । ବହି ଦୋକାନୀଟି ମନେ ମନେ କହିଲା – ବହିମେଳା ତ ସରିବନି, ହେଲେ ବହିଟି ଯେ ସରିନଥିବ, ଏ କଥାର ଗ୍ୟାରେଣ୍ଟି ଦେବ କିଏ ? ଆଉ ଏମିତି ବି ଠିକ୍ ବହି ପଢ଼ାଳିମାନେ କେବେ ବହିକୁ ଆସନ୍ତାକାଲିର ସଉଦା ତାଲିକାରେ ରଖନ୍ତି ନାହିଁ । ୦୫ – ବିଉଟିପାର୍ଲର ବୁକସ୍ ଦଳେ କଲେଜ ପଢ଼ୁଆ ତରୁଣୀ ବହିମେଳାରେ ପ୍ରବେଶ କଲେ । ବହିଦୋକାନୀମାନେ ଖୁସିରେ ଉଛୁଳି ଉଠିଲେ । ଭାବିଲେ ଆଜି କିଛି କବିତାବହି ନିଶ୍ଚୟ ବିକ୍ରିହେବ । ପ୍ରେମଗଳ୍ପ, ଉପନ୍ୟାସ ବିକ୍ରିହେବ । ତରୁଣ-ତରୁଣୀମାନେ ପ୍ରେମମନସ୍କ, ସ୍ବପ୍ନପ୍ରବଣ, ଭାବପ୍ରବଣ, ଏମାନଙ୍କ ହାତରେ ଏ ଓଡ଼ିଆ ଭାଷାସାହିତ୍ୟର ଭବିଷ୍ୟତ । କିଛି ସମୟ ଷ୍ଟଲରେ ବୁଲାବୁଲି କଲାପରେ ଧୀରେ ଧୀରେ ସେମାନେ ଷ୍ଟଲ୍ ଛାଡ଼ି ଚାଲି ଯିବାକୁ ବାହାରିଲେ । ଏଠାରେ ସେମାନେ ଖୋଜୁଥିବା ବହି ନାହିଁ ବୋଲି ପରସ୍ପର କଥା ହେଲେ । ତାଙ୍କ କଥା ଶୁଣି ଦୋକାନୀ ମୁହଁରେ ଆଶ୍ଚର୍ଯ୍ୟର ସୀମା ରହିଲାନି । ତାଙ୍କ ଦୋକାନରେ ପ୍ରାୟତଃ ସବୁ ପ୍ରକାର ବହି ଅଛି । ତେବେ କେଉଁ ବହିଟା ନାହିଁ ସେ ତରୁଣୀମାନେ ଗୋଟିଏ ବି ବହି କିଣିଲେ ନାହିଁ । ଆଶ୍ଚର୍ଯ୍ୟ ଓ ଅନିସନ୍ଧିତ୍ସୁ ମନରେ ପଚାରିଲେ ସେମାନଙ୍କୁ । ଆପଣ ଖୋଜୁଥିବା ବହିଟିର ନାମ କ’ଣ, ଯାହା ମୋ ଷ୍ଟଲରେ ନାହିଁ ? ଝିଅଟି ବଡ଼ ଗର୍ବ ଓ ସାହସର ସହ ହସି ହସି ପ୍ରତ୍ୟୁତ୍ତର ଦେଲା – ବିୟୁଟିପାର୍ଲର ବହି ଅଛି କି ??? ୦୬- ପୁସ୍ତକମେଳା ଓ ଅଧ୍ୟାପିକା ଦଳେ ଅଧ୍ୟାପିକା, ଶିକ୍ଷୟତ୍ରୀ ବହି ମେଳାରେ ବୁଲୁଥିଲେ । ଦୋକାନୀ ତାଙ୍କ ପରିଚୟ ପାଇ ଭାରି ଖୁସିହେଲେ, ମନେମନେ ଭାବିଲେ, ବହି ଦି’ଟା ବିକ୍ରି ଏଥର ନିଶ୍ଚୟ ହେବ । ଦୋକାନୀ ଏଇଟା ନିଅନ୍ତୁ, ସେଇଟା ନିଅନ୍ତୁ କହି ତାଙ୍କର ଦୃଷ୍ଟି ଆକର୍ଷଣ କରୁଥାଏ । ଅଧ୍ୟାପିକା ମହୋଦୟା କହିଲେ- କଲେଜ ଲାଇବ୍ରେରୀରେ ଏତେ ବହି ଅଛି ଯେ ପଢ଼ିବାକୁ ସମୟ ନାହିଁ । ଆଉ ଏ ବହି ନେଇ କ’ଣ କରିବୁ ? ଦୋକାନୀ ଜଣକ କହିଲେ – ଆପଣଙ୍କ ପର୍ସନାଲ୍ ଲାଇବ୍ରେରୀ ପାଇଁ ତ ନିଅନ୍ତୁ । ଅଧ୍ୟାପିକା କହିଲେ- ସହରରେ ଘରଭଡ଼ା ଯେଉଁ ରେଟ୍, ସେଠି ପର୍ସନାଲ୍ ଲାଇବ୍ରେରୀ ପାଇଁ ଯାଗା କାହିଁ ? ୦୭ – ଭଲବିକ୍ରି ଚଳିତବର୍ଷ ବହିବେପାର ମାନ୍ଦା ବୋଲି ଦୋକାନୀମାନେ ପରସ୍ପର ଭିତରେ କଥା ହେଉଥିଲେ । ଦୋକାନଗୁଡ଼ାକ ଖାଁ ଖାଁ ଲାଗୁଥିଲା । କିନ୍ତୁ ପୁସ୍ତକମେଳାର ସବୁଠୁ ଶେଷଦୋକାନରେ ଥିଲା ସବୁବେଳେ ଭିଡ଼ । ଆୟୋଜନ କମିଟି ମଧ୍ୟ ସେ ଦୋକାନରେ ଭିଡ଼ ଦେଖି ତାଜୁବ । ସେ ବହିବାଲା ପାଖରେ କିଛି ମୂଲ୍ୟବାନ ବହି ନଥିଲା ବୋଲି ଆୟୋଜନ କମିଟି ତାକୁ ସବା ଶେଷମୁଣ୍ଡରେ ଷ୍ଟଲଟିଏ ଦେଇଥାନ୍ତି । କିନ୍ତୁ ସେଠି ତ ସବୁଠୁ ଅଧିକ ଭିଡ଼ । ସେ ଦୋକାନରେ କି କି ବହି ଅଛି ଦେଖିବାକୁ କମିଟିର କାର୍ଯ୍ୟକର୍ତ୍ତାମାନେ ଗଲେ । ସେ ଦୋକାନର ବହି ଦେଖି ସେମାନେ ତାଜୁବ । ତଥାପି, ଲୋକଙ୍କ ଭିଡ଼ ଥିଲା ଯଥେଷ୍ଟ । ସେ ଦୋକାନର ଥିବା ବହିଗୁଡ଼ିକର ନାମ ଥିଲା… କ୍ୟାଲେଣ୍ଡର, ରାଶିଫଳ, ବାସ୍ତୁଦୋଷ, ଆମରୋଷେଇ, ସୁନ୍ଦରୀ ହେବାର ଟିପସ୍, ବିୟୁଟିପାର୍ଲର, କାମଶାସ୍ତ୍ର, ବଡ଼ି,ଚଟଣୀ, ଆଚାର ଓ ହଳଦିଆ ଜରିଗୁଡ଼ା ଶସ୍ତା କାମୋପନ୍ୟାସ । Post navigation arrow-leftPrevious PostPreviousସୌଭାଗ୍ୟବନ୍ତ ମହାରଣା : କବିତା : ଅନ୍ଧାରର ଅସ୍ମିତାarrow-rightNext PostNextସମ୍ପାଦକୀୟ :
Magazineଚଉକାଠ APRIL 2025 ସମ୍ପାଦକୀୟ : ଏପ୍ରିଲ୍ ୨୦୨୫ (ଅସୁସ୍ଥତା କାରଣରୁ “ଚଉକାଠ”ର ଏହିସଂଖ୍ୟା ପ୍ରକାଶନରେ ହୋଇଥିବା ଅନିଚ୍ଛାକୃତ ବିଳମ୍ବ ପାଇଁ ଆମେ କ୍ଷମାପ୍ରାର୍ଥୀ) ସମ୍ପାଦକୀୟ ………… ଜାନୁଆରୀ ଏକ ତାରିଖଟିକୁ ଆମେ ସର୍ବଭବ୍ୟତା ଓ ଆନନ୍ଦ ଉଦ୍ଦୀପନାର ସହ…
Magazineଚଉକାଠ APRIL 2025 କବି କଲମରେ କଥା : ରମାକାନ୍ତ ରଥଙ୍କ ଗଳ୍ପ “ଦୂରରୁ ଦୂରରୁ” । ରମାକାନ୍ତ ରଥଙ୍କ ଗଳ୍ପ : ଦୂରରୁ ଦୂରରୁ ଉପେନ୍ଦ୍ର ଓ ମୁଁ ପିଲାଦିନରୁ ସାଙ୍ଗ। ଏକା ସ୍କୁଲରେ, ଏକା କଲେଜରେ ପଢ଼ିଛୁ, ପ୍ରାୟ ଏକାସାଙ୍ଗରେ ଚାକିରି କଲୁ, ଏକା…
ବିବିଧ ବିଶ୍ବ ଙ୍କ ଗଳ୍ପ ପୁସ୍ତକ ମେଳା ର ସମସ୍ତ ଗଳ୍ପ ଗୁଡ଼ିକରେ ପାଠକ ସଂଖ୍ୟା କମି କମି ଆସୁଥିବା ସମୟରେ ପୁସ୍ତକ ମେଳାର ବାସ୍ତବିକ ଚିତ୍ର ପରିଲକ୍ଷିତ ହେଉଛି ବହୁତ ଭଲ ଲାଗିଲା ଅଭିନନ୍ଦନ ଗାଳ୍ପିକ Reply
ଏଇ ଭଳି ଛୋଟ ଛୋଟ ଘଟଣା, ଚିତ୍ର ଓ ଚରିତ୍ର ଭିତରୁ ହିଁ ଜୀବନର ଅବବୋଧକୁ ସାଉଣ୍ଟିବାରେ ଖୁବ୍ ଦକ୍ଷ ଗାଳ୍ପିକ ବିବିଧ ବିଶ୍ଵ। ତାଙ୍କର ଏଇ ଅନନ୍ୟ ପ୍ରୟାସ ଭିତରେ ଥାଏ ନିଜକୁ ପରଖି ଦେଖିବାର ନିଛକ ପ୍ରଚେଷ୍ଟାଟିଏ। ଆପଣଙ୍କ ମନ୍ତବ୍ୟକୁ ସମ୍ମାନ ଜଣାଇବା ସହ ଗଳ୍ପିକଙ୍କୁ ଅଜସ୍ର ଅଭିନନ୍ଦନ। Reply
ଏଇ ଭଳି ଛୋଟ ଛୋଟ ଘଟଣା, ଚିତ୍ର ଓ ଚରିତ୍ର ଭିତରୁ ହିଁ ଜୀବନର ଅବବୋଧକୁ ସାଉଣ୍ଟିବାରେ ଖୁବ୍ ଦକ୍ଷ ଗାଳ୍ପିକ ବିବିଧ ବିଶ୍ଵ। ତାଙ୍କର ଏଇ ଅନନ୍ୟ ପ୍ରୟାସ ଭିତରେ ଥାଏ ନିଜକୁ ପରଖି ଦେଖିବାର ନିଛକ ପ୍ରଚେଷ୍ଟାଟିଏ। ଆପଣଙ୍କ ମନ୍ତବ୍ୟକୁ ସମ୍ମାନ ଜଣାଇବା ସହ ଗାଳ୍ପିକଙ୍କୁ ଆମର ଅଜସ୍ର ଅଭିନନ୍ଦନ। Reply
Felt bad to see how the value of life has been reduced. Customer of book has become a rareity. Very realistically portrayed. Reply
Many a thanks Madam, for your to the point observation and comments thereon. We are really grateful to you. 🙏🌹🙏 Reply
ଏ ଅଭିନବ ପରିକଳ୍ପନା ବାସ୍ତବିକ ଚମତ୍କାର । ଖୁବ ସୁନ୍ଦର ଓ ନିରୋଳା ପ୍ରୟାସ । ଭଲ ଲାଗିଲା ଆପଣଙ୍କ ଏ ସାଧୁ ଉଦ୍ୟମ । ଅଭିନନ୍ଦନ ସହ କୃତଜ୍ଞତା ଜ୍ଞାପନ କରୁଛି Reply
ପୁସ୍ତକମେଳାର ଗାଳ୍ପିକ ବହୁତ ସୁନ୍ଦର ଭାବରେ ଗୋଟିଏ ସାଧାରଣ ସମାରୋହରେ ଆମ ଅଲକ୍ଷ୍ୟରେ ଘଟୁଥିବା ଛୋଟ ଛୋଟ ଘଟଣା ପ୍ରବାହକୁ ଉଜାଗର କରି ଏକ ପଟ୍ଟଚିତ୍ର ଆଙ୍କି ଦେଇଛନ୍ତି ପାଠକଙ୍କ ମାନସ ପଟଳରେ । ମାସ୍କ ଗଳ୍ପରେ ଉତ୍ତମ ବ୍ୟବହାର ବଦଳରେ ମାସ୍କକୁ ମନ୍ଦ ଉଦ୍ଦେଶ୍ୟ ନେଇ ବ୍ୟବହାର କରିବା ଏବଂ ମାଆଛୁଆ, ରୋଷେଇ ବହି, ବିୟୁଟି ପାର୍ଲର ବୁକସ୍ ଓ ଭଲବିକ୍ରିରେ ସାହିତ୍ୟ ପ୍ରତି ପାଠକଙ୍କ ମୁହଁମୋଡ଼ା ପ୍ରତି ସତର୍କ ଘଣ୍ଟି ବଜାଇଛନ୍ତି ଗାଳ୍ପିକ । ସମସ୍ତ ଗଳ୍ପ ଓ କବିତା ବହୁତ ଭଲ ଲାଗିଲା ଏବଂ ନିଜେ ନିଜର ଚରିତ୍ରକୁ ସଂଶୋଧନ କରିବା ପାଇଁ କିଛି ଶିଖିବା ହେଲା । ଶ୍ରୀଯୁକ୍ତ ବିପିନ ଲେଙ୍କାଙ୍କ ସ୍ବର-ଉପସ୍ଥାପନା ଶୁଣିବା ପାଇଁ ଅତି ମଧୁର ଥିଲା । ଜୟ ଜଗନ୍ନାଥ🙏🌹🙏 Reply
ଠିକ୍ କହିଲେ, ଏହା କେବଳ କିଛି ଗଳ୍ପ ମାତ୍ର ନୁହେଁ; ବରଂ ଆମର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଭାବିତ ଓ ପ୍ରତାରିତ କରୁଥିବା କେତେକ ଘଟଣା ସମ୍ବଳିତ ସତର୍କ ଘଣ୍ଟି । ଆମେମାନେ ଏଥିପ୍ରତି ସମ୍ବେଦନଶୀଳ ରହିବା ନିହାତି ଆବଶ୍ୟକ। ସୁନ୍ଦର ମତାମତ ଓ ଉତ୍ସାହ ପ୍ରଦାନ କରିଥିବା ହେତୁ ଧନ୍ୟବାଦ। ଏହି ସହଯୋଗ ଆଗକୁ ବି ଆଶା କରୁଛୁ।🙏 Reply
ହଁ, ଏହା ସାଧାରଣ ଦୃଶ୍ୟ ହେଇପାରେ, ମାତ୍ର ଭାଷା ଓ ସାହିତ୍ୟ ପ୍ରତି ସତର୍କଘଣ୍ଟି ନିଶ୍ଚିତ। ଆପଣଂକ କ୍ଷୋଭ ଯଥାର୍ଥ। ସଧନ୍ୟବାଦ ଶୁଭେଚ୍ଛା। Reply
There are 13 comments
ବିବିଧ ବିଶ୍ବ ଙ୍କ ଗଳ୍ପ ପୁସ୍ତକ ମେଳା ର ସମସ୍ତ ଗଳ୍ପ ଗୁଡ଼ିକରେ ପାଠକ ସଂଖ୍ୟା କମି କମି ଆସୁଥିବା ସମୟରେ ପୁସ୍ତକ ମେଳାର ବାସ୍ତବିକ ଚିତ୍ର
ପରିଲକ୍ଷିତ ହେଉଛି
ବହୁତ ଭଲ ଲାଗିଲା
ଅଭିନନ୍ଦନ ଗାଳ୍ପିକ
ଏଇ ଭଳି ଛୋଟ ଛୋଟ ଘଟଣା, ଚିତ୍ର ଓ ଚରିତ୍ର ଭିତରୁ ହିଁ ଜୀବନର ଅବବୋଧକୁ ସାଉଣ୍ଟିବାରେ ଖୁବ୍ ଦକ୍ଷ ଗାଳ୍ପିକ ବିବିଧ ବିଶ୍ଵ। ତାଙ୍କର ଏଇ ଅନନ୍ୟ ପ୍ରୟାସ ଭିତରେ ଥାଏ ନିଜକୁ ପରଖି ଦେଖିବାର ନିଛକ ପ୍ରଚେଷ୍ଟାଟିଏ।
ଆପଣଙ୍କ ମନ୍ତବ୍ୟକୁ ସମ୍ମାନ ଜଣାଇବା ସହ ଗଳ୍ପିକଙ୍କୁ ଅଜସ୍ର ଅଭିନନ୍ଦନ।
ଏଇ ଭଳି ଛୋଟ ଛୋଟ ଘଟଣା, ଚିତ୍ର ଓ ଚରିତ୍ର ଭିତରୁ ହିଁ ଜୀବନର ଅବବୋଧକୁ ସାଉଣ୍ଟିବାରେ ଖୁବ୍ ଦକ୍ଷ ଗାଳ୍ପିକ ବିବିଧ ବିଶ୍ଵ। ତାଙ୍କର ଏଇ ଅନନ୍ୟ ପ୍ରୟାସ ଭିତରେ ଥାଏ ନିଜକୁ ପରଖି ଦେଖିବାର ନିଛକ ପ୍ରଚେଷ୍ଟାଟିଏ।
ଆପଣଙ୍କ ମନ୍ତବ୍ୟକୁ ସମ୍ମାନ ଜଣାଇବା ସହ ଗାଳ୍ପିକଙ୍କୁ ଆମର ଅଜସ୍ର ଅଭିନନ୍ଦନ।
Felt bad to see how the value of life has been reduced. Customer of book has become a rareity. Very realistically portrayed.
Many a thanks Madam, for your to the point observation and comments thereon. We are really grateful to you.
🙏🌹🙏
ଏ ଅଭିନବ ପରିକଳ୍ପନା ବାସ୍ତବିକ ଚମତ୍କାର । ଖୁବ ସୁନ୍ଦର ଓ ନିରୋଳା ପ୍ରୟାସ । ଭଲ ଲାଗିଲା ଆପଣଙ୍କ ଏ ସାଧୁ ଉଦ୍ୟମ । ଅଭିନନ୍ଦନ ସହ କୃତଜ୍ଞତା ଜ୍ଞାପନ କରୁଛି
ଆପଣଂକ ଏଇ ସୁନ୍ଦର ଓ ସୂଚନାତ୍ମକ ଅବବୋଧ ସମ୍ମିଳିତ ଗଳ୍ପ ପାଇଁ ଅଭିନନ୍ଦନ ସହ ଧନ୍ୟବାଦ।
ପୁସ୍ତକମେଳାର ଗାଳ୍ପିକ ବହୁତ ସୁନ୍ଦର ଭାବରେ ଗୋଟିଏ ସାଧାରଣ ସମାରୋହରେ ଆମ ଅଲକ୍ଷ୍ୟରେ ଘଟୁଥିବା ଛୋଟ ଛୋଟ ଘଟଣା ପ୍ରବାହକୁ ଉଜାଗର କରି ଏକ ପଟ୍ଟଚିତ୍ର ଆଙ୍କି ଦେଇଛନ୍ତି ପାଠକଙ୍କ ମାନସ ପଟଳରେ ।
ମାସ୍କ ଗଳ୍ପରେ ଉତ୍ତମ ବ୍ୟବହାର ବଦଳରେ ମାସ୍କକୁ ମନ୍ଦ ଉଦ୍ଦେଶ୍ୟ ନେଇ ବ୍ୟବହାର କରିବା ଏବଂ ମାଆଛୁଆ, ରୋଷେଇ ବହି, ବିୟୁଟି ପାର୍ଲର ବୁକସ୍ ଓ ଭଲବିକ୍ରିରେ ସାହିତ୍ୟ ପ୍ରତି ପାଠକଙ୍କ ମୁହଁମୋଡ଼ା ପ୍ରତି ସତର୍କ ଘଣ୍ଟି ବଜାଇଛନ୍ତି ଗାଳ୍ପିକ । ସମସ୍ତ ଗଳ୍ପ ଓ କବିତା ବହୁତ ଭଲ ଲାଗିଲା ଏବଂ ନିଜେ ନିଜର ଚରିତ୍ରକୁ ସଂଶୋଧନ କରିବା ପାଇଁ କିଛି ଶିଖିବା ହେଲା ।
ଶ୍ରୀଯୁକ୍ତ ବିପିନ ଲେଙ୍କାଙ୍କ ସ୍ବର-ଉପସ୍ଥାପନା ଶୁଣିବା ପାଇଁ ଅତି ମଧୁର ଥିଲା ।
ଜୟ ଜଗନ୍ନାଥ🙏🌹🙏
ଠିକ୍ କହିଲେ, ଏହା କେବଳ କିଛି ଗଳ୍ପ ମାତ୍ର ନୁହେଁ; ବରଂ ଆମର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପ୍ରଭାବିତ ଓ ପ୍ରତାରିତ କରୁଥିବା କେତେକ ଘଟଣା ସମ୍ବଳିତ ସତର୍କ ଘଣ୍ଟି । ଆମେମାନେ ଏଥିପ୍ରତି ସମ୍ବେଦନଶୀଳ ରହିବା ନିହାତି ଆବଶ୍ୟକ।
ସୁନ୍ଦର ମତାମତ ଓ ଉତ୍ସାହ ପ୍ରଦାନ କରିଥିବା ହେତୁ ଧନ୍ୟବାଦ। ଏହି ସହଯୋଗ ଆଗକୁ ବି ଆଶା କରୁଛୁ।🙏
ଏ ଅଭିନବ ପ୍ରୟାସର ଅଭିନବ ଗଳ୍ପ, କବିତା ସବୁ ଖୁବ୍ ଛୁଇଁଲା ହୃଦୟକୁ l
ଆପଣଙ୍କ ମତ ଓ ମନ୍ତବ୍ୟ ପାଇଁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା।
ଖୁବ୍ ସୁନ୍ଦର ହୋଇଛି ଗପର ସବୁତକ ଦୃଶ୍ୟ। ପୁସ୍ତକ ମେଳାରେ ଏମିତିକା ଅନୁଭୂତି ମୋର ମଧ୍ୟ ଅଛି।
ହଁ, ଏହା ସାଧାରଣ ଦୃଶ୍ୟ ହେଇପାରେ, ମାତ୍ର ଭାଷା ଓ ସାହିତ୍ୟ ପ୍ରତି ସତର୍କଘଣ୍ଟି ନିଶ୍ଚିତ। ଆପଣଂକ କ୍ଷୋଭ ଯଥାର୍ଥ। ସଧନ୍ୟବାଦ ଶୁଭେଚ୍ଛା।