

Today
I stand on the bank of the poem
Even though each word has a price
Even though this poetry appears as a river
A river without water
We have to swim across…..



ବହୁ ବିଳମ୍ବରେ ସେ କବିତା ଲେଖା ଆରମ୍ଭ କରିଥିଲେ । ପଚାରିଲେ କହୁଥିଲେ, ବାରବୁଲା ଭଳି ବୁଲୁଥିଲି – କବିତା ଲେଖିବି ବୋଲି ଜାଣିନଥିଲି ।
ଜୟନ୍ତ ମହାପାତ୍ରଙ୍କ ଶୈଶବ କି କୈଶୋର ଏତେ ସ୍ବଚ୍ଛନ୍ଦ କି ସୁଖଦ ନଥିଲା । ତାଙ୍କ ଜେଜେବାପା ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଯୋଗୁଁ ତାଙ୍କର ବାଲ୍ୟକାଳ ଓ ଯୌବନ ଏକପ୍ରକାର ଗୋଠଛଡ଼ା ହେଇଯାଇଥିଲା । ଏକାକୀତ୍ବ ଓ ଏକେଲାପଣ ସହ ନିଜକୁ ମୁଖ୍ୟଧାରାରୁ ବିଛ୍ଛିନ୍ନ ମନେକରୁଥିଲେ ସେ….. ସ୍କୁଲରେ, ସାହିପଡ଼ିଶାରେ, ପର୍ବପର୍ବାଣୀରେ, ସଭାସମିତିରେ ….. ସବୁଠାରେ । ଏଇସବୁ ଏକେଲାପଣର ବୋଝ, ମୁଖ୍ୟଧାରାରୁ ଅଲଗା ହେଇଯାଉଥିବାର ତ୍ରାସ, କାହା ସହ ମିଶି ପାରୁନଥିବାର କ୍ଷୋଭ… ତାଙ୍କୁ କ୍ରମଶଃ ଅନ୍ତର୍ମୁଖୀ କରିଦେଇଥିଲା । ସେଇ ଝରି ପାରିନଥିବା ଲୁହ, ସେଇ ଦେଖେଇହେଇନଥିବା କୋହ ଓ କ୍ଷତର ଯନ୍ତ୍ରଣାକୁ ସେ ଲେଖି ରଖୁଥିଲେ ତାଙ୍କର ଡାଇରୀ ପୃଷ୍ଠାରେ… ଯାହାକୁ ଦିନେ ଅତି ନିର୍ଦ୍ଦୟ ଭାବରେ ଟୁକୁରା ଟୁକୁରା କରି ଚିରି ଫୋପାଡ଼ି ଦେଇଥିଲେ ତାଙ୍କର ମାଆ ।
କବିତା ଲେଖିବାର ବହୁପୂର୍ବରୁ, ଏକୋଇଶ – ବାଇଶବର୍ଷ ବୟସ ବେଳକୁ ସେ ଲେଖିଥିଲେ କିଛି ନଭେଲ୍, କାହାଣୀ ଓ ଫିକ୍ସନ୍…. ଯାହାକୁ ପ୍ରକାଶ ପାଇଁ ପଠେଇଥିଲେ ସେବେଳର ଚର୍ଚ୍ଚିତ ଇଂରାଜୀ ସାପ୍ତାହିକୀ Illustrated Weeklyକୁ । ମାତ୍ର ସେସବୁ ପ୍ରକାଶିତ ହେଇନଥିଲା… ପ୍ରତ୍ୟାଖ୍ୟାତ ହେଇଯାଇଥିଲା ।

There is 1 comment
ସେହି ମହାନ୍ ସ୍ରଷ୍ଟା ଙ୍କୁ କୋଟି କୋଟି ପ୍ରଣାମ
🙏🙏